ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଦୁର୍ଘଟଣାରେ ହାଟବାଦଡା ରାଜସ୍ବ ନୀରିକ୍ଷକଙ୍କ ମୃତ୍ୟୁ

ମୟୂରଭଞ୍ଜ – (ମସିହା)୨୫/୧୨/୨୨// ଆଜି ପବିତ୍ର ଖ୍ରୀଷ୍ଟମାସ ଦିବସ । ସମସ୍ତଙ୍କ ପାଇଁ ଆନନ୍ଦ ଉଲ୍ଲାସର ପର୍ବ ହୋଇଥିବାବେଳେ କୁସୁମି ବ୍ଲକ ଏବଂ ଆଖପାଖ ଅଞ୍ଚଳରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ହାଟବାଦଡା ରାଜସ୍ବ ନୀରିକ୍ଷକ ଵୀରବଲ ମାଝୀ(୫୮) ବାଦାମପାହାଡ-ହାଟବାଦଡା ରାସ୍ତାରେ ଆଜି ପୂର୍ବାହ୍ନ ୧୦ ଘଟିକାରେ ନିଜ ଗାଁକୁ ବାଇକରେ ଫେରୁଥିବା ସମୟରେ ଦିଘିଆବେଡା ଗାଁ ପାଖରେ ଭାରସାମ୍ୟ ହରାଇ ରାସ୍ତାକଡ ପଥର ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ବାଦାମ ପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । କୁସୁମି ତହସିଲଦାର ଶ୍ରୀ ଶିବ ପ୍ରସାଦ ମୁର୍ମୁ,ରାଜସ୍ବ ନିରୀକ୍ଷକ ସାଥିଗଣ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ତାଙ୍କ ଶବ ବ୍ୟବଚ୍ଛେଦ ବୁଝିବା ସହ ଗାଁ ରେ କିଭଳି ଶବ ସତ୍କାର କରାଯିବା ବୁଝାବୁଝି କରିଥିଲେ । ମୃତକଙ୍କ ଘର କୁସୁମି ବ୍ଳକର ଯୋରଦା ପଞ୍ଚାୟତ ର ମହୁଲଡିହା ଗ୍ରାମ । ବୀରବଲ ଜଣେ ଅତ୍ୟଧିକ ,ସାହାଯ୍ଯକାରୀ,ମେଳାପୀ, ମିଷ୍ଟଭାଷୀ, ଦକ୍ଷ,କର୍ମଠ ବ୍ୟକ୍ତି ଥିଲେ । ଖବର ପାଇ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ସୁନିଲ ମାଝୀ,ଆର ଆଇ ଫୁରଲାଇ ବେଶ୍ରା ବହୁ ଶୁଭେଚ୍ଛୁ ଜ୍ଞାତିପରିଜନ ଡାକ୍ତର ଖାନାରେ ପହଞ୍ଚି ଶେଷ ଦର୍ଶନ, ଶ୍ରଦ୍ଧାଞ୍ଜଳି ଦେବାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ତାଙ୍କ ମୃତ୍ୟୁରେ କୁସୁମି ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପୋଲିସ ତରଫରୁ ୧୪୫/୨୨ କେଶ ମାମଲା କରାଯିବା ସହ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରଶାସନ ପକ୍ଷରୁ ଯାହାକିଛି ସହଯୋଗ କରାଯିବା କଥା କରାଯିବ ବୋଲି ତହସିଲଦାର ଶ୍ରୀ ଶିବ ଶଙ୍କର ମୁର୍ମୁ ଗଣମାଧ୍ୟମକୁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରିୟ କର୍ମଶାଳା” ଲକ୍ଷପତି ଦିଦି “

masiha

ବାଟୋଇ ସାହିତ୍ୟ ପତ୍ରିକା ଉନ୍ମୋଚନ   

masiha

ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋମିଓ ପାଥି କେନ୍ଦ୍ରର ଅବସ୍ଥା ଯଥା ପୂର୍ଵଂ ତଥା ପରଂ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଦାବି…

Leave a Comment

error: Content is protected !!