ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନର୍ମଦା ନାୟକ ଙ୍କ କବିତା l l ବିଦାୟୀ -ବରଷ l l

l l ବିଦାୟୀ -ବରଷ l l

ବିଦାୟ ଲଗନ ହେଲା ଉପଗତ
         ଆହେ ଦୁଇ ହଜାର ବାଇଶ 
ଧୀରେ ଧୀରେ ପଦ ଗଣତି ନ କରି
          ପାହୁଣ୍ଡଟା ପକାଅ ସତ୍ୱର l 
ଚାଲି ଗଲାଦିନ ଛାଡିଗଲ ଚି଼ହ୍ନ
      ମନ ମୟୂରୀଟା ଶରାହତ
ମାର୍ମିକ ବେଦନା ଅଶ୍ରୁ ବିସର୍ଜନ
      ହୋଇଯାଉ ପରାହତ l 
ଅଳସୀ ଶ୍ରାବଣୀ ରୂପେ ନୃତ୍ୟରତ
      ନୟନେ କୋଣେ ବରଷିଗଲ
ମୁଖମଣ୍ଡଳରୁ  ଆଶା ପୋଛି ନେଇ
      ବିଷାଦ କାଳିମା ଲେପିଦେଲ l 
ତୃଣ ମୂଳ ଠାରୁ ବିଶ୍ୱ ବଜାରରେ
      ହଇଚଇ କେତେ ରଚାଇଲ 
କେତେ  ଘଟଣା ଦୁର୍ଘଟଣାସାକ୍ଷୀ 
       ସ୍ମୃତି ର ଗନ୍ତାଘର ସାଜିଲ l 
କାରୁଣ୍ୟର ପ୍ରତିଲିପି ରହିଗଲ
      ଲେଖିଦେଇ ଅଭୁଲା ଗଳପ
ସମୟ ବାଲୁକା ଶଯ୍ୟାରେ ଆଙ୍କିଲ
       କଳଙ୍କିତ ବେନି ପାଦଛାପ l 
ନବ ବରଷ ଆଗମନେ ସକଳେ 
      ସ୍ୱାଗତମେ ପ୍ରସ୍ତୁତି ପରବ 
ଆଶା ଭରସା ବିଶ୍ଵାସ କୁ ହୃଦୟେ 
    ଆଗାମୀର ସପନେ ମଗନ l 
ଜଗତ କରତା ହେ ବିଶ୍ୱ ନିୟନ୍ତା
    କରୁଣା ଟିକେ କର ସିଞ୍ଚନ
ଆତ୍ମପ୍ରତ୍ୟୟ ର ସାଜି ବାର୍ତ୍ତାବହ
     ନବ ବର୍ଷ କରୁ ଆଗମନ l 

ନର୍ମଦା ନାୟକ

ରାଉରକେଲା

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା // ଶିବରାତ୍ରି

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା // ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା //ସକାଳର ଜଣାଣ // ଯେଉଁ ଦିନ ପ୍ରଭୁ

Sunil Chandra Nayak

Leave a Comment

error: Content is protected !!