ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଗଁଦିଆରେ ଆପ୍ ର ପଞ୍ଚାୟତ ପ୍ରତିନିଧିଙ୍କ ସମ୍ମିଳନୀ 

ଗଁଦିଆ ବ୍ଲକର ବରପଦା ଛକ ଶାସନ ଠାରେ ଆମ୍ ଆଦମୀ ପାର୍ଟିର ପଞ୍ଚାୟତ ପ୍ରତିନିଧି ମାନଙ୍କ ଏକ ବୈଠକ ଗଁଦିଆ ବ୍ଲକ ସଭାପତି ଶେଷଦେବ ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକ ଯୋଗଦେଇ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଦଳର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ ଦେଶର ଅର୍ଥନୈତିକ ସାମାଜିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ l ଏପରି ପରିସ୍ଥିତିରେ ଦେଶକୁ ବଞ୍ଚାଇବାପାଇଁ ଜେଲ ଯିବାକୁ ପଡିଲେ ମଧ୍ୟ ପଛଘୁଞ୍ଚା ଦେବନାହିଁ ବୋଲି କହିଥିଲେ l ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା, ବ୍ଲକ ଉପଦେଷ୍ଟା ନିତ୍ୟାନନ୍ଦ ପାତ୍ର, ସୁଧାକର ଭୋଇ, ଯୋରନ୍ଦା ଜୋନ ପ୍ରମୁଖ ବିପିନି ରାଉତ, ବ୍ଲକ ଯୁବ ସଂଗଠକ ସୁବ୍ରତ ନାୟକ, ସନ୍ତୋଷ ସ୍ବାଇଁ, ପ୍ରଶନ୍ନ ବେହେରା, ସନ୍ତୋଷ ଖୁଣ୍ଟିଆଙ୍କ ବ୍ୟତୀତ ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ। ସଂଗଠନକୁ ତୃଣମୂଳ ସ୍ତରରୁ କିପରି ଦୃଢ଼ କରାଯିବ ସେ ବିଷୟରେ ଜିଲ୍ଲା ସୋସିଆଲ ମିଡ଼ିଆ ପ୍ରଭାରୀ ସମସ୍ତ ସଦସ୍ୟଙ୍କୁ ଉଦ୍‌ବୋଧନ ଦେଇଥିବା ବେଳେ ବ୍ଲକ ସଭାପତି ସଭା ପରିଚାଳନା କରି ପ୍ରତ୍ୟେକ ଗାଁ ରେ ସଂଗଠନ କରିବାପାଇଁ ଆହ୍ୱାନ ଦେଇଥିଲେ । କର୍ମୀ ମାନେ ବିଭିନ୍ନ ପଂଚାୟତ ଦାୟୀତ୍ୱ ନେବା ସହିତ ଯେଉଁ ପଂଚାୟତରେ ଇନଚାର୍ଜ ନାହାନ୍ତି ସେଠାରେ ଇନଚାର୍ଜ ଦେବାପାଇଁ ଦାୟୀତ୍ୱ ମଧ୍ୟ ନେଇଥିଲେ l ପରିଶେଷରେ ଯୋରନ୍ଦା ଜୋନ ଦାୟୀତ୍ୱ ନେଇଥିବା ଶ୍ରୀ ବିପିନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳ ରୁ ତାପସଦାସ ଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ନୃତନ “ଅନ୍ତୋଦୟ ଗୃହ ଯୋଜନା” ର ଶୁଭାରମ୍ଭ କଳାହାଣ୍ଡିରୁ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

masiha

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା ,ରାଉରକେଲା ଷ୍ଟିଲ ଟାଉନସିପ୍ ପଶ୍ଚିମ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

“ସରକାରୀ ଯୋଜନା ର ଲାଭ ସଧାରଣ ଲୋକଙ୍କ ପାଖ ରେ ପହଞ୍ଚାଅ” ଦର୍ଜିଂ ରେ ରାଉରକେଲା ବିଜେପି ର ଜିଲ୍ଲା ସ୍ତରୀୟ କର୍ମଶାଳା 

masiha

Leave a Comment

error: Content is protected !!