ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିରେ ଦଗ୍ଧ ହୋଇଗଲା ଗୁହାଳ ସହ ବାଛୁରୀ, ଦୁଇଟି ଗାଈ ଅର୍ଦ୍ଧଦଗ୍ଧ

କଥାରେ ଅଛି ଘୋଡା ଚଢ଼ା ଠାରୁ ସମ୍ପତ୍ତି ନାହିଁ କି ଘର ପୋଡିଠାରୁ ବିପତ୍ତି ନାହିଁ ! ହଁ ଆଜ୍ଞା ଆମେ ଆପଣଙ୍କୁ ଦେଖାଉଛୁ ଘର ପୋଡିର ସେଇ ଲୋମ ଟାଙ୍କୁରା ଦୃଶ୍ୟ, ଯୋଉଠି ଆପଣମାନେ ଦେଖି ପାରିବେ ଗୁହାଳ ସହିତ ଗୋଟିଏ ଦୁଇ ବର୍ଷର ବାଛୁରୀ ଟି ହେଇ ମରିଯାଇଛି ! ଆଉ ଗୋଟିଏ ଦୁହାଁଳିଆ ଗାଈ ଓ ଗର୍ଭବତୀ ଗାଈ ଅର୍ଦ୍ଧ ଦଗ୍ଧ ହୋଇ ଯନ୍ତ୍ରଣା ଭୋଗୁଛନ୍ତି ! ପାଟି ଫିଟୁନାହିଁ ବୋଲି କହି ପାରୁ ନାହାନ୍ତି ସିନା ବିକଳ ଚିତ୍କାର ଜଣେଇ ଦେଉଛି, କେତେ କଷ୍ଟରେ ଅଛନ୍ତି ସେମାନେ ! ଘଟଣାକ୍ରମେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଞ୍ଚାୟତର ବାରମଣା ଗ୍ରାମର ସୂର୍ଯ୍ୟମଣୀ ଦାସଙ୍କ ଭାଗ୍ୟ ଉପରେ ପଡିଛି ଚଡକ ! ରାତି ପ୍ରାୟ ଗୋଟାଏ ପରେ ଆନୁମାନିକ ସର୍ଟସର୍କିଟ ଯୋଗୁ ଗୁହାଳରେ ନିଆଁଲାଗି ଗୁହାଳଟି ସମ୍ପୂର୍ଣ୍ଣ ଜାଳି ଯାଇଛି ! ତାସହିତ ଜଳିଯାଇଛି ଗୋଟିଏ ବାଛୁରୀ, ଅଧାଜଳା ହୋଇଯାଇଛି ଦୁଇଟି ଗାଈ ! ଏବର୍ଷ ବନ୍ୟା ନେଇଗଲା ଚାଷ, ଅଗ୍ନି ନେଇଗଲା ଗୁହାଳ ବାସ, ମର୍ମାହତ ସୂର୍ଯ୍ୟମଣୀ ର ଭାଗ୍ୟ ଆକାଶରେ ରୋଜଗାରର ସୂର୍ଯ୍ୟକୁ ଗ୍ରାସକଲା ବିପତ୍ତି ! କେମିତି ଭରଣା ହେବ ଏହି ଅଧାଗଢା ସ୍ବପ୍ନ ? କିଏ କରିବ ସାହାଯ୍ୟ ? କାହାକୁ କହିବେ ଶୁଣିବ କିଏ ? ସବୁତ ଏଠି ସ୍ୱାର୍ଥର ସାରଥୀ , ଆମ ଚାନେଲ ମାଧ୍ୟମରେ ସରକାରଙ୍କୁ ଦୁଃଖ ଜଣାନ୍ତି ସୂର୍ଯ୍ୟମଣୀ , ଅଧାପୋଡ଼ା ଗାଈଙ୍କ ଚିକିତ୍ସା, ଓ ମୋ ଗୁହାଳ ର ସରକାରୀ ଯୋଜନାରେ ସାମିଲ କରାଇଲେ, ଦୁଃଖ ଦୂର ହୁଅନ୍ତା ବୋଲି ନିବେଦନ କରି କୁହନ୍ତି ! ସତରେ କଣ ସରକାରୀ ସାହାଯ୍ୟରେ ଗାଈଙ୍କ ଚିକିତ୍ସା ମିଳିପାରିବ ? ମୋ ଗୁହାଳ ଟେ ମିଳିବ ?? ଦେଖିବାକୁ ରହିଲା ସରକାରୀ ବାବୁଙ୍କ ପରିବା ପଣିଆ ର ଦମ୍ !

କୁଜଙ୍ଗ, ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha .

Related posts

ତ୍ରୟୋଦଶ ଜାତୀୟ ମତଦାତା ଦିବସ ୨୦୨୩ ପାଳିତ

Sunil Chandra Nayak

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

Sunil Chandra Nayak

ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ବଲାଙ୍ଗିର ରେ ଆଦିବାସୀ ଙ୍କ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା

masiha

Leave a Comment

error: Content is protected !!