ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା କାରାଗାର ଠାରେ କେରମ ଓ ଚେସ ପ୍ରତିଯୋଗିତା

ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀଙ୍କ ଅନୁରୋଧ କ୍ରମେ କଳାହାଣ୍ଡି ଉତ୍ସବ ଘୂମୁରା 2023 ଏବଂ ହକି ବିଶ୍ୱକପ 2023 ଉପଲକ୍ଷେ ଆଜି ଜିଲ୍ଲା ମୁଖ୍ୟ କାରାଗାର ଏବଂ ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହ ରେ ଅନ୍ତେବାସୀ ମାନଙ୍କ ମଧ୍ୟରେ କଳାହାଣ୍ଡି କେରମ ସଂଘ ର ସଭାପତି ଶ୍ରୀ ପ୍ରଦୀପ କୁମାର ଦାସ(ବାପି ) ଙ୍କ ନେତୃତ୍ୱ ରେ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ମାନସ ରଞ୍ଜନ ଦାସ, ସାଧାରଣ ସମ୍ପାଦକ ଜନାବ ଅବଦୁଲ ରେହମାନ ଖାଁ, ଉପସଭାପତି ଶ୍ରୀ ପ୍ରଭାତ ବ୍ରହ୍ମା,କର୍ମକର୍ତ୍ତା ମନୋଜ ସିଂ, M D flower ଙ୍କ ସହାୟତା ରେ ଜିଲ୍ଲା କ୍ରୀଡା ଅଧିକାରୀ ଙ୍କ ଉପସ୍ଥିତ ରେ କେରମ ଏବଂ ଚେସ ର ପ୍ରତିଯୋଗିତା କରାଯାଇଥିଲା I ଦୁଇଟି ଯାକ ସ୍ଥାନରେ ଅନ୍ତେବାସୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସIହ ଦେଖଦେଇଥିଲା I

        ଜିଲ୍ଲା କାରାଗାର ଠାରେ କେରମ ପ୍ରତିଯୋଗିତା ରେ ଶିଶୁପାଳ ମାଝୀ ଓ ସୁନୀଲ ନାଏକ ବିଜେତା ହୋଇଥିବାବେଳେ ରୋହିତ ମାଝୀ ଓ ଦେବରାଜ ନାଏକ ଉପବିଜେତା ହୋଇଥିଲେ I ସେହିପରି ଚେସ ପ୍ରତିଯୋଗିତାରେ ସୁନୀଲ ନାଗ ବିଜେତା ହୋଇଥିବାବେଳେ ରମେଶ ଦଳାଇ ଉପବିଜେତା ହୋଇଥିଲେ I

    ସେହିପରି ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହ ରେ କେରମ ଖେଳରେ ରାଜକୁମାର ସୁନା ଓ ବଳରାମ ଅମାନତ୍ୟ ବିଜେତା ହୋଇଥିବାବେଳେ ସୁରଜ ସେନ ଓ ରବି ମାଝୀ ଉପବିଜେତା ହୋଇଥିଲେ I ସେହିପରି ଚେସ ଖେଳ ରେ ବଳରାମ ଅମାନIତ୍ୟ ବିଜେତା ହୋଇଥିବାବେଳେ ଅରବିନ୍ଦ କୁମାର ଉପବିଜେତା ହୋଇଥିଲେ I

    ଜିଲ୍ଲା କାରାଗାର ଠାରେ କIରାପାଳ ଶ୍ରୀମତୀ ରଶ୍ମୀପ୍ରଭା ରୟ ଙ୍କ ସହ ଅନ୍ୟାନ୍ୟ କତ୍ତୃପକ୍ଷ ରଞ୍ଜନ କୁମାର ନାଏକ, ନମିଶ କୁମାର ପଣ୍ଡା ଓ ରାମକୃଷ୍ଣ ପାତ୍ର ପ୍ରତିଯୋଗିତା ପରିଚାଳନା କରିବା ସମୟରେ ସହଯୋଗ କରି ଅନ୍ତେବାସୀ ମାନଙ୍କୁ ଉତ୍ସIହିତ କରିଥିଲେ I ସେହିପରି ପର୍ଯ୍ୟବେକ୍ଷଣ ଓ ସ୍ୱତନ୍ତ୍ର ଗୃହ ରେ ଦାୟିତ୍ୱ ରେ ଥିବା ପରିଚାଳକ ଗୁଲାମ ଅମିବୁଲ୍ଲା ଖାଁ, ପରାମର୍ଶଦାତା ଶ୍ରୀମତୀ ଶର୍ମିଷ୍ଠା ନାୟକ, ଅଂଶୁମାନ ମହାପାତ୍ର, ସୁରେନ୍ଦ୍ର କୁମାର ମେହେର, ଚେସ ସଂଘ ର ସଭାପତି ଶ୍ରୀ ସୁଧୀର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ I

       ପରିଶେଷରେ ଆଜିର ମୁଖ୍ୟ ଆୟୋଜକ କଳାହାଣ୍ଡି କେରମ ସଂଘ ର ସଭାପତି ଶ୍ରୀ ପ୍ରଦୀପ କୁମାର ଦାସ ସଂଘ ତରଫରୁ ଜିଲ୍ଲାପାଳ ମହୋଦୟାଙ୍କୁ ଏବଂ ବିଶେଷ କରି ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ପାଢ଼ୀ ଙ୍କୁ ଏହି ଦୁଇଟି ସ୍ଥାନରେ କେରମ ଓ ଚେସ ପ୍ରତିଯୋଗିତା କରିବା ପାଇଁ ସୁଯୋଗ ଦେଇଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଦେଇଥିଲେ I ଏହା ସହ ସଂଘ ର ସମସ୍ତଙ୍କୁ ସହଯୋଗ କରି ସଫଳ କରିଥିବାରୁ ଧନ୍ୟବାଦ ଦେଇଥିଲେ I

ମସିହା ନିଉଜ ସର୍ଭିସ୍ 

Related posts

ସହରରେ ବ୍ୟାପକ ଝାଡ଼ାବାନ୍ତି ଓ ମୃତ୍ୟୁ ନେଇ ସି ପି ଆଇ ଏମ୍ ଉଦବେଗ, ପ୍ରତିକାର ପାଇଁ ପ୍ରଶାସନ ନିକଟରେ ଦାବି

masiha

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) – ୨୦୨୬ କୁ ନେଇ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଭାପତି/ସମ୍ପାଦକମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ 

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ, ଦଲୀୟ କର୍ମିଙ୍କୁ ନିର୍ବାଚନ ରଣନୀତି ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ମାଷ୍ଟର ଟ୍ରେନର

masiha

Leave a Comment

error: Content is protected !!