ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଷ୍କର୍ମ ମାମଲା ରେ ଅଭିଯୁକ୍ତ ଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା

ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଆଜି ତା ୫/୧/୨୦୨୩ ଗୁରୁବାର ଦିନ ଏକ ୧୫ ବର୍ଷିୟା ନାବାଳିକା ପ୍ରତି ହୋଇଥିବା ଗଣ ଦୁଷ୍କର୍ମ ମାମଲାର ବିଚାର କରି ୧୩ ଜଣ ସାକ୍ଷ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ କୁ ଭିତ୍ତି କରି ଦାରିଙ୍ଗବାଡି ପର୍ତ୍ତମାହା ଗ୍ରାମର ଲିପୁନ୍ ନାୟକ ୨୪ ବର୍ଷ କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।ଦୋଷୀ କୁ ଜୋରିମାନା ଅନାଦେୟ ଅଧିକ ଛଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

   ସୂଚନା ଅନୁସାରେ ପିଡିତା, ବାପାଙ୍କ ସହ ତା ୨୮.୦୬.୨୦୧୮ ରିଖ ସନ୍ଧ୍ୟା ୬ ଘଟିକା ସମୟରେ ପର୍ତ୍ତମାହା ଠାରୁ କେର୍କେବାଡିକୁ ଫେରୁଥିଲେ।ପିତା ଶାରୀରିକ ଅକ୍ଷମ ବ୍ୟକ୍ତି ଥିବାରୁ ପିଡିତା ପିତା ଠାରୁ ୩୦୦ ମିଟର ଆଗରେ ଯାଉଥିଲା। ଅଭିଯୁକ୍ତ ମାନେ ଏହାର ସୁଯୋଗ ନେଇ ପିଡିତାକୁ ଟେକିନେଇ ଗଣ ଦୁଷ୍କର୍ମ କରିଥିଲେ।ପିଡିତା ର ବାପା ଶାରୀରିକ ଅକ୍ଷମ ହୋଇଥିବା ଯୋଗୁଁ ଝିଅକୁ ଉଦ୍ଧାର କରି ନ ପାରି ଗାଁ ଲୋକ ମାନଙ୍କୁ ଖବର ଦେଇଥିଲେ ଏବଂ ଗାଆଁ ଲୋକ ଅଭିଯୁକ୍ତ ମାନଙ୍କ କବଳରୁ ପିଡିତା ଙ୍କୁ ଉଦ୍ଧାର କରିଥିଲେ। ଏ ଘଟଣା ସମ୍ପର୍କରେ ଦାରିଙ୍ଗବାଡି ଥାନା ରେ ପିଡିତା ର ପିତା ଲିଖିତ ଅଭିଯୋଗ ଦେଇଥିଲେ । ଅଭିଯୋଗ କୁ ଭିତ୍ତି କରି ଦାରିଙ୍ଗବାଡି ଥାନାଧିକାରୀ ୮୫/୩୦.୦୬.୨୦୧୮ ରେ ଏକ କେଶ୍ ରେଜିଷ୍ଟ୍ରେସନ କରିବା ସହ ତଦନ୍ତ ସାରି ଅଭିଯୁକ୍ତ ମାନଙ୍କୁ ଅଦାଲତରେ ହାଜର କରିଥିଲେ । ମାନ୍ୟବର ବିଚାରପତି ମହାଶୟ ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି ।ସରକାର ଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ସରକାରୀ ଓକିଲ ବନମାଳୀ ବେହେରା ମାମଲା କୁ ପରିଚାଳନା କରୁଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ଜୁନାଗଡ଼ ଠାରେ ଅବକାରୀ ବିଭାଗ ତରଫରୁ ଏକଲକ୍ଷ ଟଙ୍କା ର ଗଞ୍ଜେଇ ଜବତ ୨ ଗିରଫ ଓ କୋର୍ଟ ଚାଲାଣ

Sunil Chandra Nayak

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

Sunil Chandra Nayak

ରାଉରକେଲାରେ ଓଡ଼ିଶା ରାଜ୍ୟ ଅନୂର୍ଦ୍ଧ୍ୱ-୧୭ ଓପନ୍ ଓ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନଶିପ୍ ୨୦୨୬ ଉଦ୍‌ଘାଟିତ.

Sunil Chandra Nayak

Leave a Comment

error: Content is protected !!