ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୧୭ରୁ କରିହେବ ଆବେଦନ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୨ ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶାସନିକ, ସମବାୟ, ଶ୍ରମ, ରାଜସ୍ବ, ପରିବହନ ଓ ଆକାଉଣ୍ଟ ସେବାରେ ମୋଟ ୬୮୩ ପଦବି ପାଇଁ ନୂଆ ନିଯୁକ୍ତି ହେବ। ଏଥିରୁ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୩୮୭ ପଦବି, ସାମାଜିକ ଓ ଆର୍ଥିକ ରୂପେ ଅନଗ୍ରସର ବର୍ଗ (ଏସ୍‌ସିବିସି)ଙ୍କ ପାଇଁ ୭୧,  ଅନୁସୂଚିତ ଜାତି(ଏସ୍‌ସି)ଙ୍କ ପାଇଁ ୮୯ ଓ ଅନୁସୂଜିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ୧୩୬ ପଦବିରେ ନିଯୁକ୍ତି ହେବ। ମୋଟ୍‌ ପଦବିରୁ ମହିଳାଙ୍କ ପାଇଁ ୨୨୭ଟି ପଦବି ସଂରକ୍ଷିତ ରହିଛି।

ସୂଚନାଯୋଗ୍ୟ, ଆଶାୟୀ ପ୍ରାର୍ଥୀ ଜାନୁଆରି ୧୭ରୁ ଅନଲାଇନ ଯୋଗେ ଆବେଦନ କରିପାରିବେ। ଜାନୁଆରି ୧୭ରୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ଆବେଦନ କରିହେବ। ବିସ୍ତୁତ ତଥ୍ୟ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଉପଲବ୍ଧ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

NEP-2020: ଓଡ଼ିଶାକୁ ‘ନଲେଜ୍ କ୍ୟାପିଟାଲ୍’ ଭାବେ ଗଢ଼ିବା ପାଇଁ ଦୁଇ ଦିନିଆ ଜାତୀୟ ସ୍ତରୀୟ କର୍ମଶାଳା

ଡାକ୍ତରଙ୍କୁ ମାର୍ଚ୍ଚ ୧୦ ସୁଦ୍ଧା ସାର୍ଟିଫିକେଟ ଜମା କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

Sunil Chandra Nayak

Leave a Comment

error: Content is protected !!