ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅତିରିକ୍ତ ରାଜସ୍ଵ ନିରୀକ୍ଷକ

ନବରଙ୍ଗପୁର(ମସିହା): ଏକ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ନବରଙ୍ଗପୁର ଜିଲ୍ଲା ସାନ ମସିଗାଁ ପଂଚାୟତ ର ଅତିରିକ୍ତ ରାଜସ୍ଵ ନିରୀକ୍ଷକ ଜଗଦୀଶ ବେହେରା । କିଛି ଦିନ ପୂର୍ବେ ବୈଜନ୍ତି ଭତରା ନାମକ ମହିଳା ଲିଗାଲ୍ ହେୟାର ପ୍ରମାଣ ପତ୍ର ପାଇଁ ଅତିରିକ୍ତ ରାଜସ୍ଵ ନିରୀକ୍ଷକ ଜଗଦୀଶ ବେହେରା ଙ୍କ ପାଖକୁ ଯାଇଥିଲେ । ସେଠାରେ ଉକ୍ତ ପ୍ରମାଣ ପତ୍ର ନେବାକୁ ହେଲେ ଏକ ହଜାର ଟଙ୍କା ଦେବାକୁ ପଡିବ ବୋଲି ଅତିରିକ୍ତ ରାଜସ୍ଵ ନିରୀକ୍ଷକ ବୈଜନ୍ତି ଭତରାଙ୍କୁ କହିଥିଲେ ।ଏବିଷୟରେ ବୈଜନ୍ତି ଭତରା ଭିଜଲାନ୍ସ ରେ ଜଣେଇବାରୁ ଭିଜାଲାନ୍ସ ଆଗରୁ ବୈଜନ୍ତି ଭତରା ଙ୍କ ଘର ପାଖରେ ଜଗିବସିଥିଲେ ! ଏକ ହଜାର ଟଙ୍କା ନେବା ପାଇଁ ଜଗଦୀଶ ବେହେରା ଯେତେବେଳେ ବୈଜନ୍ତି ଭତରାଙ୍କ ଘରକୁ ଯାଇଥିଲେ ସେତେବେଳେ ଭିଜଲାନ୍ସ ତାଙ୍କୁ ଧରିବାକୁ ଯାଇଥିବାବେଳେ ଜଗଦୀଶ ବେହେରା ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭିଜଲାନ୍ସ ତାଙ୍କୁ କାବୁ କରି ଗିରଫ କରିଥିଲା । ଭିଜିଲାନ୍ସ ବିଭାଗ ଜଗଦୀଶ ବେହେରାଙ୍କ ଠାରୁ ଲାଞ୍ଚ ନେଇଥିବା ଏକ ହଜାର ଟଙ୍କା ଜବତ କରିଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଉରକେଲା ପୋଲିସର ଚଢାଉରେ ୧ କିଲୋ ୬୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ୍

Sunil Chandra Nayak

ପୋଲିସ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ 

Sunil Chandra Nayak

ଗୁହାଳରୁ ମେଣ୍ଢା ଚୋରି, ଥାନାରେ ଏତଲା

Leave a Comment

error: Content is protected !!