ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ସମସ୍ୟା ଓ ନୂତନ ଭାବେ ନିର୍ମିତ ହେଉଥିବା ପ୍ରକଳ୍ପ କୁ ଅନ୍ୟତ୍ର ସ୍ଥାନତର କୁ ବିରୋଧ କରିଛନ୍ତି ଶତାଧିକ ମହିଳା

କାମାକ୍ଷାନଗର (ମ ନି ସ)୩୦/୧୨_ଢେ଼ଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ କନ୍ତୋର ଗ୍ରାମରେ ପାଣି ସମସ୍ୟା ଓ ହାଇସ୍କୁଲ ନିକଟରେ ହବାକୁ ଯାଉଥିବା ନୂତନ ଭାବେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିରୋଧ ନିମନ୍ତେ କନ୍ତୋର ଗ୍ରାମର ଶତାଧିକ ମହିଳା ମାନେ ରାସ୍ତା ରେ ଧାରଣାରେ ବସିଥିଲେ । ସୂଚନା ମୁତାବକ ଗ୍ରାମ ରେ ମେଗା ପାନୀୟ ଜଳ ପ୍ରକଳ୍ପ ଥିଲେ ବି ସମସ୍ତ ସାହି କୁ ଠିକ ଭାବେ ପାଣି ପହଞ୍ଚି ପାରୁନି l ଏ ନେଇ ପାଣି ର ବହୁ ସମସ୍ୟା ଦେଖି ବାକୁ ମିଳୁଛି ବୋଲି ଲୋକେ ଅଭିଯୋଗ କରିଥିଲେ l ତେଣୁ ହାଇ ସ୍କୁଲ ନିକଟରେ ମେଗା ପାନୀୟ ଜଳ ପ୍ରକଳ୍ପ ଯଦି ହୁଏ ତା ହେଲେ ପାଣି ଠିକ ଭାବରେ ପାଇପାରିବେ ବୋଲି କହିଥିଲେ l ଯାହା କୁ ବିରୋଧ କରି ପୂର୍ତ୍ତ ବିଭାଗ ରାସ୍ତାରେ ଗରା ମାଠିଆ ଧରି ଟାୟାର ଜାଳି ସକାଳ ୬ ଟାରୁ ଧାରଣାରେ ବସିଥିଲେ ମହିଳା ମାନେ l ଯା ଫଳରେ ଗାଡି ମୋଟର ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଥିଲା।

ଧାରଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ବୁଝା ସୁଝା ପରେ ମହିଳା ମାନେ ରାସ୍ତାରୁ ଉଠିଥିଲେ l ତେବେ ଶେଷରେ ତହସିଲ ପ୍ରଶାସନ ଉପସ୍ଥିତ ରେ ଯେଉଁ ସ୍ଥାନରେ ମେଗା ପ୍ରକଳ୍ପ ଆରମ୍ଭ କରାଯାଇଥିଲା ସେଇ ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ହବ ବୋଲି ସ୍ଥିର ହେଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଡମ୍ବନା !!  କୁମ୍ଭାରୀ ଗ୍ରାମର ସର୍ଵ ସାଧାରଣ ରାସ୍ତାରେ ଖେଳୁଛି ହଂସ 

Sunil Chandra Nayak

ନିର୍ମାଣ ଧୀନ ପାଇଖିନା ରେ ଶ୍ୱାସ ରୁଦ୍ଧ, ଦୁଇ ଶ୍ରମିକ ମୃତ୍ୟୁ

Sunil Chandra Nayak

ତେରେସିଂହା କୁମ୍ଭାର ସମାଜ ନୂତନ କର୍ମକର୍ତ୍ତା ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!