ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣରେ ଚାଷୀ ମୃତ   

କାମାକ୍ଷାନଗର (ମନିସ)୨୫/୧୨- ପରଜଙ୍ଗ ବ୍ଲକ ଅନ୍ତର୍ଗତ କଲଦା ପଞ୍ଚାୟତ କଲଦା ଗ୍ରାମର ରମେଶ ଚନ୍ଦ୍ର ସାହୁ ୬୫ ବର୍ଷ ନାମକ ବ୍ୟକ୍ତି ନିଜ ବାଇକରେ ସକାଳ ସାଢେ଼ ୭ଘଟିକା ସମୟରେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି ।ହାତୀଟି ଗ୍ରାମ ପାଖ ନିକଟରେ ଥିବା ଜଙ୍ଗଲରୁ ହଠାତ୍ ରାସ୍ତାକୁ ବାହାରି ଆସି ପ୍ରଥମେ ବାଇକକୁ ଶୁଣ୍ଢରେ ଫୋପାଡି ଦେଇ ରମେଶଙ୍କ ଛାତିରେ ମଡା ପକାଇ ଦେବା ସହ ପଛପଟ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।ଅନ୍ୟ ଲୋକ ମାନେ ସେହି ରାସ୍ତାରେ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖି ପାଟିତୁଣ୍ଡ କରିବାରୁ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା ।ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପରିବାର ଲୋକ ପରଜଙ୍ଗ ମେଡ଼ିକାଲକୁ ଆଣିଥିଲେ ମଧ୍ୟ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତଥାପି ଏ ପର୍ଯ୍ୟନ୍ତ ବନ ବିଭାଗର ନିଦ ଭାଙ୍ଗିନି ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଏମକେସିଜି ମେଡିକାଲରେ ନିଦାନ ଯୋଜନାରେ ହରିଲୁଟ୍ ଓ ଡାକ୍ତର ଅଭାବ ବିରୋଧରେ ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ ମେଡ଼ିକାଲ୍ କତୃପକ୍ଷ ଓ ଘରୋଇ କେନ୍ଦ୍ର ମଧ୍ୟରେ ମଧୁଚନ୍ଦ୍ରିକାର ତଦନ୍ତ ଦାବି 

Sunil Chandra Nayak

ବସ୍-ବାଇକ୍ ମୁହାଁମୁହିଁ ଧକ୍କା:ଚାଳକ ମୃତ

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

Leave a Comment

error: Content is protected !!