ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତୁଟିଲା ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଥିବା ବିବାଦ, ସ୍ଵାଭାବିକ ହେଲା ଲିଙ୍ଗରାଜଙ୍କ ନିତିକାନ୍ତି

ସ୍ୱାଭାବିକ ହେଲା ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି । ୩ ଦିନ ଧରି ମନ୍ଦିରରେ ଲାଗି ରହିଥିଲା ଅଚଳାବସ୍ଥା । ଆଜି ସର୍କିଟ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ପାଇଁ ବାହାରିଛି ସମାଧାନର ବାଟ। ବୈଠକରେ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପକ୍ଷରୁ ନିତିକାନ୍ତି ଆରମ୍ଭ କରାଯାଇଛି । ତେବେ ନୂଆ ବର୍ଷ ଦିନ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ଦେଖା ଦେଇଥିଲା ବିବାଦ । ଏହାପରଠୁ ମହାପ୍ରଭୁଙ୍କ ୩ ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା।

ମନ୍ଦିରରେ ଅଚଳାବସ୍ଥା ଲାଗି ରହିଥିବା କାରଣରୁ ଲଗାତାର ତିନି ଦିନ ହେଲା ଉପାସରେ ରହିଥିଲେ ପ୍ରଭୁ ଲିଙ୍ଗରାଜ । ୩ଦିନ ହେଲା ସମସ୍ତ ନୀତିକାନ୍ତି ବନ୍ଦ ରହିବାକୁ ବିରୋଧ କରିଥିଲେ ସେବା ପ୍ରତିନିଧି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଦାବି କରି ସେବା ପ୍ରତିନିଧି ଧାରଣା ଦେଇଥିଲେ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଭୋଗ ମାରା ହେବାକୁ ନେଇ ବିବାଦରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଲିଙ୍ଗରାଜଙ୍କ ସେବା କରୁଥିବା ବଡୁ ନିଯୋଗର କହିଥିଲା ଯେ, ନୂଆବର୍ଷ ଦିନ ଲିଙ୍ଗରାଜଙ୍କ ଭୋଗମଣ୍ଡପକୁ ଜଣେ ଅଣସେବାୟତ ପଶିଯିବାରୁ ଭୋଗ ମାରା ହୋଇଥିଲା । ମାରା ହୋଇଥିବା ସମ୍ପୂର୍ଣ୍ଣ ଭୋଗକୁ ଅମଣିଆ କୂଅରେ ପକାଯିବା ପରମ୍ପରା ରହିଛି । କିନ୍ତୁ ଏହା କରାନଯାଇ ଭୋଗକୁ ଭକ୍ତଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା । ସେପଟେ ଭୋଗ ବିକ୍ରି କରୁଥିବା ବ୍ରାହ୍ମଣ ନିଯୋଗ ଓ ମହାସୁଆର ନିଯୋଗ କହିଥିଲେ ଯେ, ସମସ୍ତ ଭୋଗକୁ ପୋତାଯାଇଛି । ଆବଶ୍ୟକ ହେଲେ ସିସିଟିଭି ଯାଂଚ କରାଯାଉ । ଏହି ବିବାଦରୁ ନୀତିକାନ୍ତି ବନ୍ଦ ରହିଥିଲା ଓ ଦୁଇ ନିଯୋଗ ପରସ୍ପରକୁ ଦୋଷ ଦେଉଥିଲେ । ଅଚଳାବସ୍ଥା ତୁଟାଇବାକୁ କାଲି ବୈଠକ ଡାକିଥିଲେ ପ୍ରଶାସନ, କିନ୍ତୁ ବୈଠକକୁ ବ୍ରାହ୍ମଣ ନିଯୋଗ ସଦସ୍ୟ ନ ଆସିବାରୁ ନିଷ୍କର୍ସ ବାହାରି ପାରିନଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମକର ସଂକ୍ରାନ୍ତି ପର୍ବ ପାଳନ

Sunil Chandra Nayak

ରାଧା କୃଷ୍ଣ ଗୋପାଳ ସମାଜ ଚତୁର୍ଥ ବାର୍ଷିକ ଉତ୍ସବ ଓ଼ ଗୀତା ଯଜ୍ଞ ଅନୁଷ୍ଠିତ 

masiha

159 ତମ ମର୍ଯ୍ୟାଦା ମହୋତ୍ସବର ଭବ୍ୟ ଅୟୋଜନ 

Sunil Chandra Nayak

Leave a Comment

error: Content is protected !!