ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉପେନ୍ଦ୍ର ବସ୍ତିଆ ଙ୍କ କବିତା l l ଚଳିତ ବରଷ ଅନ୍ତିମ  ଦିବସ l l

ଚଳିତ ବରଷ ଅନ୍ତିମ  ଦିବସ 

   ଉପେନ୍ଦ୍ର ବସ୍ତିଆ

ଚଳିତ ବରଷ ଅନ୍ତିମ ଦିବସ 
      ଅନ୍ତିମ ସ୍ପରଶ ଆଜି 
ମନ ଚଳଚ୍ଚିତ୍ର ଲାଗଇ ବିଚିତ୍ର 
  ଦେଖି ଗତ ଦୃଶ୍ଯ ରାଜି।୧।
ସର୍ବଦା ଅତୀତ ଲାଗଇ ସୀମିତ 
    ଅସଂପୂର୍ଣ୍ଣ ଲାଗେ କାର୍ଯ୍ଯ 
ଦିନେ ସେ ଅତୀତ ଥିଲା ଭବିଷ୍ୟତ 
   ଭାବିଲେ ଲାଗେ ଆଶ୍ଚର୍ଯ୍ୟ।୨।
 
ବର୍ଷ ପରେ ବର୍ଷ ଏହିପରି ଆସେ
       ଜନମ ମରଣ ପରି ।
ଅନ୍ତିମ ସମୟ ଅତି ଦୁଃଖମୟ 
     ଭାବନା ଯେ ଅସୁମାରୀ ।୩।
ସମୟର ମୂଲ୍ଯ ଅଟଇ ଅମୂଲ୍ଯ 
      ନବୀନ ବା ଅର୍ବାଚୀନ 
ଦେଖ ବର୍ତ୍ତମାନ ସାଥେ ବିଦ୍ଯମାନ 
    ସାଦରେ କର ଗ୍ରହଣ। ୪।
ପ୍ରାରମ୍ଭ ବା ଶେଷ ପ୍ରତ୍ଯେକ ଦିବସ 
     ବିଶେଷତ୍ବ ଥାଏ ଘେନି 
ସମୟ ସ୍ରୋତରେ ଭାସି ଯାଏ ଧୀରେ
     ଆମେ ନ ପାରୁଛୁ ଜାଣି। ୫।
ଧର୍ମ ଭିନ୍ନ ଭିନ୍ନ ନବ ବର୍ଷ ଭିନ୍ନ 
     ସମୟ ଅଟେ ଅଭିନ୍ନ 
ନବୀନ ଦିବସ ମନେ ଆଣେ ହର୍ଷ 
    ଇପ୍ସିତ କାର୍ଯ୍ଯେ ସଂପନ୍ନ। ୬।
ସମୟ ଆସିବ ଆପେ ଚାଲିଯିବ 
      ନାହିଁ କିଛି ନୂତନତା 
କଲେ ସମୟର ସଦବ୍ଯବହାର 
     ହେବ ତାହା ମହାନତା। ୭।
         

     ରାଉରକେଲା

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା // କଥା ଦିଅ

Sunil Chandra Nayak

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

Sunil Chandra Nayak

Leave a Comment

error: Content is protected !!