ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଭାରତୀ ବିଦ୍ୟାଳୟରେ “ଜାତୀୟ ଶିକ୍ଷାନୀତି -2020 ” ର ଆଲୋଚନା ଚକ୍ର

କୁଜଙ୍ଗ, ଜଗତସିଂହପୁର 05/01/23  :- ଶିକ୍ଷା ଏକ ଏପରିହାର୍ଯ୍ୟ ଜାତୀୟ ଅନୁଶୀଳନ ! ଶିକ୍ଷା ବର୍ତମାନ ଯୁଗର, ସାହିତ୍ୟ, ବିଜ୍ଞାନ, ସଂସ୍କୃତି, ପରମ୍ପରା, ଅର୍ଥନୀତି, ଭୌଗଳିକ ଓ ସାମାଜିକ ବାର୍ତ୍ତା ବାହକ ! ବିନା ଶିକ୍ଷାରେ ଏସବୁ ଜ୍ଞାତହେବା ଅସମ୍ଭବ ! ତେଣୁ ଶିକ୍ଷାର ପ୍ରସାର,ପ୍ରଚାର, ଆଲୋଚନା ପର୍ଯ୍ୟାଲୋଚନା, ସମୀକ୍ଷା ନିହାତି ଏପରିହାର୍ଯ୍ୟ ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନସ୍ଥ ପଙ୍କପାଳ ସ୍ଥିତ ବିଦ୍ୟାଭାରତୀ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି 2020 ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ବିଭୁତି ଭୂଷଣ ଦାସ ପୌରହିତ୍ୟ କରିଥିବା ବେଳେ, ବିଦ୍ୟାଳୟର ପ୍ରତିଷ୍ଠାତା ଚୌଧୁରୀ ପଦ୍ମନାଭ ମିଶ୍ର, ଶିକ୍ଷାବିତ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ନାଟ୍ୟକାର ରଘୁନାଥସାହୁ,କବି ରବୀନ୍ଦ୍ର ନାଥ ଚୌଧୁରୀ, ରଜତ କୁମାର ମିଶ୍ର, ଅଜୟ କୁମାର ଖୁଣ୍ଟିଆ, ରବୀନ୍ଦ୍ର ନାଥ ପରିଡା,କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପିତାମ୍ବର ତରାଇ, ସମାଜସଂସ୍କାରକ ଡକ୍ଟର ଅରୁଣ କୁମାର ପାଣି,ଅଭିଭାବକ ମହାସଂଘରୁ ସୁରେଶ ଚନ୍ଦ୍ର ସ୍ୱାଇଁ, କଣ୍ଡୁରୀ ସିଂ, ଅଭୟ କୁମାର ଦାସ, ଚିନ୍ମୟୀ ମହାପାତ୍ର, ସୁଜିତ ଷଢଙ୍ଗୀ ଅଂଶଗ୍ରହଣ କରି ଜାତୀୟ ଶିକ୍ଷାନୀତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ !ଶେଷରେ ବିଦ୍ୟାଳୟର ପ୍ରତିଷ୍ଠାତା ପଦ୍ମନାଭ ମିଶ୍ରଙ୍କର ଜନ୍ମଦିନ ନିରାଡ଼ମ୍ବର ଭାବେ ପାଳନ କରାଯାଇ ଥିଲା ! ଚିନ୍ମୟୀ ମହାପାତ୍ର ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ !

କୁଜଙ୍ଗ, ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ରାଜନ ପଣସଗୁଡାରେ “ଜ୍ଞାନବୃଦ୍ଧି ପାଠଶାଳା”ର ଶୁଭାରମ୍ଭ – ଗ୍ରାମ ଉନ୍ନତି ପାଇଁ କମ୍ପାନୀର ଦୃଢ଼ ପଦକ୍ଷେପ

Sunil Chandra Nayak

କବି ସିଙ୍ଗିଶିଟି ସଞ୍ଜୀବ ଆଉ ନାହାଁନ୍ତି

Sunil Chandra Nayak

ଛାତ୍ରଙ୍କୁ ଫାଙ୍କିଦେଲେ କୁଳପତି ଡ. ଗୀତାଞ୍ଜଳୀ ଦାସ : ପୁଣି ଆଦାୟ ହେବ ହଷ୍ଟେଲ ଫି

Leave a Comment

error: Content is protected !!