ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୧୭ରୁ କରିହେବ ଆବେଦନ

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୨ ପାଇଁ ପ୍ରସ୍ତୁତି କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର ଆସିଛି। ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶାସନିକ, ସମବାୟ, ଶ୍ରମ, ରାଜସ୍ବ, ପରିବହନ ଓ ଆକାଉଣ୍ଟ ସେବାରେ ମୋଟ ୬୮୩ ପଦବି ପାଇଁ ନୂଆ ନିଯୁକ୍ତି ହେବ। ଏଥିରୁ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ୩୮୭ ପଦବି, ସାମାଜିକ ଓ ଆର୍ଥିକ ରୂପେ ଅନଗ୍ରସର ବର୍ଗ (ଏସ୍‌ସିବିସି)ଙ୍କ ପାଇଁ ୭୧,  ଅନୁସୂଚିତ ଜାତି(ଏସ୍‌ସି)ଙ୍କ ପାଇଁ ୮୯ ଓ ଅନୁସୂଜିତ ଜନଜାତି (ଏସ୍‌ଟି)ଙ୍କ ପାଇଁ ୧୩୬ ପଦବିରେ ନିଯୁକ୍ତି ହେବ। ମୋଟ୍‌ ପଦବିରୁ ମହିଳାଙ୍କ ପାଇଁ ୨୨୭ଟି ପଦବି ସଂରକ୍ଷିତ ରହିଛି।

ସୂଚନାଯୋଗ୍ୟ, ଆଶାୟୀ ପ୍ରାର୍ଥୀ ଜାନୁଆରି ୧୭ରୁ ଅନଲାଇନ ଯୋଗେ ଆବେଦନ କରିପାରିବେ। ଜାନୁଆରି ୧୭ରୁ ଫେବ୍ରୁଆରି ୧୬ ପର୍ଯ୍ୟନ୍ତ ଆବେଦନ କରିହେବ। ବିସ୍ତୁତ ତଥ୍ୟ ଓପିଏସ୍‌ସିର ୱେବସାଇଟ୍‌ http://opsc.gov.inରେ ଉପଲବ୍ଧ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସଂକ୍ଷେପରେ ପଦ୍ମଶ୍ରୀ ଅଦ୍ୱୈତ ଗଡନାୟକ :ଢେ଼ଙ୍କାନାଳ ଜିଲ୍ଲାର ଗର୍ବ ଓ ଗୌରବ 

masiha

ମେ ତୃତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ! 

ବଦଳିଲା ଦଶମ ବୋର୍ଡ ପରୀକ୍ଷା ଢାଞ୍ଚା: ଆଉ ହେବନି ସମ୍ମେଟିଭ ପରୀକ୍ଷା, ବର୍ଷ ଶେଷରେ ହେବ ଗୋଟିଏ ବୋର୍ଡ ପରୀକ୍ଷା

Leave a Comment

error: Content is protected !!