ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଏକୋଣ୍ଡୋ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛି ପ୍ରିୟାଂଶୁ

ରାଉରକେଲା/ ଋଷିକେଶ ଠାରେ ଆୟୋଜିତ ୧୮ତମ ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ରାଉରକେଲା ର ସେକ୍ଟର ୧ ସ୍ଥିତ ରହୁଥିବା ପ୍ରିୟାଂଶୁ କୁମାର ସାହୁ ଜିତିଛନ୍ତି ବ୍ରୋଞ୍ଚ ପଦକ । ତାହା ସହିତ ଷ୍ଟିଲ ସିଟି ପାଇଁ ଓ ଓଡ଼ିଶା ପାଇଁ ୭ବର୍ଷ ର ବାଳକ ଗୌରବ ଅର୍ଜନ କରିଛନ୍ତି। ତେଣୁ ସାରା ରାଉରକେଲା ସହ ବିଭିନ୍ନ ସ୍ଥାନରୁ ସାଉଁଟୁଛନ୍ତି ପ୍ରଶଂସା l ଗତ ଡିସେମ୍ବର ୨୭ ରେ ଋଷିକେଶ ଠାରେ ଆୟୋଜିତ ହୋଇଥିଲା ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା। ଏହି ଅବସର ରେ କେବଳ ରାଉରକେଲା ରୁ ନୁହେଁ ସାରା ଦେଶ ରୁ ପ୍ରାୟ ୪୮୯ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କେବଳ ଓଡ଼ିଶା ରୁ ୧୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡିଶାର ୧୨ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରିୟାଂଶୁ ସାହୁ ବ୍ରୋଞ୍ଜ ପଦକ ଜିତି ରାଉରକେଲାର ଗର୍ବ ବଢାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୋହନ ସରକାର ଭତ୍ତା ବୃଦ୍ଧି ପାଣିର ଗାର : ଏହାକୁ ବିରୋଧ କରି ବାରିପଦା ବିଜେଡି ପକ୍ଷରୁ ବିକ୍ଷୋଭ 

masiha

କୋଇଡା – ଚୁନାଘାଟି- କେ ବଲାଙ୍ଗ ଜାତୀୟ ରାଜପଥ ୫୨୦ ନମ୍ବର ମରଣଯନ୍ତା !

Sunil Chandra Nayak

ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!