ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮ଦଫା ଦାବି ପୁରଣ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଧାରଣା ବସିଥିଲେ ଅନଙ୍ଗୱାଡ଼ି କର୍ମୀ

ଦୀର୍ଘ ବର୍ଷ ଧରି କାମକରି ଆସୁଥିବା ଅଙ୍ଗନବାଡ଼ି କର୍ମୀମାନେ ନିଜର ମୌଳିକ ସୁବିଧା ପାଇବା ପାଇଁ ଅଙ୍ଗନବାଡି କର୍ମୀ କୁ ଦରମା ୧୮ ହଜାର ଟଙ୍କା ଓ ସହାୟିକା ମାନଙ୍କୁ ୯ ହଜାର ଟଙ୍କା କୁ ବୃଦ୍ଧି କରିବା,ଅଙ୍ଗନବାଡି କର୍ମୀ ଓ ସହାୟିକା ଙ୍କୁ ସରକାରୀ ମାନ୍ୟତା,କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବରଣ କଲେ ଅଙ୍ଗନବାଡି କର୍ମଚାରୀ ମାନଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଦେବା ସହିତ ପରିବାର ର ଜଣକୁ ଚାକିରୀ ଦେବା ଭଳି ୮ ଦଫା ଦାବୀ ସରକାରଙ୍କ ନିକଟରେ ଦାବି କରି ଗତ ୨୧ ତାରିଖ ନଭେମ୍ବର ମାସ ଠାରୁ ଆନ୍ଦୋଳନକୁ ଓହ୍ଲାଇ ଆଜିପର୍ଯ୍ୟନ୍ତ ଗର୍ଜୁଛନ୍ତି। ସେମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ଆନ୍ଦୋଳନକୁ ଜାରୀ ରଖିଥିବା ବେଳେ ରାଜ୍ୟ ବିଧାନସଭା ସମ୍ମୁଖରେ ମଧ୍ୟ ଧାରଣା ଦେଇଛନ୍ତି।ଆଜି କନ୍ଧମାଳ ଜିଲ୍ଲା ସମସ୍ତ ଅଙ୍ଗନବାଡ଼ି କର୍ମୀ ଭାରତୀୟ ମଜଦୂର ସଙ୍ଘ ସଂଲଗ୍ନ ଅଲ ଓଡିଶା ଅଙ୍ଗନୱାଡି ଲେଡିସ ୱାର୍କର୍ସ ଆସୋସସେନ ତରଫରୁ କର୍ମଚାରୀ ମାନଙ୍କର ଦୀର୍ଘ ଦିନ ର ୮ ଗୋଟି ଦାବୀ ପୂରଣ ନିମନ୍ତେ ଜିଲ୍ଲା ସଭାପତି ଶର୍ମିଷ୍ଠା ନାୟକ ଙ୍କର ନେତ୍ତୃତ୍ୱରେ ଫୁଲବାଣୀ ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ଏକ ବିଶ୍ୱାଳ ସଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଥିଲେ। ଆଜି କୁ ୪୦ ଦିନ ଅଙ୍ଗନବାଡି କର୍ମୀ ମାନେ ଧାରଣା ରେ ବସିଲେଣି । ଯେତେଦିନ ପର୍ଯ୍ୟନ୍ତ ଆମର ୮ ଦଫା ଦାବୀ ପୂରଣ ନ ହେଇଛି ଏମିତି ଏ ଆନ୍ଦୋଳନ ଜାରି ରହିବ । ଏଥି ପାଇଁ ଯାହାବି ଅସୁବିଧା ଦେଖାଦେବ ସରକାର ଦାୟୀ ରହିବେ ବୋଲି ସଭାପତି ଶର୍ମିଷ୍ଠା ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଏହି ବିରାଟ ସଭାଯାତ୍ରା ବେଳେ ଭାରତୀୟ ମଜଦୂର ସଙ୍ଘ ସଭାପତି ଅଶୋକ ପରିଡା,ସମ୍ପାଦକ ରଞ୍ଜନ କଁହର, ଜିଲ୍ଲା ସଙ୍ଗଠକ ସମ୍ପାଦକ କାହ୍ନୁ ଚରଣ ବେହେରା,ଜିଲ୍ଲା ଅଙ୍ଗନବାଡି ସଙ୍ଘ ସମ୍ପାଦିକା ଶାରଦା ପରିଛା, ଫୁଲବାଣୀ ବ୍ଲକ ସଭାପତି ଆରତୀ ବେହେରା, ସମ୍ପାଦିକା ଜିନତା ଦିଗାଲ, ଜିଲ୍ଲା ଶ୍ରମିକ ସଂଗଠନ ସମନ୍ୱୟ କମିଟି ସଭାପତି ପ୍ରଫୁଲ୍ଲ ବେହେରା, ଙ୍କ ସହ ଜିଲ୍ଲା ର ସମସ୍ତ ଅଙ୍ଗନବାଡି କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ସମସ୍ତ କର୍ମୀ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ଦାବୀ ପୂରଣ ନିମନ୍ତେ ଘଣ୍ଟା ଘଣ୍ଟା ଧରି କଣ୍ଠ ଫଟା ସ୍ଲୋଗାନ ଦେଇଥିଲେ। ଦାବୀ ସମୁହ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର ଙ୍କର ଉଦେଶ୍ୟରେ ୮ ଗୋଟି ଦଫା ସମ୍ମିଳିତ ସ୍ମାରକ ପତ୍ର ଜିଲ୍ଲା ପାଳ କନ୍ଧମାଳ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କ କର୍ମଚାରୀ ଆସିଷ୍ଟାଣ୍ଟ କଲେକ୍ଟର ଡି ମାଲେଶ୍ୱର ରାଓ ପ୍ରଦାନ କରାଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଅପରେସନ ସିନ୍ଦୁର ଯୋଜନାରେ ୧୦୦୭ ୟୁନିଟ ରକ୍ତ ସଂଗ୍ରହ ବିଧାୟକ ଦୁର୍ଗା ତନ୍ତୀଙ୍କ ସଂକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଶଂସା

Sunil Chandra Nayak

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!