ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ 

ଢେଙ୍କାନାଳ (ମ ସୀ ହା) ଓଡାପଡ଼ା ବ୍ଲକ ଅଧୀନସ୍ଥ ମେରାମଣ୍ଡଳୀ ବଜାରରେ କାଶୀନାଥ କରଣ,ସ୍ତ୍ରୀ -ଝୁଲଣା କରଣ ବହୁ ଦିନ ହେବ ମେରାମଣ୍ଡଳୀ ବଜାରରେ ରହି ଆସୁଛନ୍ତି।ସେ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି।ତାଙ୍କର ଏକ ମାତ୍ର ପୁଅ କେଦାରନାଥ କରଣ, ବୟସ ୨୨, ଗତ ୨୩/୧୨/୨୨ ତାରିଖ ଦିନ ଖଡ୍ଗପ୍ରସାଦ ଗ୍ରାମର ମଶାଣିଆ ସାହିରେ ବକୁଳ ଅମାବାସ୍ୟା ଯାତ୍ରା ହେଉଥିବା ସମୟରେ ସେ ତାର ସାଙ୍ଗ ମୁଣ୍ଡା ଗ୍ରାମର ସମୀର ନାୟକ ଙ୍କ ସହ ରାତ୍ର ୭ ଘଣ୍ଟିକା ସମୟରେ ଯାତ୍ରା ହେଖିବାକୁ ସେହି ସାହିକୁ ଯାଇଥିଲା ତତ୍ ସହ ତାର ମା କୁ କହିଥିଲା “ମା ଲୋ ତୁ ମୋ ପାଇଁ ଖାଇବାକୁ ରଖିବୁ ନାହିଁ,ମୁ ଯାତ୍ରାରେ ଖାଇ ଦେବି ” ଏପରି କହି ସେ ଘରୁ ବାହାରି ଯାଇଥିଲା କିନ୍ତୁ ତା ପର ଦିନ ପଯ୍ୟନ୍ତ ସେ ନ ଆସିବାରୁ ମା ଓ ବାପା ବ୍ୟଥିତ ହୋଇଯାଇଥିଲେ ।ଶେଷରେ ସେ ଧର୍ଯ୍ୟହରା ହୋଇ ମୋଟଙ୍ଗା ଥାନାରେ ନିଖୋଜ ହେବାର ଲିଖିତ ଅଭିଯୋଗ କରିଥିଲେ।କିନ୍ତୁ ଆଜକୁ ୩ ଦିନ ହେବ ତାଙ୍କର ପତା ମିଳୁନାହିଁ।ମୋଟଙ୍ଗା ପୋଲିସ ଏ ପର୍ଯ୍ୟନ୍ତ କୋଣସି ଅନୁସନ୍ଧାନ କରି ନାହାନ୍ତି ବୋଲି ତାଙ୍କର ପିତା ମାତା ପ୍ରକାଶ କରିଛନ୍ତି।ଦେଖିବାକୁ ବାକି ରହିଲା ମୋଟଙ୍ଗା ଥାନା ଅଧିକାରୀ କେବେ ଏହି ଗରିବ ମା କୁ ତାର ପୁଅକୁ ଫେରାଇ ଦେଉଛନ୍ତି ?

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

masiha

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ହାଇ ଏଚିଭର ପରୀକ୍ଷା ଦେଲେ ଜିଲ୍ଲାର ୧୨୩୭ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!