ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାମରା ସଂଘ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ରାଉରକେଲା/ ଛେଣ୍ଡ ସ୍ଥିତ ଧାମରା ସଂଘ ପକ୍ଷରୁ ଦୁଇ ଦିନିଆ ସାଧାରଣ ଜ୍ଞାନ ଚିତ୍ରାଙ୍କନ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ସଫଳତାର ସହ ସମାପ୍ତ ହୋଇଯାଇଛି। ସାଧାରଣ ଜ୍ଞାନରେ ୫୭, ଚିତ୍ରାଙ୍କନରେ ୧୧୭, ସଂଗୀତରେ ୬୪ ଓ ନୃତ୍ୟ ପ୍ରତିଯୋଗିତାରେ ୧୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଧାମରା ସଂଘର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ, ଜଗନ୍ନାଥ ରାଉତ ଓ ଶ୍ରୀମତୀ ନିରୁପମା ପତିଙ୍କ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳନା କରାଯାଇଥିଲା । ଆସନ୍ତା ୨୦୨୩ ମସିହା ମକର ସଂକ୍ରାନ୍ତିରେ ହେବାକୁ ଥିବା ଧାମରା ସଂଘର ବାର୍ଷିକ ଉତ୍ସବରେ ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ସର୍ବଶ୍ରୀ ପଞ୍ଚାନନ ମଲ୍ଲିକ, ଗୀତାରାଣୀ ବେହେରା,ବବି ମହାଳିକ, ରେଣୁବାଳା ବିଶୋଇ, ସ୍ବରାଜ୍ଯ ପରିଡା, ସନ୍ଦୀପ ଦାଶ, ମାନସୀ ମହାପାତ୍ର ଓ ଗୌତମ ଦାସ ପ୍ରମୁଖ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ

masiha

ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ୩୧ତମ ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!