ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଜାନୁୟାରୀ ୨୭ରେ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ; ସାମିଲ ହେବେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁୟାରୀ ୨୭ ତାରିଖରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଦେଶର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ କଥା ହେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ଷଷ୍ଠ ରାଷ୍ଟ୍ରୀୟ କଳା ଉତ୍ସବ ୨୦୨୨ ଉଦଘାଟନ ଅବସରରେ ପ୍ରଧାନ ସର୍ବଶ୍ରେଷ୍ଠ ୩ଟି ସମୂହକୁ ଦିଲ୍ଲୀ ଯିବା ନିମନ୍ତେ ନିମନ୍ତ୍ରଣ ଦେଇଥିଲେ।ଏହି ସମୂହର ପିଲାମାନେ ଜାନୁୟାରୀ ୨୬ ତାରିଖ ଦିନ ରାଜପଥରେ ପରେଡ ଦେଖିବା ସହ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି ଶିକ୍ଷାମନ୍ତ୍ରୀ ପ୍ରଧାନ କହିଥିଲେ।

ପରୀକ୍ଷା ପେ ଚର୍ଚ୍ଚାର ଆୟୋଜନ ୨୭ ଜାନୁୟାରୀ ୨୦୨୩ରେ ନୂଆଦିଲ୍ଲୀ ତାଲକୋଟରା ଷ୍ଟାଡିୟମରେ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ୨୦୧୮ ମସିହାରେ ପ୍ରଥମ ଥର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଏହା ପରଠାରୁ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସହ ପରୀକ୍ଷା ପେ ଚର୍ଚ୍ଚା କରିଆସୁଛନ୍ତି। ଏହି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ସହ ସିଧାସଳଖ କଥା ହୋଇଥାନ୍ତି।

ଶିକ୍ଷାମନ୍ତ୍ରାଳୟ ବୟାନ ଅନୁସାରେ ଚଳିତବର୍ଷ ଏହି କାର୍ଯ୍ୟକ୍ରମ ଲାଗି ଏ ପର୍ଯ୍ୟନ୍ତ ସାରା ଦେଶରୁ ୩୮ ଲକ୍ଷ ୮୦ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାକ ପଞ୍ଜିକରଣ କଲେଣି। ପଞ୍ଜିକାରଣକାରୀଙ୍କ ମଧ୍ୟରେ ୩୧ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ଥିବା ବେଳେ ୫ଲକ୍ଷ ୬୦ ହଜାର ଶିକ୍ଷକ ଓ ୧ଲକ୍ଷ ୯୫ ହଜାର ଅଭିଭାବକ ରହିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଲାଗି ‘ମାଇ ଗଭ’ରେ ରଚନାତ୍ମକ ଲେଖା ପ୍ରତିଯୋଗୀତା ମାଧ୍ୟମରେ ୨ହଜାର ୫୦ ଅଂଶଗ୍ରହଣକାରୀଙ୍କୁ ଚୟନ କରାଯିବ। ଯେଉଁମାନଙ୍କୁ ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର ପୂର୍ଣେଶ୍ବର ଶୈବପୀଠରେ ଗଜାନନ ବିଗ୍ରହ ପ୍ରତିଷ୍ଠାରେ ମହାମହିମ ରାଷ୍ଟ୍ରପତିଙ୍କ ପୂଜାର୍ଚ୍ଚନା 

masiha

ଏଥର ବିନା ପ୍ରମାଣ ପତ୍ରରେ ହେବ ଆଧାର ଅପଡେଟ୍

Sunil Chandra Nayak

ବଜେଟ ଘୋଷଣା ପରେ ମହଙ୍ଗା ମାଡ , ପୁଣି କ୍ଷୀର ଦାମ୍‌ ବଢ଼ାଇଲା ଅମୂଲ

Sunil Chandra Nayak

Leave a Comment

error: Content is protected !!