ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

ରାଉରକେଲା/ ରାଉରକେଲାର ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ଏକ ପଦଯାତ୍ରା ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ତରଫରୁ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଲିରେ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀମାନେ ରାଲିର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ରାଲିଟି ସେକ୍ଟର ୪ ରୁ ବାହାରି ସେକ୍ଟର ୩ ଥାନା ପର୍ଯ୍ୟନ୍ତ ଯାଇ ପୁଣି ସେକ୍ଟର ୫ ବସ୍ତିସାହି ପର୍ଯ୍ୟନ୍ତ ଯାଇଥିଲା ।

ବିଭିନ୍ନ ପ୍ଲା କାର୍ଡ ଏବଂ ସ୍ଲୋଗାନ “ହକିର ଗଡ ସୁନ୍ଦରଗଡ” ଦିଲ୍ଲୀପ ତିର୍କି,ଆମରଗର୍ବ,ଆଦି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ ଆକର୍ଷଣ କରିବା ପରେ ମହାବିଦ୍ୟାଳୟରେ ଏକତ୍ରିତ ହୋଇ ଏକସଭାର ଆୟୋଜନ କରାଯାଇଥିଲା । ଉକ୍ତ ରାଲିରେ ମହାବିଦ୍ୟାଳୟର ଅଧ୍ୟାପକ ରଶ୍ମି ରଂଜନ ରାଉତ ୟୁଥ୍ ରେଡକ୍ରସ୍ ପରିଚାଳକ ମନୋଜ ଦଲେଇ,ରେଡକ୍ରସ୍ ଯୁକ୍ତ ୩ ରେଡକ୍ରସ୍ ର ଅଧ୍ୟାପିକା ବୈଜୟନ୍ତି ବାରିକ,ଯୁକ୍ତ ୩ ରେଡକ୍ରସ ବାଳିକା ବିଭାଗ,ଯୁକ୍ତ ୩ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ,ବାଳିକା ବିଭାଗର ଅଧିକାରୀ ଅଧ୍ୟାପିକା ରଶ୍ମିପ୍ରଭା ମଥାନ, ଅଧ୍ୟାପକ ବନ ବିହାରୀ କିଶାନ,ବନ୍ଦନା ସୋରେଙ୍ଗ, ଅନୀଲ କୁମାର ରାମ, ପ୍ରଧ୍ୟାପିକା ତପସ୍ଵିନୀ ମିଶ୍ର,ଡକ୍ଟର ରବୀନ୍ଦ୍ର ଜେନା,ତଥା ଅତିଥି ଅଧ୍ୟାପିକା,ଅଧ୍ୟାପକ ମାନେ ଉପସ୍ଥିତ ଥିଲେ। ହକି ବିଶ୍ୱକପ ଉପଲକ୍ଷେ ରଙ୍ଗୋଲି,ହକି କୁଇଜ୍,ପ୍ରବନ୍ଧ, ଚିତ୍ରାଙ୍କନ, ପ୍ରତିଯୋଗିତାର ଆୟୋଜନ ସହିତ ଓଡ଼ିଶାର ସମସ୍ତ ବିଶ୍ଵବିଦ୍ୟାଳୟର ହକି ଖେଳାଳି ଏବଂ ପ୍ରଶିକ୍ଷକ ମାନଙ୍କୁ ଆତିଥ୍ୟ ପ୍ରଦାନ କରାଯାଇଛି । ହକି ବିଶ୍ୱକପ ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅକ୍ଷୟ ତୃତୀୟା ପାଇଁ ସୁନା ଅଳଙ୍କାର ଦୋକାନ ରେ ଭିଡ

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ

masiha

କର୍ଲାମୁଣ୍ଡା ଠାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!