ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ନର୍ମଦା ନାୟକ ଙ୍କ କବିତା l l କାଉଁରୀ କନ୍ୟା l l

l l କାଉଁରୀ କନ୍ୟା l l

ରୂପେ ଅନୁପମା ଇସ୍ପାତ ନାଗରୀ
       ଆଖି ଝଲସାଇ ଉଭା
ପୂରୁଣା ଚେହେରା ଯାଇଛି ବଦଳି
  ବିସ୍ତାରି ଅନିନ୍ଦ୍ୟ ଶୋଭା ll 
ହକି ଜନ୍ମପୀଠ ସୁନ୍ଦରଗଡର
    ବର୍ଦ୍ଧିତ ସୁଷମାରାଜି
ଓହ୍ଲାଇ ଆସିଛି କାଉଁରୀ କନ୍ୟାକି
   କାଉଁରୀ ରାଇଜ ତେଜି ll 
ଅର୍ଦ୍ଧ ଶତାଦ୍ଧୀର ପରିତ୍ୟକ୍ତ ଖାଲ
    ଖମା ରାସ୍ତା ଜଳାଶୟ
ବିଶ୍ଵକପ ହକି ଆୟୋଜନେ ଆଜି
    ଚଉଦିଗ ରଙ୍ଗମୟ ll 
ନବୀକରଣରେ ବିମାନବନ୍ଦର
     ବିର୍ସାମୁଣ୍ଡା ଷ୍ଟାଡିୟମ
ବିଶ୍ଵଦରବାରେ ହାସଲ କରିଛି
   ମାନ୍ୟତାରେ ଦୀର୍ଘତମ ll 
ଉତ୍କଳ ସଂସ୍କୃତି ପରମ୍ପରା ଗାଥା
    ତୋରଣ ପ୍ରାଚୀରେ ଶୋଭେ
ହକି ବ୍ୟାଟ ହସ୍ତେ ଧ୍ୟାନଚାନ୍ଦଙ୍କର
   ପ୍ରତିକୃତି ସ୍ମୃତି ସ୍ତମ୍ଭେ ll 
ମନ୍ଦିର ମାଳିନୀ ମନେ ଭରେ ଶାନ୍ତି
     ହନୁମାନ ବାଟିକାର
ଖଣ୍ଡାଧାର ଜଳ ପ୍ରପାତ ସହିତ
    ମନ୍ଦିରା ପୀତାମହଲ ll 
ତ୍ରିବେଣୀ ସଙ୍ଗମ ବେଦବ୍ୟାସ ସ୍ଥିତ
   ଶିବାଳୟ ଦରଶନେ
ବୈଷ୍ଣଦେବୀ ପୀଠ ଇନ୍ଦିରା ଲୁଗୁନ
   ପାର୍କରେ ଭିଡ଼ ଜମେ ll 
ସ୍ମାର୍ଟ ସିଟି ରୂପେ ରାଉରକେଲାର
     ଛେଣ୍ଡ କଳିଙ୍ଗ ବିହାର
ଆକର୍ଷିତ କରେ ଜନମନ ହୃଦ
   ସାରା ଭାରତ ବର୍ଷର ll
ସହର ବାସୀଙ୍କ ସପନ ସାକାର
     ଉତ୍ସକତା ପ୍ରତି ପ୍ରାଣେ
ପ୍ରାତଃ ସାୟଂ କାଳେ ଭ୍ରମଣ ଆନନ୍ଦେ
   ମାଧୁର୍ଯ୍ୟର ନିରୀକ୍ଷଣେ ll 

ନର୍ମଦା ନାୟକ

ରାଉରକେଲା 

   

Related posts

ବେଣୁଧର ସୂତାର ଙ୍କ କବିତା – ଜୟ ହେ ଶ୍ରମିକ ଜୟ 

masiha

ମଧୁମିତା ମିଶ୍ର ଙ୍କ କବିତା // ସନେଟରେ ପ୍ରକୃତ ବନ୍ଧୁ

Sunil Chandra Nayak

Poem of Prafulla Chandra padhi = In a desire to build

Sunil Chandra Nayak

Leave a Comment

error: Content is protected !!