ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପକ୍ଷରୁ ସମାଜ ସେବୀ ଘନଶ୍ୟାମ ସମ୍ମାନିତ

ଧର୍ମଗଡ:୨୯/୧୨/୨୨:ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମେଳନ ପକ୍ଷରୁ ସମାଜ ସେବୀ ଘନଶ୍ୟାମ ଅଗ୍ରୱାଲ ଙ୍କୁ ସମ୍ମାନିତ କରାଯାଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ୟୁପିଏମଏସ୍ ପକ୍ଷ ରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବ ରେ ଜୋନାଲ ସଭାପତି ସୁବାସ ଚନ୍ଦ୍ର ଅଗ୍ରୱାଲ, ସମ୍ପାଦକ ଦୀପକ କୁମାର ଅଗ୍ରୱାଲ ଙ୍କ ଗାରିମା ମୟ ଉପସ୍ଥିତି ରେ ରାଜ୍ୟ ସଭାପତି ଗୋବିନ୍ଦ ରାମ ଜି ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଘନଶ୍ୟାମ ଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ସମାଜ ସେବା କ୍ଷେତ୍ର ରେ ତାଙ୍କର ଉଲ୍ଲେଖନିୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମେଳନ ର ବରିଷ୍ଠ ସଦସ୍ୟ ଗୁରୁ ପ୍ରସାଦ ଅଗ୍ରୱାଲ, ଶୁକ ଲାଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଅଗ୍ରୱାଲ ଙ୍କ ଏଥି ପାଇଁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ସହ ସ୍ବାଗତ କରାଯାଇଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଯାଜପୁର ଜିଲ୍ଲା ଗସ୍ତ ଓ ଡାଇରିଆ ରୋଗୀଙ୍କ ଚିକିତ୍ସା ଅନୁଧ୍ୟାନ

masiha

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

masiha

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଜିତୁ ପଟ୍ଟନାୟକଙ୍କ ଦ୍ଵାଦଶ ପୂଣ୍ୟତିଥି ଅବସରରେ ଅସହାୟ ଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଲା ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ

masiha

Leave a Comment

error: Content is protected !!