ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ll ଜଣାଣ l l

   l l l  ଜଣାଣ l l l

  ମାନଗୋବିନ୍ଦ ସ୍ବାଇଁ

ମୁଁ ଯାଉଛି ପୁରୀ ଦୁର୍ଗମ ଅଞ୍ଚଳୁ
         ପ୍ରଭୁଙ୍କୁ କରିବି ଦେଖା
ମୋ ଦୁଃଖ ଜଣାଇ ଆପତ୍ତି କରିବି
     ମୋର ଜୀବନ ହେସଖା।
ବନ ଜାତ ଦ୍ରବ୍ଯ ଯାଚି ଦେବି ପ୍ରଭୁ
      ତାହା ମୁ କରିବି ପୂଜା
ତୁମ ଗୁଣ ଗାନ ସଦା କରୁଥିବି
       ପ୍ରଚାର ଉଡ଼ାଇ ଧ୍ଵଜା।
ବହୁତ ଦୂରରୁ ଘେନ ନମସ୍କାର
     ଦୁର୍ବଳ ମୋର ଶରୀର
ବଳ ଭରି ଦିଅ ଅନ୍ତର ଭିତରେ
     ମୋ କଳା ଭକ୍ତି ଠାକୁର।
ତୁମ ଛବି ଦେଖି ହବ ମୋର ସୁଖ
      ଲିଭି ଯିବ ମୋର ଦୁଃଖ
ହସିଦେ କାଳିଆ ମୋକଳା ଠାକୁର
     ଚାହିଁ ଦେ କଳା ଶ୍ରୀମୁଖ।
ଗରୁଡ଼ ସ୍ତମ୍ଭରୁ ଦର୍ଶନ ଦର୍ଶକ
     ତୂଳସୀ ପାଦୁକା ପାଇ
ଭଜନ ଜଣାଣ ଗୀତ ସଂକୀର୍ତ୍ତନ
     ହରିରାମ ମୁଖେ ଗାଇ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

ସହଦେବ ପରିଡ଼ା ଙ୍କ = ଜଣାଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // କର୍ତ୍ତବ୍ଯ

Sunil Chandra Nayak

Leave a Comment

error: Content is protected !!