ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମାପନ

ଥୁଆମୂଳ ରାମପୁର: ୩୧/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଜାନୁଆରୀ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଆଜି ଯଥା ତା- ୩୧/୧୨/୨୦୨୨ ରିଖ ଦିନ ଖଣ୍ତୁଆଳ ଖେଳ ପଡିଆରେ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକର ୮ ଗୋଟି ଦଳ ଯଥା ଥୁଆମୂଳ ରାମପୁର, ଗୋପାଳପୁର, ବାଗଡିଆଣୀ, କେରପାଇ, ଥୁଆମୂଳ, ବଡଛତରଙ୍ଗ, ଗୋପିନଥପୁର, ତଲଝାପି ଦଳ ଅଂଶ ଗ୍ରହଣ କରି ଥୁଆମୂଳ ରାମପୁର ଓ ଗୋପାଳପୁର ଦଳଙ୍କ ମଧ୍ୟରେ ଫାଇନାଲ୍ ଖେଳ ଖେଳା ଯାଇଥିବା ବେଳେ ଏଥିରେ ଥୁଆମୂଳ ରାମପୁର ଦଳ ବିଜୟୀ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ଜିପିଓ ଜ୍ଞାନରଞ୍ଜନ ଭୋଇ, ଏବିଡିଓ ଶ୍ରୀ ଭରତ ମେହେର, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ଯ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସମାଜ ସେବୀ ଶ୍ରୀ ଭରତ ଦଣ୍ତସେନା, ସିଆରସିସି ଶ୍ରୀ ସୁନାଧର ମାଝୀ, ଥୁଆମୂଳ ସରପଞ୍ଚ ତଥା ସରପଞ୍ଚ ସଂଘର ସଭାପତି ଶ୍ରୀ ବଳଭଦ୍ର ଜାନୀ, ଗୋପାଳପୁର ସରପଞ୍ଚ ଶ୍ରୀ ବେଣୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜୟୀ ଦଳକୁ ମୁଖ୍ୟ ଅତିଥି ଶ୍ରୀ ମାଝୀ ପୁରସ୍କୃତ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ୧୯ବର୍ଷ ଏବଂ ୧୬ ବର୍ଷରୁ କମ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଟିମ୍ ଦଳ ଚୟନ 

masiha

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

Sunil Chandra Nayak

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

masiha

Leave a Comment

error: Content is protected !!