ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଦୁର୍ଘଟଣାରେ ହାଟବାଦଡା ରାଜସ୍ବ ନୀରିକ୍ଷକଙ୍କ ମୃତ୍ୟୁ

ମୟୂରଭଞ୍ଜ – (ମସିହା)୨୫/୧୨/୨୨// ଆଜି ପବିତ୍ର ଖ୍ରୀଷ୍ଟମାସ ଦିବସ । ସମସ୍ତଙ୍କ ପାଇଁ ଆନନ୍ଦ ଉଲ୍ଲାସର ପର୍ବ ହୋଇଥିବାବେଳେ କୁସୁମି ବ୍ଲକ ଏବଂ ଆଖପାଖ ଅଞ୍ଚଳରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ହାଟବାଦଡା ରାଜସ୍ବ ନୀରିକ୍ଷକ ଵୀରବଲ ମାଝୀ(୫୮) ବାଦାମପାହାଡ-ହାଟବାଦଡା ରାସ୍ତାରେ ଆଜି ପୂର୍ବାହ୍ନ ୧୦ ଘଟିକାରେ ନିଜ ଗାଁକୁ ବାଇକରେ ଫେରୁଥିବା ସମୟରେ ଦିଘିଆବେଡା ଗାଁ ପାଖରେ ଭାରସାମ୍ୟ ହରାଇ ରାସ୍ତାକଡ ପଥର ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ ।ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ବାଦାମ ପାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । କୁସୁମି ତହସିଲଦାର ଶ୍ରୀ ଶିବ ପ୍ରସାଦ ମୁର୍ମୁ,ରାଜସ୍ବ ନିରୀକ୍ଷକ ସାଥିଗଣ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ତାଙ୍କ ଶବ ବ୍ୟବଚ୍ଛେଦ ବୁଝିବା ସହ ଗାଁ ରେ କିଭଳି ଶବ ସତ୍କାର କରାଯିବା ବୁଝାବୁଝି କରିଥିଲେ । ମୃତକଙ୍କ ଘର କୁସୁମି ବ୍ଳକର ଯୋରଦା ପଞ୍ଚାୟତ ର ମହୁଲଡିହା ଗ୍ରାମ । ବୀରବଲ ଜଣେ ଅତ୍ୟଧିକ ,ସାହାଯ୍ଯକାରୀ,ମେଳାପୀ, ମିଷ୍ଟଭାଷୀ, ଦକ୍ଷ,କର୍ମଠ ବ୍ୟକ୍ତି ଥିଲେ । ଖବର ପାଇ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତି,ସୁନିଲ ମାଝୀ,ଆର ଆଇ ଫୁରଲାଇ ବେଶ୍ରା ବହୁ ଶୁଭେଚ୍ଛୁ ଜ୍ଞାତିପରିଜନ ଡାକ୍ତର ଖାନାରେ ପହଞ୍ଚି ଶେଷ ଦର୍ଶନ, ଶ୍ରଦ୍ଧାଞ୍ଜଳି ଦେବାସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ତାଙ୍କ ମୃତ୍ୟୁରେ କୁସୁମି ବ୍ଳକ ସମେତ ଆଖପାଖ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ପୋଲିସ ତରଫରୁ ୧୪୫/୨୨ କେଶ ମାମଲା କରାଯିବା ସହ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରଶାସନ ପକ୍ଷରୁ ଯାହାକିଛି ସହଯୋଗ କରାଯିବା କଥା କରାଯିବ ବୋଲି ତହସିଲଦାର ଶ୍ରୀ ଶିବ ଶଙ୍କର ମୁର୍ମୁ ଗଣମାଧ୍ୟମକୁ କହିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ରେ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ବାଣପୁର ମା ଭଗବତୀଙ୍କ ପୀଠ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନୁମୋଦନ

Sunil Chandra Nayak

ନବମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ପ୍ରଶାସନ ଶୁଣୁନାହିଁ ! ଵିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!