ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନେଷ୍ଟବଲ ନିଯୁକ୍ତି ରେ ଓବିସି ଓ ଏସସି ବର୍ଗ ଙ୍କୁ ଉପେକ୍ଷା । ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

ଧର୍ମଗଡ:୩୧/୧୨/୨୨: ରାଜ୍ୟ ରେ ଖାଲି ଥିବା ୪୭୯୦ କନେଷ୍ଟବଳ ପଦ ପୁରଣ ପାଈ ଓଡ଼ିଶା ପୁଲିସ ଷ୍ଟେଟ ସିଲେକ୍ସନ୍ ବୋର୍ଡବ କଟକ ପକ୍ଷ ରୁ ଗତ ୩୦/୧୨/୨୨ ତାରିଖ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୩୫ ଟି ଏଷ୍ଟାବ୍ଲିସ୍ମେଣ୍ଟ ପାଇଁ ବାହାରିଥିବା ଏହି ପଦବୀ ରେ କଳାହାଣ୍ଡି ଜିଲ୍ଲା ପୁଲିସ ପାଇଁ ୧୪୬ ଟି କନେଷ୍ଟବଲ ପଦବୀ ରହିଛି । ତେବେ ୧୪୬ ଟି ପଦବୀ ମଧ୍ୟ ରୁ ଆଦିବାସୀ ବର୍ଗ ଙ୍କ ପାଇଁ ସଂରକ୍ଷିତ ରହି ଥିବା ବେଳେ ୧୧୦ ଟି ପଦବୀ ଅଣ ସଂରକ୍ଷିତ ରହିଅଛି । ଏସସି ବର୍ଗ ଓ ଓବିସି ବର୍ଗ ପାଇଁ ନିଯୁକ୍ତି ରେ କୌଣସି ସଂରକ୍ଷଣ ପ୍ରଦାନ କରାଯାଇ ନାହିଁ ଯାହାକୁ ନେଇ ଏହି ଦୁଇ ଵର୍ଗ ମଧ୍ୟ ରେ ଅସନ୍ତୋଷ ପ୍ରକାଶ ପାଇଛି ।

ଆଜି ଧର୍ମଗଡ ଚାରି ଛକ ଠାରେ ଏହାକୁ ନେଇ ଓବିସି,ଏସଟି ଓ ଏସସି ମଳିତ ମହାସଂଘ ତରଫରୁ ଓଡିଶା ସରକାର ଙ୍କ ଦ୍ଵାରା ପୁଲିସ କନିଷ୍ଟବଳ ଚାକିରୀ ପାଇଁ ପ୍ରକାଶିତ ବିଜ୍ଞପ୍ତି କୁ ପୋଡ଼ା ଯାଇ ଥିଲା । ସଂରକ୍ଷଣ ଏସସି ଓ ଓବିଶି ବର୍ଗ ଙ୍କୁ ଅଣଦେଖା କରା ଯାଇଥିଵାରୁ ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି ଵିଜ୍ଞାପନକୁ ଜଳା ପୋଡା କରାଯାଇଛି l ମିଳିତ ସଂଘ ପକ୍ଷ ରୁ ସମାଜସେବୀ ଡାକେଶ୍ୱର ଲହଜଲଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ଜଳା ପୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ପ୍ରତିବାଦ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଯିବି ଦିଗାମ୍ବର ଦୁରିଆ,ସୁଧୀର ଗୋପାଳ, କ୍ଷୀରମୋହନ ପଟେଲ,ରୀନା ଭୋଇ, ଢଗ ନାଏକ,ଲକ୍ଷଜୋତି ଜାଲ,ରତନ ନାଏକ,ଗଡ଼ିଆଜୋର ସମିତି ସଭ୍ୟ ଶଙ୍କର ନାଏକ, ଯୁବ ଯାଦବ ସଭାପତି ଆଦିତ୍ୟ ହଂସ ଯାଦବ,ଡମ୍ବରୁଧର ଲହଜାଲ ସତ୍ୟବାନ୍ ନାଏକ, ରାମଦାସ ମେହେର ,ରାଜେଶ ବଗର୍ତ୍ତି ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇ ଥିଲେ l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଐତିହାସିକ ପୋଡାଗଡ଼ ମଣ୍ଡେଇ ଉଦଯାପିତ   

Sunil Chandra Nayak

ବିଭିନ୍ନ ସ୍ଥାନରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

masiha

ଗୋତମୁଣ୍ଡା ଡାହିମାଲ ରାସ୍ତା ନିର୍ମାଣ ରେ ମନ୍ଥରତା, ନବରଙ୍ଗପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ର ଠିକାଦାର ପ୍ରୀତି ଯୋଗୁଁ ଦୁର୍ଦ୍ଦଶା ଭୋଗୁଛନ୍ତି ଦୁଇ ଜିଲ୍ଲା ର ଅଞ୍ଚଳବାସୀ

Sunil Chandra Nayak

Leave a Comment

error: Content is protected !!