ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୁରୀ ଅନ୍ନପୂର୍ଣ୍ଣା ଥିଏଟର ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ଜଗତସିଂହପୁର ର ସାମ୍ବାଦିକ

ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ର ବଡଦାଣ୍ଡ ଉପକଣ୍ଠରେ ଅନ୍ନପୂର୍ଣ୍ଣା ଥିଏଟର ମଧ୍ୟରେ,ଉପାନ୍ତ ଓଡିଶାର ଦ୍ଵିତୀୟ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ରାଜ୍ୟ ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଏହି ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ ଉଦଘାଟକ ଥିବାବେଳେ, ଗଜପତି ଜିଲ୍ଲାର ମୋହନା ନିର୍ବାଚନ ମଣ୍ଡଳୀର ବିଧାୟକ ଦାଶରଥି ଗମାଙ୍ଗ ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ ! ବିଶିଷ୍ଟ ସାମ୍ବାଦିକ ରବି ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ବାଦିକତାର ବିଭିନ୍ନ ମାର୍ଗ ବିଷୟରେ ଦିଗଦର୍ଶନ ଦେଇଥିବାବେଳେ, ସମ୍ମାନିତ ଅତିଥି ମାନେ ଥିଲେ ଗଜପତି ଜିଲ୍ଲାର ଜଳସେଚନ ବିଭାଗ ଅତିରିକ୍ତ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା,ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଚନ୍ଦ୍ରଧ୍ଵଜ ପଣ୍ଡା, ଜଗନ୍ନାଥଙ୍କ ଅଙ୍ଗସେବକ ମଧୁସୂଦନ ସିଙ୍ଗାରୀ, ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନୀଜୀବୀ ଜୀବନଜ୍ୟୋତି ଗଡ଼ନାୟକ, ରଂଜିତ ଶବର, ସବିତା ସାହୁକାର, ଓ ଟିଭି ପ୍ରତିନିଧି ମଧୁସୂଦନ ମିଶ୍ର, ପୂର୍ଣଚନ୍ଦ୍ର ନାୟକ, ରାଜକିଶୋର ସ୍ୱାଇଁ,ଏବଂଶୋଭାକର ବେହେରା ! ଉପାନ୍ତ ଓଡ଼ିଶାର ପରିଚାଳନା ନିର୍ଦେଶକ ମନୋଜ ସାହୁ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ଅପ୍ରତିଦ୍ବନ୍ଦି ହସ୍ୟାଭିନେତା ପ୍ରଜ୍ଞା ଖଟୁଆ ! ଏହି ସଭାରେ ଜଗତସିଂହପୁର ଜିଲ୍ଳାର ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହସମ୍ପାଦକ ଭାଗବତ ପ୍ରସାଦ , ଅମୁଲ୍ୟ କୁମାର ଦାସ ଏବଂ ବହୁ ସାମ୍ବାଦିକ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ ହୋଇଛନ୍ତି ! ଜଗନ୍ନାଥ ଧାମ ପୁରୀ ବଡଦାଣ୍ଡରେ ଅବସ୍ଥିତ ସର୍ବ ପୁରାତନ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା ଥିଏଟର ରେ ଆୟୋଜିତ ସମ୍ମିଳନୀରେ ସମ୍ମାନିତ ହୋଇଥିବାରୁ ସମସ୍ତ ସାମ୍ବାଦିକ ଓ ସମ୍ବର୍ଦ୍ଧିତ ବର୍ଗ ବହୁତ ଖୁସୀ ଥିବାର ପରିଲକ୍ଷିତ ହୋଇଥିଲା !

ତିର୍ତ୍ତୋଲ ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha..

Related posts

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

masiha

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

ଚିକିଟି ବ୍ଲକ ସମ୍ମୁଖରେ ପଂଚାୟତ ପ୍ରତିନିଧି ଙ୍କ ଗଣଧାରଣା‌

Sunil Chandra Nayak

Leave a Comment

error: Content is protected !!