ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଭାଷା ବିକାଶ ମଞ୍ଚର ଭକ୍ତକବିଙ୍କ ତିରୋଧାନ ଦିବସ ,ପୁସ୍ତକ ଉନ୍ମୋଚନ ଓ ମଧ୍ୟ ରାତ୍ର କବିତା ଆସର ଅନୁଷ୍ଠିତ

ରାଉରକେଲା/ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୁଲ୍ୟରେ କଲଚରାଲ୍ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତି ଙ୍କ ପୌରହିତ୍ୟରେ ଭକ୍ତକବିଙ୍କ ପୁଣ୍ୟ ସ୍ମୃତି ଚାରଣ,କବି ପ୍ରତାପ କୁମାର ପଣ୍ଡା ଙ୍କ କବିତା ସଂକଳନ ” ସପ୍ତପର୍ଣ୍ଣୀ” ର ଉନ୍ମୋଚନ ଏବଂ ନବବର୍ଷ ର ସ୍ବାଗତ ପରିପ୍ରେକ୍ଷୀରେ ମଧ୍ୟରାତ୍ରର କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ରୂପେ ସାମାଜିକ କର୍ମୀ କେଦାରନାଥ ପ୍ରଧାନ ଏବଂ ମୁଖ୍ୟ ବକ୍ତା ରୂପେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗଦାନ କରି ଭକ୍ତକବି ଙ୍କ ଜୀବନ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ।କବି ପ୍ରତାପ କୁମାର ପଣ୍ଡାଙ୍କର କବିତା ପୁସ୍ତକର ସମୀକ୍ଷା କରିଥିଲେ ଶିକ୍ଷାବିତ ବଳରାମ ରାଉଳ “ସପ୍ତପର୍ଣ୍ଣୀ” ସମଗ୍ର ବିଶ୍ୱର ଚିରାୟିତ ପ୍ରେମର ନାନ୍ଦନିକ ଐଶ୍ୱର୍ଯ୍ୟ ବୋଲି ଅତିଥି ମାନେ ମନ୍ତବ୍ୟ ପ୍ରଦାନ କରିଥିଲେ। ସମ୍ପାଦକ ଶ୍ରୀ ମହାପାତ୍ର ଭକ୍ତକବିଙ୍କ ସାମଗ୍ରିକ ସୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ। ମଧ୍ୟରାତ୍ରର କବିତା ପାଠୋତ୍ସବ ରେ ଗୀତାରାଣୀ ବେହେରା, କାଶୀନାଥ ପାତ୍ର, କନକଲତା ମିଶ୍ର , ବବିତା ମହାଳିକ ,ଗୌତମ ଦାସ, ଅଧ୍ୟାପିକା ପ୍ରଣତି ବେହେରା, ତ୍ରିନାଥ ସିଂ, ଅଧ୍ୟାପକ ବିଜୟ ରାୟ, ଉପେନ୍ଦ୍ର କୁମାର ବସ୍ତିଆ, ବସନ୍ତ ବିଶ୍ଵକର୍ମା, ପ୍ରକାଶ ଚନ୍ଦ୍ର ସେଠୀ, ଶରତଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ କବି ସପ୍ତପର୍ଣ୍ଣୀ ର କବିତା ସହିତ ନବବର୍ଷ କୁ ସ୍ଵାଗତ କରି କବିତା ଆବୃତ୍ତି କରିଥିଲେ ,ରାଉରକେଲା ର ବିଭିନ୍ନ ସାରସ୍ଵତ ଅନୁଷ୍ଠାନ ର ଶତାଧିକ କବି, କବୟିତ୍ରୀ, ବୁଦ୍ଧିଜୀବି ଓ ସଙ୍ଗୀତଜ୍ଞ ଯୋଗଦାନ କରି ସାରସ୍ୱତ ମହୋତ୍ସବ ରେ ଭକ୍ତକବି ଙ୍କ ସ୍ମୃତି ଚାରଣ ସହିତ ପୁରାତନ ବର୍ଷକୁ ବିଦାୟ ପ୍ରଦାନ କରି ନୂତନ ବର୍ଷର ଆବାହନ କରିଥିଲେ। ସଭାପତି ସମଗ୍ର କାର୍ଯ୍ୟକ୍ରମର ସମୀକ୍ଷା ଓ ଉପସ୍ଥିତ ଥିବା ସାରସ୍ଵତ ସାଧକଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ବିଶ୍ବର ସମସ୍ତଙ୍କର ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଏହି ଆଲୋଚନା ଚକ୍ରରେ ସର୍ବଶ୍ରୀ କୁଞ୍ଜବିହାରୀ ରାଉତ,ଶ୍ରୀଧର ସୁନା, ଅର୍ଚ୍ଚନା ପାତ୍ର, ଜଗନ୍ନାଥ ରାଉତ, ଚନ୍ଦ୍ରଶେଖର ପାଇକରାୟ, ବିଭୁ ନାୟକ,ବିଜୟ କୁମାର ମିଶ୍ର,ଧୋବେଇ ବେହେରା, ଡାକ୍ତର କୃପାସିନ୍ଧୁ ନାୟକ, କାଶୀନାଥ ନନ୍ଦୀ, ଅଶୋକ ରାଉତ ,ଅଙ୍ଗୁରବାଳା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ହାଇକୋର୍ଟର ବଡ଼ ରାହତ: ପୁଣି ନଗରପାଳ ପଦକୁ ଫେରିବେ ଶୁଭେନ୍ଦୁ ସାହୁ

Sunil Chandra Nayak

ଆପୋଲୋ ହସ୍ପିଟାଲ ରେ ଜାତୀୟ ସ୍ତରୀୟ ଶଲ୍ୟଚିକିତ୍ସା ସମ୍ମିଳନୀ

Sunil Chandra Nayak

ଜଳ ସଂପଦ ବିଭାଗର କାର୍ଯ୍ୟରତ ଓ ଅବସରପ୍ରାପ୍ତ ୱାର୍କ ଚର୍ଜଡ ୱଜେସ୍ ରେଗୁଲାର କର୍ମଚାରୀଙ୍କ ଜରୁରୀ ବୈଠକ

Sunil Chandra Nayak

Leave a Comment

error: Content is protected !!