ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣରେ ଚାଷୀ ମୃତ   

କାମାକ୍ଷାନଗର (ମନିସ)୨୫/୧୨- ପରଜଙ୍ଗ ବ୍ଲକ ଅନ୍ତର୍ଗତ କଲଦା ପଞ୍ଚାୟତ କଲଦା ଗ୍ରାମର ରମେଶ ଚନ୍ଦ୍ର ସାହୁ ୬୫ ବର୍ଷ ନାମକ ବ୍ୟକ୍ତି ନିଜ ବାଇକରେ ସକାଳ ସାଢେ଼ ୭ଘଟିକା ସମୟରେ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି ।ହାତୀଟି ଗ୍ରାମ ପାଖ ନିକଟରେ ଥିବା ଜଙ୍ଗଲରୁ ହଠାତ୍ ରାସ୍ତାକୁ ବାହାରି ଆସି ପ୍ରଥମେ ବାଇକକୁ ଶୁଣ୍ଢରେ ଫୋପାଡି ଦେଇ ରମେଶଙ୍କ ଛାତିରେ ମଡା ପକାଇ ଦେବା ସହ ପଛପଟ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା ।ଅନ୍ୟ ଲୋକ ମାନେ ସେହି ରାସ୍ତାରେ ଯାଉଥିବା ବେଳେ ଏହି ଦୃଶ୍ୟ ଦେଖି ପାଟିତୁଣ୍ଡ କରିବାରୁ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିଲା ।ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପରିବାର ଲୋକ ପରଜଙ୍ଗ ମେଡ଼ିକାଲକୁ ଆଣିଥିଲେ ମଧ୍ୟ ସେଠାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ତଥାପି ଏ ପର୍ଯ୍ୟନ୍ତ ବନ ବିଭାଗର ନିଦ ଭାଙ୍ଗିନି ।

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ବିଦ୍ୟୁତ ବିଭଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଭବାନୀପାଟଣା ରୁ ଜୁନାଗଡ଼ ସ୍ଥାନାନ୍ତର ପାଇଁ ହାଇକୋର୍ଟ ରେ ପିଆଇଏଲ ଦାଖଲ

Sunil Chandra Nayak

ଜିଲ୍ଲା ଓକିଲ ସଂଘ ର କଥାରେ ସାବାଡ ହେଲେ ବିଭାଗୀୟ ଅଧିକାରୀ ?

Sunil Chandra Nayak

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ,ଧୂମଧାମରେ ପାଳନ ହେଲା ପୁଷପୁନ

masiha

Leave a Comment

error: Content is protected !!