ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ହଗାଁ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

କୋକସରା,୦୩/୦୧// ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବିଭିନ୍ନ ପଂଚାୟତରେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଛି। କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଜନଶୁଣାଣୀ କାର୍ଯ୍ୟକ୍ରମକୁ ଡ଼ହଗାଁ ସରପଞ୍ଚ କୁଞ୍ଜଳତା ନାଏକଙ୍କ ସଭାପତିତ୍ୱ କରିଥିଲେ । କୋକସରା ବିଡ଼ିଓ ଉତ୍ତମ କୁମାର ବାଗ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ସମିତି ସଭ୍ୟ ହେମକାନ୍ତ ପୁଝାରି, ନାଏବ ସରପଞ୍ଚ ସୁଦର୍ଶନ ହଂସ, ଜିପିଇଓ ନାରାୟଣ ଭୋଇ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦାମୋଦର ବିଶ୍ୱାଳ, ବିଏସଏସଓ ଦୀପକ କୁମାର ବେହେରା, ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଗ୍ରାମ୍ୟ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇ, ସିଏଚଓ ସଂଗୀତା ନାୟକ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଘର, ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହ ସମାଧାନ କରିବା ଦିଗରେ ଶୀଘ୍ର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଜନଶୁଣାଣୀ ଶିବିରରେ ମୋଟ ୭୪୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ଜଣାପଡିଛି।କାର୍ଯ୍ୟକ୍ରମକୁ ପିଓଇ ରାଜେନ୍ଦ୍ର ସୋରି ପରିଚାଳନା କରିଥିଲେ ଜି ଆର ଏସ ଦୁର୍ଯୋଧନ ଦାସ ଓ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନୀୟୁଜ୍ ସର୍ଭିସ୍ 

Related posts

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫,୨୬,୮୯୮ ପରିଗଣନା ଫର୍ମ ର ଡିଜିଟାଲାଇଯେସନ ପ୍ରକ୍ରିୟା ଶେଷ 

Sunil Chandra Nayak

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମିଳନୀ ପକ୍ଷରୁ ବିଜୟା ଉତ୍ସବ ପାଳିତ

Sunil Chandra Nayak

ବ୍ରିଜର ୨୦ଫୁଟ ତଳକୁ ଖସି ପଡିଲା ଅଟୋ, ଡ୍ରାଇଭର୍‌ ମୃତ

masiha

Leave a Comment

error: Content is protected !!