ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏଚଜି ମହିଳା ମାନଙ୍କୁ ତାଲିମ , ପ୍ରମାଣପତ୍ର ବଣ୍ଟନ ଓ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ସଚେତନତା ସଭା

ଡାବୁଗାଁ, ୩୦/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳର ମଇଦଲପୁର ସେକସନ ଅଧୀନ କେନ୍ଦୁଗୁଡା ଗ୍ରାମରେ ଡାବୁଗାଁ ବନ ବିଭାଗ ତରଫରୁ ଏସଏଚଜି ମହିଳା ମାନଙ୍କୁ ତାଲିମ ପ୍ରମାଣପତ୍ର ବଣ୍ଟନ ଓ ଜଙ୍ଗଲରେ ନିଆଁ ନଲଗାଇବା ପାଇଁ ଏକ ସଚେତନତା ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ପ୍ରଥମେ ଅତିଥି ମାନେ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ ଦେଇ ଏସଏଚଜି ମହିଳା ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ | ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇ ଜଙ୍ଗଲ ସୁରକ୍ଷା, ମହିଳା ମାନଙ୍କ ଉନ୍ନତି ଉପରେ କହିଥିଲେ | ପାପଡାହାଣ୍ଡି ଜିଲା ପରିଷଦ ସଭ୍ୟା ଲିପିକା ମାଝି ଯୋଗ ଦେଇ ସଚେତନତା ସହ ସ୍ଵାବଲମ୍ବୀ ହୋଇ ରୋଜଗାର ବୃଦ୍ଧି ଉପରେ ବାର୍ତ୍ତା ଦେଇଥିଲେ |ଏସଏଚଜି ମାଧ୍ୟମରେ ଏହାର ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବା | ମହିଳା ମନ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିକଶିତ ହୋଇ ପରିବାର, ଅଞ୍ଚଳ ଓ ଦେଶର ବିକାଶ ହେବ | ଗ୍ରାମ୍ୟ ବିକାଶ ସଂଗଠନ ସଭାପତି ଇଶ୍ଵର ସାବତ ଯୋଗ ଦେଇ ପରିବର୍ତ୍ତନର ବାର୍ତ୍ତା ପହଞ୍ଚିଛି | ମହିଳା ମାନେ ଆଗକୁ ଆସି ବସିବାର ସୁଯୋଗ ମିଳିଛି | ମିସନ ଶକ୍ତି ଏକ ଅଭିଯାନ, ସରକାର ଆମକୁ ସମ୍ମାନ ଦେଇଆସୁଛନ୍ତି | ଜଙ୍ଗଲକୁ ଉନ୍ନତି କରିବା ପାଇଁ ବନ ସୁରକ୍ଷା ସମିତି ଗଠିତ ଏଥିରେ ୫୦ ପ୍ରତିଶତ ମହିଳା ଓ ୫୦ ପ୍ରତିଶତ ପୁରୁଷ ରହିଛନ୍ତି | ଏମାନେ ଉଜୁଡା ଜଙ୍ଗଲର ପୁନଃ ଉଦ୍ଧାର ସହ ବନବାସୀଙ୍କ ଉନ୍ନତି | ତାଲିମ ର ସଦୁପଯୋଗ କରିବାକୁ ପଡିବ | ପ୍ରଥମେ କଷ୍ଟ ହେବ ପରେ ସେହି କଷ୍ଟ ରୋଜଗାରର ମାଧ୍ୟମ ହେବ ବୋଲି କହିଥିଲେ | ନବରଙ୍ଗପୁର ସହକାରୀ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଯୋଗ ଦେଇ ସଭାରେ ବସିଥିବ ୯୦ ପ୍ରତିଶତ ମହିଳା, ମହିଳାଙ୍କୁ ନେଇ ସୁନ୍ଦର ସଭା କରାଯାଇ ପାରୁଛି | ମହିଳା ମାନଙ୍କ ଅନେକ ଦାୟିତ୍ଵ ରହିଛି ତଥାପି ପ୍ରତ୍ୟୋକ କାହାଣୀ ଓ ସଫଳତା ପଛରେ ମହିଳା ଓ ମାଆ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ | ମହିଳା ସହିଷ୍ଣୁ ଓ ସମାଜରେ ପରିବର୍ତ୍ତନ ଆସିଛି | ଆମ ଜଙ୍ଗଲ ଯୋଜନ ଓଡିଶା ସରକାରଙ୍କ ନିଜସ୍ୱ ଯୋଜନା| ଏହା ନବରଙ୍ଗପୁର ଜିଲାରେ ୬ ବର୍ଷ ହେବ କାର୍ଯ୍ୟ କରୁଛି | ପ୍ରତି ବର୍ଷ ଆମ ଜଙ୍ଗଲ ଯୋଜନାରେ ଜଙ୍ଗଲ ଅଭିବୃଦ୍ଧି ଓଜଙ୍ଗଲରେ ନିଆଁ ଲାଗିବାରୁ ସୁରକ୍ଷା ଦେବା, ଆର୍ଥିକ ଓ ସାମାଜିକ ଉନ୍ନତି ମହିଳା ମାନଙ୍କୁ ନେଇ ଏସଏଚଜି ଗଠିତ | ଉତ୍ତମ ଏସଏଚଜି ଓ ମହିଳା ମାନଙ୍କୁ ସହାୟତା ପ୍ରଦାନ ସହ ତାଲିମ ବ୍ୟବସ୍ଥା ଦିଆଯାଇଛି ବୋଲି କହିଥିଲେ | କେନ୍ଦୁଗୁଡା ବନ ସୁରକ୍ଷା ସମିତିର ୯ ଟି ଏସଏଚଜି କୁ ଆଚାର, ପାମ୍ପଡ ଓ ମସଲାଗୁଣ୍ଡ ତିଆରି କରିବା ନେଇ ତାଲିମ ଦିଆଯାଇଥିବା ବେଳେ ଲଦି ବନ ସୁରକ୍ଷା ସମିତି ର ୬ ଟି ଏସଏଚଜି କୁ ନର୍ସରୀ ଓ ଚାଷ ପଦ୍ଧତି ଉପରେ ତାଲିମ ଦିଆଯାଇଥିଲା | ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ୬୯ ଜଣ ଏସଏଚଜି ମହିଳା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରଯାଇଥିଲା | ଶ୍ରେଷ୍ଠ ବନ ସୁରକ୍ଷା ସମିତି ଭାବ କେନ୍ଦୁଗୁଡା ବନ ସୁରକ୍ଷା ସମିତିକୁ ବନ ବିଭାଗ ତରଫରୁ ଟ୍ରଫି ପ୍ରଦାନ କରଯାଇଥିଲା | ଏଥିରେ ମଇଦଲପୁର ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝି, ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ସମସ୍ତ ବନରକ୍ଷୀ , ବନ ସୁରକ୍ଷା ସମିତି କର୍ମକର୍ତ୍ତା ଓ ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନରେ କାର୍ଯ୍ୟରତ ବେଡ଼ ରୋଲରଙ୍କ ମୃତ୍ୟୁ, ପୁଅକୁ ହତ୍ୟା କରାଯାଇଥିବା ବାପାର ଜୁନାଗଡ଼ ଥାନା ରେ ଅଭିଯୋଗ

masiha

ମାଙ୍କଡ ଦେଉଛି ମାନବିକତାର ଶିକ୍ଷା 

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!