ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

କଥାରେ ଅଛି ଘୋଡା ଚଢ଼ା ଠାରୁ ସମ୍ପତ୍ତି ନାହିଁ କି ଘର ପୋଡିଠାରୁ ବିପତ୍ତି ନାହିଁ ! ହଁ ଆଜ୍ଞା ଆମେ ଆପଣଙ୍କୁ ଦେଖାଉଛୁ ଘର ପୋଡିର ସେଇ ଲୋମ ଟାଙ୍କୁରା ଦୃଶ୍ୟ, ଯୋଉଠି ଆପଣମାନେ ଦେଖି ପାରିବେ ଗୁହାଳ ସହିତ ଗୋଟିଏ ଦୁଇ ବର୍ଷର ବାଛୁରୀ ଟି ହେଇ ମରିଯାଇଛି ! ଆଉ ଗୋଟିଏ ଦୁହାଁଳିଆ ଗାଈ ଓ ଗର୍ଭବତୀ ଗାଈ ଅର୍ଦ୍ଧ ଦଗ୍ଧ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ! ପାଟି ଫିଟୁନାହିଁ ବୋଲି କହି ପାରୁ ନାହାନ୍ତି ସିନା ବିକଳ ଚିତ୍କାର ଜଣେଇ ଦେଉଛି, କେତେ କଷ୍ଟରେ ଅଛନ୍ତି ସେମାନେ ! ଘଟଣାକ୍ରମେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତର ବାରମଣା ଗ୍ରାମର ସୂର୍ଯ୍ୟମଣୀ ଦାସଙ୍କ ଭାଗ୍ୟ ଉପରେ ପଡିଛି ଚଡକ ! ରାତି ପ୍ରାୟ ଗୋଟାଏ ପରେ ଆନୁମାନିକ ସର୍ଟସର୍କିଟ ଯୋଗୁ ଗୁହାଳରେ ନିଆଁଲାଗି ଗୁହାଳଟି ସମ୍ପୂର୍ଣ୍ଣ ଜାଳି ଯାଇଛି ! ତାସହିତ ଜଳିଯାଇଛି ଗୋଟିଏ ବାଛୁରୀ, ଅଧାଜଳା ହୋଇଯାଇଛି ଦୁଇଟି ଗାଈ ! ଏବର୍ଷ ବନ୍ୟା ନେଇଗଲା ଚାଷ, ଅଗ୍ନି ନେଇଗଲା ଗୁହାଳ ବାସ, ମର୍ମାହତ ସୂର୍ଯ୍ୟମଣୀ ର ଭାଗ୍ୟ ଆକାଶରେ ରୋଜଗାରର ସୂର୍ଯ୍ୟକୁ ଗ୍ରାସକଲା ବିପତ୍ତି ! କେମିତି ଭରଣା ହେବ ଏହି ଅଧାଗଢା ସ୍ବପ୍ନ ? କିଏ କରିବ ସାହାଯ୍ୟ ? କାହାକୁ କହିବେ ଶୁଣିବ କିଏ ? ସବୁତ ଏଠି ସ୍ୱାର୍ଥର ସାରଥୀ , ଆମ ଚାନେଲ ମାଧ୍ୟମରେ ସରକାରଙ୍କୁ ଦୁଃଖ ଜଣାନ୍ତି ସୂର୍ଯ୍ୟମଣୀ , ଅଧାପୋଡ଼ା ଗାଈଙ୍କ ଚିକିତ୍ସା, ଓ ମୋ ଗୁହାଳ ର ସରକାରୀ ଯୋଜନାରେ ସାମିଲ କରାଇଲେ, ଦୁଃଖ ଦୂର ହୁଅନ୍ତା ବୋଲି ନିବେଦନ କରି କୁହନ୍ତି ! ସତରେ କଣ ସରକାରୀ ସାହାଯ୍ୟରେ ଗାଈଙ୍କ ଚିକିତ୍ସା ମିଳିପାରିବ ? ମୋ ଗୁହାଳ ଟେ ମିଳିବ ?? ଦେଖିବାକୁ ରହିଲା ସରକାରୀ ବାବୁଙ୍କ ପରିବା ପଣିଆ ର ଦମ୍ !

କୁଜଙ୍ଗ, ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha .

Related posts

ଆବଶର ପ୍ରାପ୍ତ ଶିକ୍ଷକ ଙ୍କ ବିଧାୟ କାଳିନ ସମ୍ଭର୍ଦ୍ଧନା

masiha

ଚଳିତ ଖରିଫ୍ ଋତୁର ରୁପ୍ରା ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିନରେ ଉଠିଲା ଦୁଇଟି ଚାଷୀଙ୍କ ୧୦୫ କ୍ୱିଣ୍ଟାଲ୍ ୨୯ କେଜି ଧାନ  

masiha

ପଥର ବ୍ଳାଷ୍ଟିଙ୍ଗ ହୋଇ ମକା ଫସଲ ନଷ୍ଟ

Sunil Chandra Nayak

Leave a Comment

error: Content is protected !!