ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ମନ୍ଦିର, ଏରସମାରେ ଆୟୋଜିତ ଖ୍ରୀଷ୍ଟ ଜୟନ୍ତୀ ସତସଙ୍ଘରେ ମତ ରଖିଲେ ପ୍ରବଚକ 

ପୃଥିବୀର କୋଣ ଅନୁକୋଣରେ ପ୍ରଭୁ ଯୀଶୁଙ୍କର ଧରାବତରଣ ଉତ୍ସବ ଧୂମଧାମରେ ପାଳିତ ହେଉଥିବା ବେଳେ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅଧୀନ ପଞ୍ଚପଲ୍ଲି ଅଞ୍ଚଳର ଗମ୍ଭାରୀକଣ, ଲଚ୍ଛମାକଣ ଓ ସାହାଡ଼ା ଗ୍ରାମରେ ଚାଲିଛି ଯୀଶୁଙ୍କର ଜନ୍ମ ଉତ୍ସବ ! ପିଲା ଠାରୁ ବୟସ୍କ, ସବୁରି ମନରେ ହସ ଉଲ୍ଲାସ ! କ୍ଷୀରିପୁରୀ ପିଠା ଆରିସା, ଦିଆନିଆର ପ୍ରେମ ଭରଷା , ଏଭଳି ପ୍ରେମ ନିଆରା ପରମ୍ପରାକୁ ସୃଷ୍ଟି କରେ, ଯୋଉଠି ଭଲପାଇବା, ସ୍ନେହ, ଆଦର, ହସ ଖୁସି ଆନନ୍ଦର ବଜାର ଖୋଲିଦିଏ ! ହୃଦୟକୁ ଛୁଇଁଯାଏ ତ୍ରାଣକର୍ତ୍ତା ଯୀଶୁଙ୍କର ସ୍ବର୍ଗୀୟ ପ୍ରେମର ବାର୍ତ୍ତା,କାନେ କାନେ ଗୁଞ୍ଜରୀ ଉଠେ ସେଇ କ୍ରୁଶ ଉପରୁ- “ପିତା ଏମାନଙ୍କୁ କ୍ଷମକର,ଏମାନେ କଣ କରୁଛନ୍ତି ଜାଣନ୍ତି ନାହିଁ “!ସେଇ କ୍ଷମାର ଅବତାର, ଦୟାର ସାଗର ପ୍ରଭୁ ଯୀଶୁଙ୍କର ଏହି ଆୟୋଜନ କରିଛନ୍ତି, ପ୍ରମୋଦ କୁମାର ସାମଲ, ରଚନା ସାମଲ, ଅଞ୍ଜନା ସାମଲ, ବାବୁରି ସାମଲ,! ଏହି ମଞ୍ଚର ପରିଚାଳନା ଭାଇ ଲିପୁନ କରିଥିବା ବେଳେ ପାଳକ ଗିରିଧାରୀ ସାମଲ ଏବଂ ସାମ୍ବାଦିକ ସତ୍ୟପ୍ରକାଶ ସାମଲ ନିମଂତ୍ରିତ ଅତିଥିଭାବେ ଯୋଗ ଦେଇଥିଲେ ! ଅଞ୍ଚଳର ବହୁ ଜଣାଶୁଣା ବ୍ୟକ୍ତି ଯୋଗଦେଇ ପ୍ରଭୁ ଯୀଶୁଙ୍କର ମୁଖନିସୃତ ବାଣୀ ଶ୍ରବଣ କରିଥିଲେ ! ପ୍ରତ୍ୟେକ ମଣିଷ ଈଶ୍ୱରଙ୍କ ମନ୍ଦିର ସ୍ୱରୂପ ! ଈଶ୍ୱରଙ୍କ ଆତ୍ମା ପ୍ରତ୍ୟେକ ମଣିଷର ହୃଦୟରେ ବାସ କରନ୍ତି ! ମାତ୍ର ଏହି ଈଶ୍ୱରଙ୍କ ମନ୍ଦିରକୁ ଆମେ ସମସ୍ତେ ବିଭିନ୍ନ ଅସାମାଜିକ ଆଚରଣରେ କଳୁଷିତ କରି ଚାଲିଛେ ! କାମ, କ୍ରୋଧ, ଲୋଭ, ମୋହ, ମଦ ମାଶ୍ଚର୍ଯ୍ୟରେ ଏହି ଶରୀର ଭୋଗ ବିଳାସକୁ ପ୍ରାଧାନ୍ୟ ଦେଇଚାଲିଛି ! କ୍ଷଣିକ ସୁଖ ଆଶାରେ ଆମେ ଈଶ୍ୱରଙ୍କୁ ଭୁଲି ଯାଇ ନିଜ ନିଜ ହାତ ତିଆରି ବିଷୟବାସନାରେ ମଜ୍ଜି ଯାଉଛେ ! ଜଗତର ଲୋଭ ଲାଳସା ଆମକୁ ବଶୀଭୂତ କରି ରଖିଥିବାରୁ ଆମେ ବାସ୍ତବ ଶାନ୍ତି ପାଇପାରୁନାହାନ୍ତି ! ଜୀବନଙ୍କୁ ପରିବର୍ତ୍ତନ କରିବାକୁ କେବଳ ଯୀଶୁଙ୍କର ଆବଶ୍ୟକତା ରହିଛି ବୋଲି ଆଲୋଚନାର ମୁଖ୍ୟ ବିଷୟ ହୋଇଥିଲା ! ପଥ, ସତ୍ୟ, ଓ ଜୀବନର ପ୍ରଭୁ ଯୀଶୁ ବର୍ତମାନ ଯୁଗର ବିନାଶମୟ ସମୟକୁ ଆବଶ୍ୟକ ବୋଲି ଚର୍ଚ୍ଚା ଚାଲିଥିବାର ଶୁଣିବାକୁ ମିଳିଥିଲା !

ଏରସମା ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା News Odisha.

Related posts

ଭବାନୀପାଟଣା ପୌରପାଳିକା ପକ୍ଷରୁ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି

Sunil Chandra Nayak

ଶିଶୁ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଟାଉନଥାନା ! ସ୍କୁଟିରୁ ଖସି ମହିଳା ମୃତ

Leave a Comment

error: Content is protected !!