ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମାପନ

ଥୁଆମୂଳ ରାମପୁର: ୩୧/୧୨ – (ମ.ନି.ସ) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକରେ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଜାନୁଆରୀ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଆଜି ଯଥା ତା- ୩୧/୧୨/୨୦୨୨ ରିଖ ଦିନ ଖଣ୍ତୁଆଳ ଖେଳ ପଡିଆରେ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକର ୮ ଗୋଟି ଦଳ ଯଥା ଥୁଆମୂଳ ରାମପୁର, ଗୋପାଳପୁର, ବାଗଡିଆଣୀ, କେରପାଇ, ଥୁଆମୂଳ, ବଡଛତରଙ୍ଗ, ଗୋପିନଥପୁର, ତଲଝାପି ଦଳ ଅଂଶ ଗ୍ରହଣ କରି ଥୁଆମୂଳ ରାମପୁର ଓ ଗୋପାଳପୁର ଦଳଙ୍କ ମଧ୍ୟରେ ଫାଇନାଲ୍ ଖେଳ ଖେଳା ଯାଇଥିବା ବେଳେ ଏଥିରେ ଥୁଆମୂଳ ରାମପୁର ଦଳ ବିଜୟୀ ହୋଇଥିଲା। ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ଜିପିଓ ଜ୍ଞାନରଞ୍ଜନ ଭୋଇ, ଏବିଡିଓ ଶ୍ରୀ ଭରତ ମେହେର, ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ଯ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ, ସମାଜ ସେବୀ ଶ୍ରୀ ଭରତ ଦଣ୍ତସେନା, ସିଆରସିସି ଶ୍ରୀ ସୁନାଧର ମାଝୀ, ଥୁଆମୂଳ ସରପଞ୍ଚ ତଥା ସରପଞ୍ଚ ସଂଘର ସଭାପତି ଶ୍ରୀ ବଳଭଦ୍ର ଜାନୀ, ଗୋପାଳପୁର ସରପଞ୍ଚ ଶ୍ରୀ ବେଣୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜୟୀ ଦଳକୁ ମୁଖ୍ୟ ଅତିଥି ଶ୍ରୀ ମାଝୀ ପୁରସ୍କୃତ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

Rourkela School Chess Championship 2025 held 

Sunil Chandra Nayak

ନବରଙ୍ଗପୁର ଏସିଆନ କରାଟେ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ 

Sunil Chandra Nayak

Leave a Comment

error: Content is protected !!