ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  l l ନୂଆ ବର୍ଷ l l

  l l ନୂଆ ବର୍ଷ l l

ଚିରସ୍ଥାୟୀ ନୁହେଁ କେହି ଏ ଜଗତେ 
ଦିନ ମାସ ବର୍ଷ ବାର
ନିଜ ନିଜ କର୍ମ ସଭିଏଁ କରନ୍ତି
ସୃଷ୍ଟି ର ଏହି ବିଚାର
ନବ ବର୍ଷ ଦିନେ ପୂରୁଣା ହୋଇବ
ସ୍ମତି ରହେ ନିରନ୍ତର 
ଚିରସ୍ଥାୟୀ ନୁହେଁ ……………୧ 
ହସ ଉଲ୍ଲାସର ସଭିଙ୍କ ଜୀବନ
ଆନନ୍ଦରେ ଜାଉ ଭରି
ସସ୍ୟ ସାମଳାରେ ଧରଣି ମାଆର
କୋଳ ଦିଅ ପୁରା କରି
ନ ଆସୁ ଆପଦ ନପଡୁ ବିପଦ
ଏତିକି କରୁଣା କର 
ଚିରସ୍ଥାୟୀ ନୁହେଁ ……………୧
.
ପ୍ରଭୁ ପାଦତଳେ ଏତିକି ପ୍ରାର୍ଥନା 
ନୂଆ ବରଷରେ ମୋର
ଚାହଁ କୃପା ନେତ୍ରେ ସୃଷ୍ଟି କୁ ତୁମର
ଦୋଷା ଦୋଷ କ୍ଷମାକର
ଭରିଦିଅ ପ୍ରଭୁ ଆଶାର ଆଲୋକ
କର୍ମ କରି ପୂରା କର
ଚିରସ୍ଥାୟୀ ନୁହେଁ କେହିଏ ଜଗତେ
ଦିନ ମାସ ବର୍ଷ ବାର ……………୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା  l l l ହେ ଯୀଶୁ l l l

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା = ବାପାଙ୍କ ଜନ୍ମଦିବସ ଉପଲକ୍ଷେ

masiha

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା  __ ନିରାଶ __

Sunil Chandra Nayak

Leave a Comment

error: Content is protected !!