ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ….

ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସ୍ଥଗିତ 

ସାମୟିକ ଭାବରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି । ଫେବୃଆରୀ ୧୫ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ସ୍ଥଗିତ ରହିଥିବା ଜଣାପଡିଛି । ତେବେ ଏନେଇ ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛିନ୍ତି ।

ତେବେ ଆଜକୁ ଦୀର୍ଘ ୪୬ ଦିନ ହେଲା ୭ ଦଫା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି ଅଙ୍ଗନବାଡ଼ି କର୍ମୀ । ଫଳରେ ସେମାନେ ଆଜି ବିଶାଳ ରାଲୀ କରି ଲୋଏର ପିଏମଜିରୁ ବାହାରି ରାଜମହଲ ଛକ ପର୍ଯ୍ୟନ୍ତ ଏହି ବିଶାଳ ରାଲି ଯାଇଥିଲା। ଦାବି ପୂରଣ ପାଇଁ ଅଙ୍ଗନବାଡ଼ି କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନର ଆୟୋଜନ କରିଥିଲେ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଙ୍ଗନଓ୍ବାଡି କର୍ମୀମାନେ ଆଜି ଆସି ରାଜଧାନୀରେ ପହଞ୍ଚିଥିଲେ ।

ଅଙ୍ଗନବାଡି କର୍ମୀମାନେ ସରକାରଙ୍କ ଠାରୁ କୌଣସି ଲିଖିତ ପ୍ରତିଶ୍ରୁତି ପାଇ ନଥିବାକୁ ସେମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରି ଥିଲେ ଏବଂ ସେଠାରେ ଧରଣାରେ ବସିଥିଲେ । ଏହାପରେ ଏକ ୮ ଜଣିଆ ପ୍ରତିନିଧି ଦଳଙ୍କୁ ଆଲୋଚନା ପାଇଁ ନବୀନ ନିବାସ ନିଆଯାଇଥିଲା । ଆଲୋଚନା ପରେ ସାମୟିକ ଭାବରେ ଫେବୃଆରୀ ୧୫ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ରହିଥିବା ଅଙ୍ଗନବାଡି କର୍ମୀ ସଂଘ ସଭାନେତ୍ରୀ ସୂଚନା ଦେଇଛିନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପାଚିକା-ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଜ ଭେଟି,ଶାଢ଼ି ପାଇଁ ଦେଲେ ୫୦୦ ଟଙ୍କା ଭତ୍ତା

Sunil Chandra Nayak

ଆସୁଛି ରଜ…..

Sunil Chandra Nayak

ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୫ ପ୍ରସ୍ତାବ ପାରିତ , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ନିର୍ମାଣ ହେବ ରାସ୍ତା

Sunil Chandra Nayak

Leave a Comment

error: Content is protected !!