ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ରାଉରକେଲା/ ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ଦୁଇ ଦିନିଆ ସାଧାରଣ ଜ୍ଞାନ ଚିତ୍ରାଙ୍କନ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ସଫଳତାର ସହ ସମାପ୍ତ ହୋଇଯାଇଛି। ସାଧାରଣ ଜ୍ଞାନରେ ୫୭, ଚିତ୍ରାଙ୍କନରେ ୧୧୭, ସଂଗୀତରେ ୬୪ ଓ ନୃତ୍ୟ ପ୍ରତିଯୋଗିତାରେ ୧୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଧାମରା ସଂଘର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ, ଜଗନ୍ନାଥ ରାଉତ ଓ ଶ୍ରୀମତୀ ନିରୁପମା ପତିଙ୍କ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରାଯାଇଥିଲା । ଆସନ୍ତା ୨୦୨୩ ମସିହା ମକର ସଂକ୍ରାନ୍ତିରେ ହେବାକୁ ଥିବା ଧାମରା ସଂଘର ବାର୍ଷିକ ଉତ୍ସବରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସର୍ବଶ୍ରୀ ପଞ୍ଚାନନ ମଲ୍ଲିକ, ଗୀତାରାଣୀ ବେହେରା,ବବି ମହାଳିକ, ରେଣୁବାଳା ବିଶୋଇ, ସ୍ବରାଜ୍ଯ ପରିଡା, ସନ୍ଦୀପ ଦାଶ, ମାନସୀ ମହାପାତ୍ର ଓ ଗୌତମ ଦାସ ପ୍ରମୁଖ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା

masiha

ଆନ୍ତର୍ଜାତୀୟ ବ୍ଲାକନୋଫାଣ୍ଟାଷ୍ଟିକ ଇଣ୍ଟରନେସନାଲ କ୍ରୋଏସିଆ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ‘ସମ୍ମାନ ସୂଚକ ଡକ୍ଟରେଟ ଉପାଧି’ ରେ ସମ୍ବର୍ଦ୍ଧିତ 

Sunil Chandra Nayak

ସେବାରେ ସମର୍ପିତ ଯୁବ ଥେରାପିଷ୍ଟ ବର୍ଗ : ନିଶୁଳ୍କ ସେବା ପ୍ରଦାନ କରି ଉଦାହରଣ ସୃଷ୍ଟି କଲେ 

Sunil Chandra Nayak

Leave a Comment

error: Content is protected !!