ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଦିନିକିଆ ଗସ୍ତରେ ଏକତା ମହିଳାମଞ୍ଚ ର ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ

ଭବାନୀପାଟଣା // ତା 06.01.2022 // ଏକତାପରିଷଦ ଜନସଂଗଠନ ର ଏକତା ମହିଲା ମଞ୍ଚ ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ ଏବଂ ରାଜ୍ୟ ସଂଯୋଜିକା ଭାରତୀ ଅପା ସକାଳୁ ପହଂଚିବାପରେ ଏକତାପରିଷଦ କଳାହାଣ୍ଡି ତରଫରୁ କଳାହାଣ୍ଡି ସଂଯୋଜକ ସରୋଜ ବାଗ ଓ ଏକତl ମହିଳାମଞ୍ଚ ସଂଯୋଜିକା ଯlଜ୍ଞସିନୀ ନାଏକ ସ୍ୱାଗତ କରିଥିଲେ l ଠିକ 10 ଘଣ୍ଟା ସମୟରେ ଭବାନୀପାଟଣା ସହରର ୱାର୍ଡ ନମ୍ବର 2 ର ସୀତାବୋର୍ଡିପଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରେ ଥିବା ବିସ୍ଥାପିତ ହେବାକୁ ଯାଉଥିବା 30 ଗୋଟି ପରିବାରକୁ ସାକ୍ଷ୍ୟାତ କରିଥିଲେ l ବସ୍ତିବାସିନ୍ଦା ଙ୍କୁ ସରକାର ଙ୍କ ତରଫରୁ ପ୍ରକୃତ ଥଇଥାନ ନ ହେବା ପର୍ଯ୍ୟନ୍ତ ଜାଗା ନଛାଡ଼ିବାକୁ ପରାମର୍ଶ ଦେଇ ଥିଲେ l ପରବର୍ତୀ କାର୍ଯ୍ୟକ୍ରମ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶ୍ରୀପୁର ଗ୍ରାମପଞ୍ଚାୟତ ର ଗୁଭାପଡା ରେ 11ଘଣ୍ଟା ସମୟରେ ପହଂଚିବା ପରେ ଗମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା l ଏକତାପରିଷଦ କାର୍ଯ୍ୟାଳୟ ପାଇଁ ଗ୍ରାମବାସି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦଶ ଡିସମିଲ ଜମି ର ସେ ଭୂମି ପୂଜନ କରିଥିଲେ l ଭୂମି ପୂଜନ ଉଛବ ରେ ଏକତା ମହିଳା ମଞ୍ଚ ରାଜ୍ୟ ସଂଯୋଜିକା ଭାରତୀ ଅପା, ଏକତାପରିଷଦ କଳାହାଣ୍ଡି ସଂଯୋଜକ ସରୋଜ ବାଗ, ମହିଳାମଞ୍ଚ ଜିଲ୍ଲା ସଂଯୋଜିକା ଯlଜ୍ଞସିନୀ ନାଏକ, ଏକତା ପରିଷଦ ର ବରିଷ୍ଠ ସଦସ୍ୟ ଗିରିଧାରୀ ପାତ୍ର, ବରୁଣ ଶର୍ମା, ମର୍ଜିନା ପ୍ରଧାନ, ସୋମି ନାଏକ,ସନ୍ତୋଷିନୀ ନାଏକ,ଜଗନ୍ନାଥ ନାଏକ, ଚତୁର୍ଭୁଜ ନାଏକ,ଉପସ୍ଥିତ ଥିଲେ l

        ଏକତା ମହିଲମଞ୍ଚ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ଏକତା ପରିଷଦ ଜିଲ୍ଲା ସଂଯୋଜକ ଅଧ୍ୟକ୍ଷ୍ୟତl କରିଥିବା ବେଳେ ସରପଞ୍ଚ ଜୁଝେଷ୍ଟି ନାଏକ, ଗିରିଧାରୀ ପାତ୍ର, ବରୁଣ ଶର୍ମା, ସୋମି ନାଏକ, ମହିଳା ମଞ୍ଚ ର ଭାରତୀ ଅପା, ଯଜ୍ଞସିନୀ ନାଏକ ଏବଂ ରାଷ୍ଟ୍ରୀୟ ସଂଯୋଜିକା ଶ୍ରଦ୍ଧା କଶ୍ୟପ ଉଦବୋଧନ ଦେଇ ମହିଳା ମାନଙ୍କର ଅଧିକାର ଓ ଜୀବନ ଜୀବିକା କୁ କିପରି ସୁଦୃଢ କରାଯାଇ ପାରିବ ସେ ଉପରେ ଆଲୋକପାତ କରିଥିଲେ l   ଅପରାହ୍ନ ରେ ଭବାନୀପାଟଣା କୁଶlଡ଼ଙ୍ଗର ସ୍ଥିତ ରାଜଗୋପାଳ ନଗର ଯାଇ ଏକତା ପ୍ରଦ୍ୟୁ୍ସର ଗ୍ରୁପ ର ସଦସ୍ୟା ମାନଙୁ ସାକ୍ଷ୍ୟାତ କରି ଛତୁ ଚାଷ ଓ ତାଙ୍କର କାର୍ଯ୍ୟକ୍ରମ ଉପରେ ପଚାରି ବୁଝିଥିଲେ  lକାର୍ଯ୍ୟକ୍ରମ କୁ ଏକତାପରିଷ ର ଅଞ୍ଜଳି ସିଂ, ଚିନ୍ମୟୀ ବେହେରା, ମନୀଷା ସାଧକ, ଯଶୋଦା ସୁନା,ଯlଜ୍ଞସିନୀ ନାଏକ, ଜୟଶ୍ରୀ ବାଗ, ସୁଶାନ୍ତି ବାଗ ପ୍ରମୁଖ ସହଯୋଗ କରିଥିଲେ l

କିଶନ ଶର୍ମା, ଭବାନୀ ପାଟଣା 

Related posts

ବ୍ଲକସ୍ତରୀୟ କ୍ରୁଷକ ଦିବସ ପାଳିତ, ଯୋଗଦେଲେ ବ୍ଲକ ଅଧ୍ୟକ୍ଷା

Sunil Chandra Nayak

ଚୈତ୍ର ଯାତ୍ରାରେ ଶ୍ରଦ୍ଧାଳୁ ଙ୍କୁ ଘଣ୍ଟ ରୂପରେ ଦର୍ଶନ ଦେଲେ ମା ଠାକୁରାଣୀ

masiha

ଧର୍ମଗଡ ଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!