ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ଶିକ୍ଷକ ଦାବିରେ ଅଭିଭାବକ ମାନେ ସ୍କୁଲରେ ପକେଇଲେ ତାଲା

ତିର୍ତ୍ତୋଲ //05/01/23//  :ସରକାରଙ୍କ ପରିବା ପଣିଆର ନମୁନା, ଶିକ୍ଷକ ଅଭାବରୁ ସ୍କୁଲରେ ପଡିଲା ତାଲା ! ଶିକ୍ଷାକୁ ଅଗ୍ରାଧିକାର ଦେବାକୁ 5 T ସରକାର ମୋ ସ୍କୁଲ ନାମରେ ଆଦର୍ଶ ବିଦ୍ୟାଳୟ ଗଢି ଚାଲିଛନ୍ତି ! ଉପସ୍ଥାନ କମ ଥିବାରୁ ଅନେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦେଇଛନ୍ତି ! ଯୋଉଠି ଉପସ୍ଥାନ ଅଧିକ ରହୁଛି ସେଠାରେ ଶିକ୍ଷକ ସଂଖ୍ୟା କମ ! ପାଠପଢାର ବିନ୍ଦୁ ବିସର୍ଗ ଠପ ! ପାଠକ ବନ୍ଧୁ ଆମେ କହୁଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷା ମଣ୍ଡଳ ଅଧୀନରେ ଥିବା କନିମୁଳ ପଞ୍ଚାୟତ ତଥା କନିମୁଳ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ବିଷୟରେ !ଯୋଉଠି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ! ସରକାରୀ ପ୍ରାଥମିକ ବିଦ୍ୟାଳୟ କନିମୁଳ, ଏହି ବିଦ୍ୟାଳୟର ଉପସ୍ଥାନ 70 ରୁ ଅଧିକ ! ମାତ୍ର ଶିକ୍ଷକ ଜଣେ, ଏବଂ କେବେ କେବେ ଦୁଇ ମାସିଆ ଡେପୁଟେସନରେ ଭିନ୍ନ ଭିନ୍ନ ଶିକ୍ଷକଙ୍କୁ ପଠେଇ ଯେନ ତେନ ଭାବେ କାମ ଚଳେଇ ଆସନ୍ତି ତିର୍ତ୍ତୋଲ ଶିକ୍ଷାଧିକାରୀ ! ସ୍ଥାୟୀ ଶିକ୍ଷକ ପାଇଁ ସ୍କୁଲ କମିଟି ଏବଂ ଅଭିଭାବକ ମାନେ ବାରମ୍ବାର ଶିକ୍ଷାଧିକାରୀଙ୍କୁ ଆପତ୍ତି ଅଭିଯୋଗ କରି ଆସୁଥିଲେ ସୁଦ୍ଧା ମହାଶୟ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଚୁପ ହୋଇ ବସିଯାଇଥିଲେ ! ଗୋଟିଏ ବାହାନା କରୁଥିଲେ ଯେ ସରକାରଙ୍କର ଶିକ୍ଷକ ନିଯୁକ୍ତି ନାହିଁ ! ତାର ପ୍ରତିବାଦରେ ଅଭିଭାବକ ମାନେ ସ୍କୁଲରେ ତାଲାପକେଇ ଶିକ୍ଷା ବିଭାଗର ନଗ୍ନ ନମୁନା ବିରୁଦ୍ଧରେ ସ୍ୱର ଉଠେଇଥିଲେ !ଶିକ୍ଷକ ନଥିଲେ କୋମଳମତି ଛାତ୍ରଛାତ୍ରୀଙ୍କର ଶିକ୍ଷାର ଭିତ୍ତିମୂଳ ସ୍ଥାପନ ହେବ କିପରି ? ତେଣୁ ସ୍ଥାୟୀ ଶିକ୍ଷକ ନିଯୁକ୍ତି ନହେଲେ ତାଲା ଖୋଲା ହେବନି ବୋଲି ନିଜ ନିଜ ଜିଦ୍ଦିରେ ଅଟଳ ଥିବା ଅଭିଭାବକ ମାନେ ବାଲାବିହାରୀ କ୍ଲଷ୍ଟର ସି. ଆର. ସି ମାନସ ରଞ୍ଜନ ମହାନ୍ତି ଙ୍କ ପ୍ରତିଶୃତିରେ ତାଲା ଖୋଲାଯାଇଥିବାର ଦେଖିବାକୁ ମିଳିଥିଲା ! ପ୍ରତିଶୃତି ଥିଲା ଆସନ୍ତା କାଲିଠାରୁ ଜଣେ ଅସ୍ଥାୟୀ ଶିକ୍ଷକ ସାତଦିନ କାର୍ଯ୍ୟ କରିବେ, ସାତଦିନ ପରେ ଜଣେ ଅନୁମୋଦିତ ସ୍ଥାୟୀ ଶିକ୍ଷକ ନିଯୁକ୍ତି ହେବେ ! ବ୍ଲକ ଶିକ୍ଷାଧିକାରୀଙ୍କ ଫୋନ କଲ ଜରିଆରେ ପ୍ରତିଶୃତିକୁ ଅଭିଭାବକ ମାନେ ମାନିନେଲେ ସତ, ମାତ୍ର ସାତଦିନରେ ପ୍ରତିଶୃତି ପୂରଣ ନହେଲେ ପୁନର୍ବାର ତଳବନ୍ଦ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ଉପସ୍ଥିତ ଶିକ୍ଷା ପ୍ରତିନିଧିଙ୍କୁ !ତାପରେ ତାଲା ଖୋଳାଯାଇ ବାହାରେ ବସି ଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟରେ ପ୍ରବେଶ କରାଇଥିଲେ !କିନ୍ତୁ ଚର୍ଚ୍ଚା ହେଉଛି ବେସରକାରୀ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦେଇ ସରକାରୀ ବିଦ୍ୟାଳୟ ଗୁଡିକୁ ଜାଣିଶୁଣି ସରକାର ଅଣଦେଖା କରୁଛନ୍ତି କଣପାଇଁ ? ଶିକ୍ଷାନୁଷ୍ଠାନର କଳେବର ଉନ୍ନତି କରଣ କରାଯାଇ ଖାଲି କୋଠା ଉପରେ କୋଠା ଗଢି ଦେଲେ ଠିକାଦାର ମାଲାମାଲ ହୋଇଯିବେ ସିନା କିନ୍ତୁ ପିଲାମାନେ ପାଠ ପଢ଼ିପାରିବେନି ! ପାଠ ପଢା ପାଇଁ ଆବଶ୍ୟକ ଶିକ୍ଷକ ଓ ଶିକ୍ଷୟିତ୍ରୀ ! ବରଂ ମଧ୍ୟାହ୍ନ ଭୋଜନ ବନ୍ଦ କରାଯାଇ ଶିକ୍ଷକ ନିଯୁକ୍ତି କରାଯାଉ ବୋଲି ଅଭିଭାବକ ମାନେ ମତ ପୋଷଣ କରିଛନ୍ତି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା.

Related posts

ସାଧାରଣ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ର ପ୍ରସ୍ତୁତି 

masiha

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ସରକାରଙ୍କ ଅବଗତି ପାଇଁ ପ୍ରସ୍ତାବ ଗୃହୀତ

Sunil Chandra Nayak

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

masiha

Leave a Comment

error: Content is protected !!