ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଖଇରା ବ୍ଲକ ସମାଜସେବୀ

ବାଲେଶ୍ଵର,୦୬/୦୧/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଆଳଦା, ଖଇରା, ବାଲେଶ୍ଵରର ହ୍ବାର୍ଟସପ୍ ଗୃପରେ ଗତ ତା ୦୪/୦୧/୨୩ ରିଖ ବୁଧବାର କବିତା ପ୍ରତିଯୋଗିତା ହୋଇଥିଲା । ଏଥିରେ ନିର୍ଦ୍ଧାରିତ ଶୀର୍ଷକ ଥିଲା ” ମେଘ ” । ରାଜ୍ୟ ତଥା ରାଜ୍ୟ ବାହାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ସାହିତ୍ୟ ବନ୍ଧୁ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ନାମ ଓ ଠିକଣା ଫଳାଫଳରେ ପ୍ରକାଶ କରାଯାଇ ସାରିଛି । ଯେଉଁଥିରେ ଅରୁଣ କୁମାର ମହାପାତ୍ର ପ୍ରଥମ, ଜୟନ୍ତୀ ଜେନା ଦ୍ବିତୀୟ ଓ ଅନ୍ନପୂର୍ଣ୍ଣା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସୁସାହିତ୍ଯିକା ତଥା ସମୀକ୍ଷିକା ସୁଜାତା ଦାସ ମହାନ୍ତି । 

     ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜଣେ ଜଣାଶୁଣା ସମାଜସେବୀ ଅସିତ୍ କୁମାର ଜେନା ଫଳାଫଳ ନିଉଜ୍ ପ୍ରକାଶ ପରେ ସାହିତ୍ୟର ଉନ୍ନତି ପାଇଁ କୃତି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଆଗେଇ ଆସିଥିଲେ । ଏହି ଫଳାଫଳରେ ଅତ୍ୟନ୍ତ ମୁଗ୍ଧ ହୋଇ ସମାଜସେବୀ ଶ୍ରୀ ଜେନା ଅରୁଣ କୁମାର ମହାପାତ୍ର(ପ୍ରଥମ)ଙ୍କୁ ୩୦୦ଟଙ୍କା, ଜୟନ୍ତୀ ଜେନା(ଦ୍ବିତୀୟ)ଙ୍କୁ ୨୦୦ଟଙ୍କା ଓ ଅନ୍ନପୂର୍ଣ୍ଣା ସାହୁ(ତୃତୀୟ)ଙ୍କୁ ୧୦୦ଟଙ୍କା ନୂଆ ବର୍ଷ ଅଭିନନ୍ଦନ ଓ ଶୁଭେଚ୍ଛା ଭେଟି ସ୍ବରୂପ ପୁରସ୍କାର ପ୍ରଦାନ କରିଛନ୍ତି । ବ୍ଲକ ଅଞ୍ଚଳରେ ସମାଜସେବୀ ଶ୍ରୀ ଜେନାଙ୍କ ଏଭଳି କାର୍ଯ୍ୟକ୍ରମ ସର୍ବଦା ଜାରି ରହିଛି । କୌଣସି ସମସ୍ୟା ନଜରକୁ ଆସିବା ମାତ୍ର ଅବିଳମ୍ବେ ସେମାନଙ୍କ ନିକଟରେ ପହଞ୍ଚି ନିଜର ସକ୍ଷମ ଅନୁଯାୟୀ ସହାୟତା ପ୍ରଦାନ କରିବାକୁ କେବେହେଲେ ଅବହେଳା କରି ନାହାନ୍ତି ସମାଜସେବୀ ଶ୍ରୀ ଜେନା । ଶ୍ରୀ ଜେନାଙ୍କର ଅନୁଷ୍ଠାନ ପ୍ରତି ଥିବା ସ୍ନେହ, ସଦିଚ୍ଛା ଓ ଭଲପାଇବା କେବେ ଭୁଲି ହେବ ନାହିଁ । ସେଥିପାଇଁ ଆଗାମୀ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମାଜସେବୀ ହିସାବରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ଏବଂ ଆଗାମୀ ଦିନରେ କୃତି ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ସାହିତ୍ୟର ଉନ୍ନତି ନିମନ୍ତେ ସମାଜସେବୀଙ୍କର ଏ ପ୍ରୟାସ ବୋଲି ସମାଜକୁ ବାର୍ତ୍ତା ହେଇଛନ୍ତି ଶ୍ରୀ ଜେନା । ଏଭଳି ପ୍ରୟାସ ପାଇଁ ଅନୁଷ୍ଠାନ ସମେତ ବହୁ ଲୋକ ସାଧୁବାଦ ଜଣାଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

Rotary District 3261open Team Ojasvi

Sunil Chandra Nayak

ହିଞ୍ଜିଳିରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପଦଯାତ୍ରା 

Sunil Chandra Nayak

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!