ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ ସ୍ତରରେ ପ୍ରତିଷ୍ଟା ଦିବସ ପାଳନ ନିମନ୍ତେ ବିଜେଡିର ପ୍ରସ୍ତୁତି ବୈଠକ,ତତ୍ ସହ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଧନା ଦେଲେ ବିଜେଡି କର୍ମୀ

ଡାବୁଗାଁ, ୩୧/୧୨(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ନିବାସ କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ଅପରାହ୍ନରେ ବ୍ଲକସ୍ତରରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ରମେଶ ମାଝୀଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ରାଜ୍ୟ ସଙ୍ଗଠନ ମୁଖ୍ୟ ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତିନିଧି ନବରଙ୍ଗପୁର ଜିଲା ପର୍ଯ୍ୟବେକ୍ଷକ ଇଶ୍ଵର ପାଣିଗ୍ରାହୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲା ଉପ ସଭାପତି ବଦ୍ରୀ ନାରାୟଣ ସିଂ, ଜିଲା ପରିଷଦ ଅଧକ୍ଷ ମୋତିରାମ, ଜିଲା ସଂଯୋଜକ ପ୍ରମୋଦ ପାଢୀ, ୫ଟି ଜିଲ୍ଲାର ଛାତ୍ର ପର୍ଯ୍ୟବେକ୍ଷକ ହରି ଶଙ୍କର ରାଉତ, ଦେବାଶିଷ ପାତ୍ର, ପ୍ରକାଶ ମହାନ୍ତି, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୈ।ଧୁରୀ, ସାଂସଦ ପ୍ରତିନିଧି ଏମ. ଆପ୍ପା ରାଓ, ଵିଧାୟକ ପ୍ରତିନିଧି ଏମ. ଵୁଲୁ ରାଓ, ଜିଲା ଯୁବ ସଭାପତି ଶିବା ବିଷୋୟୀ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ ଓ ଧନସିଂ ଭତ୍ରା, ବ୍ଲକ ଅଧକ୍ଷା ବୀଣା ମାଝୀ ଓ ଉପାଧକ୍ଷ ସଦାନନ୍ଦ ନାୟକ ପ୍ରମୁଖ ବହୁ କର୍ମୀବୃନ୍ଦ ଉପସ୍ଥିତ ଥିଲେ । ଜିଲା ପର୍ଯ୍ୟବେକ୍ଷକ ପହଞ୍ଚିବା କ୍ଷଣି ଫୁଲତୋଡା ଦେଇ ସ୍ଵାଗତ କରିଥିଲେ | ସମସ୍ତ ଅତିଥି ବୃନ୍ଦ ଆସନ୍ତା ୨୦୨୪ ନିର୍ବାଚନ ରଣାଙ୍ଗନ ପାଇଁ ଏବେ ଠାରୁ ପ୍ରତ୍ୟେକ କର୍ମୀ ସଜାଗ ହୋଇ ନିଜ ନିଜ ପଞ୍ଚାୟତ ସ୍ତରରେ ଲୋକମାନଙ୍କୁ ସେବା କରିବାକୁ ପରାମର୍ଶ ଦେଇଥିଲେ । ଜାନୁଆରୀ ୧୧ ତରିଖରେ ହକି ଖେଳ ଦେଖିବା ପାଇଁ ବ୍ଲକ ହେଡ୍ କ୍ଵାଟରରେ ଜନ ସାଧାରଣ ନିମନ୍ତେ ଏଲ ଇ ଡି ଟିଭି ମାଧ୍ୟମରେ ଖେଳ ପ୍ରସାରଣ ହେବା ନିମନ୍ତେ ମୁଖ୍ୟ ମନ୍ତ୍ରୀ ଉଦଘାଟନକୁ ଦେଖିପାରିବେ । ବ୍ଲକରେ ବିଜୁ ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଆଉ ଏକ ବୈଠକ ଦିନ ଧାର୍ଯ୍ୟ ହେବ ବୋଲି ସୁଚନା ମିଳିଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

masiha

ବିଜେପିର ବୈମାତୃକ ଶାସନ ବିରୁଦ୍ଧରେ, ବ୍ଲକ ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ 

Sunil Chandra Nayak

ଓଡ଼ିଶା ଜନତା କଂଗ୍ରେସର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ : ନୂଆ ଦଳର ଆହ୍ୱାନ ଦେଲେ ସଭାପତି ମହମ୍ମଦ ମୋକିମ 

Leave a Comment

error: Content is protected !!