ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାଏକୋଣ୍ଡୋ ରେ ବ୍ରୋଞ୍ଜ ପଦକ ଜିତିବା ପରେ ପ୍ରଶଂସା ସାଉଁଟୁଛି ପ୍ରିୟାଂଶୁ

ରାଉରକେଲା/ ଋଷିକେଶ ଠାରେ ଆୟୋଜିତ ୧୮ତମ ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ରେ ରାଉରକେଲା ର ସେକ୍ଟର ୧ ସ୍ଥିତ ରହୁଥିବା ପ୍ରିୟାଂଶୁ କୁମାର ସାହୁ ଜିତିଛନ୍ତି ବ୍ରୋଞ୍ଚ ପଦକ । ତାହା ସହିତ ଷ୍ଟିଲ ସିଟି ପାଇଁ ଓ ଓଡ଼ିଶା ପାଇଁ ୭ବର୍ଷ ର ବାଳକ ଗୌରବ ଅର୍ଜନ କରିଛନ୍ତି। ତେଣୁ ସାରା ରାଉରକେଲା ସହ ବିଭିନ୍ନ ସ୍ଥାନରୁ ସାଉଁଟୁଛନ୍ତି ପ୍ରଶଂସା l ଗତ ଡିସେମ୍ବର ୨୭ ରେ ଋଷିକେଶ ଠାରେ ଆୟୋଜିତ ହୋଇଥିଲା ଜାତୀୟସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା। ଏହି ଅବସର ରେ କେବଳ ରାଉରକେଲା ରୁ ନୁହେଁ ସାରା ଦେଶ ରୁ ପ୍ରାୟ ୪୮୯ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କେବଳ ଓଡ଼ିଶା ରୁ ୧୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡିଶାର ୧୨ ଜଣ ପ୍ରତିଯୋଗୀ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରିୟାଂଶୁ ସାହୁ ବ୍ରୋଞ୍ଜ ପଦକ ଜିତି ରାଉରକେଲାର ଗର୍ବ ବଢାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

masiha

ଧର୍ମଗଡ: ବ୍ରାହ୍ମଣ ଛେଣ୍ଡିଆଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

masiha

ବଡଡାଳିମା ସିରିଜ ଦୁର୍ଘଟଣାରେ ୫’ ଆହତ, ଜଣେ ଗୁରୁତର

masiha

Leave a Comment

error: Content is protected !!