ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ll ଜଣାଣ l l

   l l l  ଜଣାଣ l l l

  ମାନଗୋବିନ୍ଦ ସ୍ବାଇଁ

ମୁଁ ଯାଉଛି ପୁରୀ ଦୁର୍ଗମ ଅଞ୍ଚଳୁ
         ପ୍ରଭୁଙ୍କୁ କରିବି ଦେଖା
ମୋ ଦୁଃଖ ଜଣାଇ ଆପତ୍ତି କରିବି
     ମୋର ଜୀବନ ହେସଖା।
ବନ ଜାତ ଦ୍ରବ୍ଯ ଯାଚି ଦେବି ପ୍ରଭୁ
      ତାହା ମୁ କରିବି ପୂଜା
ତୁମ ଗୁଣ ଗାନ ସଦା କରୁଥିବି
       ପ୍ରଚାର ଉଡ଼ାଇ ଧ୍ଵଜା।
ବହୁତ ଦୂରରୁ ଘେନ ନମସ୍କାର
     ଦୁର୍ବଳ ମୋର ଶରୀର
ବଳ ଭରି ଦିଅ ଅନ୍ତର ଭିତରେ
     ମୋ କଳା ଭକ୍ତି ଠାକୁର।
ତୁମ ଛବି ଦେଖି ହବ ମୋର ସୁଖ
      ଲିଭି ଯିବ ମୋର ଦୁଃଖ
ହସିଦେ କାଳିଆ ମୋକଳା ଠାକୁର
     ଚାହିଁ ଦେ କଳା ଶ୍ରୀମୁଖ।
ଗରୁଡ଼ ସ୍ତମ୍ଭରୁ ଦର୍ଶନ ଦର୍ଶକ
     ତୂଳସୀ ପାଦୁକା ପାଇ
ଭଜନ ଜଣାଣ ଗୀତ ସଂକୀର୍ତ୍ତନ
     ହରିରାମ ମୁଖେ ଗାଇ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା – ।। ସିନ୍ଦୂର।।

masiha

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

Leave a Comment

error: Content is protected !!