ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କେଲା ଗ୍ରାମପଞ୍ଚାୟତ ରେ କଲାହାଣ୍ଡି ଉତ୍ସବ

ଉତ୍କେଲା,୦୪/୦୧,କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ଅନ୍ତର୍ଗତ ଉତ୍କେଲା ଗ୍ରାମ ପଞ୍ଚାୟତ ତରଫରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟକ୍ରମ ଦୁର୍ଗାମଣ୍ଡପ ପଡିଆ ଠାରେ ଉତ୍କେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ନରେନ୍ଧ୍ର ମାଝି ଙ୍କ ନେତୃତ୍ୱ ରେ ଉତ୍କେଲା ଡହଁକା ପିଠ ରୁ ମଶାଲ ଶୋଭାଯାତ୍ରା ନେଇ ଉତ୍ସବ ମଞ୍ଚ ରେ ପହଞ୍ଚି ପାଳିତ ହାେଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଧନ ସେନାପତି ସରପଞ୍ଚ ସମ୍ମାନୀତ ଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷା ରାଜଲକ୍ଷ୍ମି ପଟ୍ଟନାୟକ,ଉତ୍କେଲା ସମିତିସଭ୍ୟ ତ୍ରିନାଥ ମାଝି,କୁଣ୍ଡାବନ୍ଦ ସମିତିସଭ୍ୟ ମନୋଜ ପଟ୍ଟନାୟକ ଓ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ମିଶ୍ର,ଓ ସମାଜ ସେବୀ ଅନିରୁଦ୍ଧ ସାହୁ ସାମ୍ବାଦିକ ତୁମେଶ୍ୱର ସାହୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲମ୍ବୋଦର ଶିଖା ଯୋଗଦେଇଥିଲେ  ଓ ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ୱାର୍ଡ ସଭ୍ୟ, ସଭ୍ୟା ଓ ଉତ୍କେଲା ପ୍ରତୌକ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଓ ମିଶନ ଶକ୍ତି ର ଓ ଏସ୍ଏଚ୍ଜି ଗ୍ରୁପ୍ ମା ଭଉଣି ମାନେ ସହଯୋଗ କରିଥିଲେ। ମହାବିର ଅନୁଷ୍ଠାନ ଭବାନୀପାଟଣା ଓ ବୃନ୍ଦାବନ ସାସ୍କୃତିକ ଅନୁଷ୍ଠାନ କେସିଙ୍ଗା ର କଳାକାର ମାନଙ୍କ ଦ୍ବାରା ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ପ୍ରତିଯୋଗିତା ମାନ କରାଯାଇ ଉତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ସମର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ଶିକ୍ଷକ ଗିରିଜା କୁମାର ବେହେରା ପରିଚାଳନା କରିଥିଲେ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କୋର କମିଟି ବୈଠକ

Sunil Chandra Nayak

ପ୍ରତିଭା ଅନ୍ବେଷଣ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ

masiha

କର୍ମାଠଗ୍ରାମର ଟ୍ରାନ୍ସଫରମରେ ବାଡ଼ ନ ଥିବାରୁ ଓ ଲାଇନ ସର୍ଟ ଥିବାରୁ ନିରୀହ ଗାଈର ମୃତ୍ୟୁ

masiha

Leave a Comment

error: Content is protected !!