ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ରେ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ

ନବରଙ୍ଗପୁର 30,12,2022 (ମସିହା) ଆଜି ନବରଙ୍ଗପୁର ବାରିକ ସଙ୍ଘ ଆହ୍ଵାନରେ ନବରଙ୍ଗପୁର ମଣ୍ଡେଇ ପଡିଆରେ ମହେଶ ମୋମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟ ଅନୁଷ୍ଠିତ ହେଇଥିଲା ! ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବାରିକ ସଙ୍ଘର ସଭାପତି ଏନ. ଗଣେଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୟପୁର ବାରିକ ସଙ୍ଘ ର ଆନନ୍ଦ, କୋଟପାଡ଼ ବାରିକ ସଙ୍ଘ ର କେ. ମୁରଲୀ, ମାଥିଲି ବାରିକ ସଙ୍ଘ ର ଗୁପି ଯୋଗଦେଇ କ୍ରିକେଟ ଖେଳାଳିଙ୍କୁ ଉତ୍ସାହିତ କରିବାସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଏହି କ୍ରିକେଟ ପ୍ରତିଯୋଗିତା କୋଟପାଡ଼ ର ଶ୍ରୀ ଗଣେଶ ବାରିକ ସଙ୍ଘ, ଜୟପୁର ର ଓମ ଶ୍ରୀ ଜଗତ ଜନନୀ ଭଣ୍ଡାରୀ ସଙ୍ଘ, ମାଥିଲି ସେଲୁନ ସଙ୍ଘ, ନବରଙ୍ଗପୁର ର ମହେଶ ମେମୋରିଆଲ କ୍ରିକେଟ ଟିମ ୪ଟି ଦଳ ଅଂଶ ଗ୍ରହଣ କରିଥିଲେ । କୋଟପାଡ଼ ଟିମ ପ୍ରତିଯୋଗିତା ରେ ରନର ହେଇଥିବା ବେଳେ ଜୟପୁର ଟିମ ପ୍ରଥମ ସ୍ଥାନ ଅଧିକାର କରି ଉଇନର ହୋଇଥିଲେ । ଅତିଥି ମାନଙ୍କ ଦ୍ୱାରା ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ନବରଙ୍ଗପୁର କ୍ରିକେଟ ଦଳର କ୍ୟାପଟେନ ସତୀଶ ଧନ୍ୟବାଦ ଅର୍ପଣ କରିଥିଲେ! ଏହି କାର୍ଯ୍ୟକ୍ରମ କୁ ବାରିକ ସଙ୍ଘ ର ବି କିରଣ, ବାରିକ ସଙ୍ଘ ର ସମ୍ପାଦକ ଆର. ସାନ୍ତୁ, ସହ ସମ୍ପାଦକ ବି. ସନ୍ତୁ ଏବଂ ଅନ୍ୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ !    

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଦୂତୀୟ ସେମି ଫାଇନଲ ରେ ଛତିଶଗଡ଼ ଫରେଷ୍ଟ ବିଜୟୀ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ବଲାଙ୍ଗୀର କୁ ହରାଇ କେସିଙ୍ଗା ବିଜୟୀ 

masiha

ମାଁ ଗଢ଼ିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!