ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜକୁ ୩ ଦିନ ହେଲା ବାଳକ ନିଖୋଜ: ମୋଟଙ୍ଗା ପୋଲିସ ର ତଦନ୍ତ ନିଷ୍କ୍ରିୟ 

ଢେଙ୍କାନାଳ (ମ ସୀ ହା) ଓଡାପଡ଼ା ବ୍ଲକ ଅଧୀନସ୍ଥ ମେରାମଣ୍ଡଳୀ ବଜାରରେ କାଶୀନାଥ କରଣ,ସ୍ତ୍ରୀ -ଝୁଲଣା କରଣ ବହୁ ଦିନ ହେବ ମେରାମଣ୍ଡଳୀ ବଜାରରେ ରହି ଆସୁଛନ୍ତି।ସେ ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରନ୍ତି।ତାଙ୍କର ଏକ ମାତ୍ର ପୁଅ କେଦାରନାଥ କରଣ, ବୟସ ୨୨, ଗତ ୨୩/୧୨/୨୨ ତାରିଖ ଦିନ ଖଡ୍ଗପ୍ରସାଦ ଗ୍ରାମର ମଶାଣିଆ ସାହିରେ ବକୁଳ ଅମାବାସ୍ୟା ଯାତ୍ରା ହେଉଥିବା ସମୟରେ ସେ ତାର ସାଙ୍ଗ ମୁଣ୍ଡା ଗ୍ରାମର ସମୀର ନାୟକ ଙ୍କ ସହ ରାତ୍ର ୭ ଘଣ୍ଟିକା ସମୟରେ ଯାତ୍ରା ହେଖିବାକୁ ସେହି ସାହିକୁ ଯାଇଥିଲା ତତ୍ ସହ ତାର ମା କୁ କହିଥିଲା “ମା ଲୋ ତୁ ମୋ ପାଇଁ ଖାଇବାକୁ ରଖିବୁ ନାହିଁ,ମୁ ଯାତ୍ରାରେ ଖାଇ ଦେବି ” ଏପରି କହି ସେ ଘରୁ ବାହାରି ଯାଇଥିଲା କିନ୍ତୁ ତା ପର ଦିନ ପଯ୍ୟନ୍ତ ସେ ନ ଆସିବାରୁ ମା ଓ ବାପା ବ୍ୟଥିତ ହୋଇଯାଇଥିଲେ ।ଶେଷରେ ସେ ଧର୍ଯ୍ୟହରା ହୋଇ ମୋଟଙ୍ଗା ଥାନାରେ ନିଖୋଜ ହେବାର ଲିଖିତ ଅଭିଯୋଗ କରିଥିଲେ।କିନ୍ତୁ ଆଜକୁ ୩ ଦିନ ହେବ ତାଙ୍କର ପତା ମିଳୁନାହିଁ।ମୋଟଙ୍ଗା ପୋଲିସ ଏ ପର୍ଯ୍ୟନ୍ତ କୋଣସି ଅନୁସନ୍ଧାନ କରି ନାହାନ୍ତି ବୋଲି ତାଙ୍କର ପିତା ମାତା ପ୍ରକାଶ କରିଛନ୍ତି।ଦେଖିବାକୁ ବାକି ରହିଲା ମୋଟଙ୍ଗା ଥାନା ଅଧିକାରୀ କେବେ ଏହି ଗରିବ ମା କୁ ତାର ପୁଅକୁ ଫେରାଇ ଦେଉଛନ୍ତି ?

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗୋଲାମୁଣ୍ଡା ଅଞ୍ଚଳରେ ବଢୁଛି ଥଣ୍ଡା ପ୍ରକୋପ , ବୃଦ୍ଧ, ବୃଦ୍ଧା ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା 

Sunil Chandra Nayak

ତେରେସିଂହାରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ

masiha

ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!