ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଭିଯୁକ୍ତ ଶିକ୍ଷକ ଅରୁଣ ନାଏକ ଗିରଫ୍ ହୋଇ ଜେଲ ଗଲେ

ଥୁଆମୂଳ ରାମପୁର:୦୬/୦୧ – (ମ.ନି.ସ):- ଥୁଆମୂଳ ରାମପୁର ବ୍ଲକ ମାଳିଗାଁ ଗ୍ରାମପଞ୍ଚାୟତ ଠାରୁ ଗତ ତା ୨୯/୧୧/୨୦୨୨ ରିଖ ଦିନ ମାର୍ସିକ ପଞ୍ଚାୟତ ବୈଠକ ସାରି ଓ୍ବାର୍ଡ ମେମ୍ବର ମାନେ ଫେରୁଥିବା ସମୟରେ ଶିକ୍ଷକ ଶ୍ରୀ ଅରୁଣ ନାଏକ ତାଙ୍କୁ ବାଟରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଓ୍ବାର୍ଡ ମେମ୍ବର ଓ ଜନସାଧାରଣ ତାଙ୍କ ନାମରେ ଅଭିଯୋଗ କରିଥିଲେ। ସେହି ସମୟରୁ ଅଭିଯୁକ୍ତ ଶିକ୍ଷକ ଫେରାର ଥିଲେ। ପରବର୍ତ୍ତୀ ସମୟରେ ଲୋକେ ବାରମ୍ବାର ପୋଲିସର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଗିରଫ୍ କରିବାରେ ଅସମର୍ଥ ହୋଇଥିଲା। ଏହାକୁ ନେଇ ଗ୍ରାମପଞ୍ଚାୟତର ୧୧ ଖଣ୍ତ ଗ୍ରାମର ଲୋକେ ଗତ ତା ୦୫/୦୧/୨୦୨୩ ରିଖ ଦିନ ଜିଲ୍ଳାପାଳ ଓ ଆରକ୍ଷୀ ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଙ୍କ ପାଖରେ ସଂପୃକ୍ତ ଶିକ୍ଷକ ନାମରେ ଅଭିଯୋଗ କରିଥିଲେ। ଏହାକୁ ଗୁରୁତ୍ୱ ସହ ନେଇ ଜିଲ୍ଲାପାଳ ଓ ଆରକ୍ଷୀଅଧିକାରୀ ଜୟପାଟଣା ପୋଲିସ୍ ଓ ଥୁଆମୂଳ ରାମପୁର ଥାନାକୁ ଅଭିଯୁକ୍ତ ଶିକ୍ଷକ ଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ଅନୁଯାଇ ଜୟପାଟଣା ପୋଲିସ ଓ ଥୁଆମୂଳ ରାମପୁର ପୋଲିସର ମିଳିତ ସହଯୋଗରେ ଗତ ୦୫/୦୧/୨୦୨୩ ତାରିଖ ରାତ୍ର ସମୟରେ ତାଙ୍କ ବାସ ଭବନ ଖାତିଗୁଡାରେ ଗିରଫ କରି ଜୟପାଟଣା ଥାନା ଥୁଆମୂଳ ରାମପୁର ଥାନାକୁ ହସ୍ତାନ୍ତର କଲେ। ଥୁଆମୂଳ ରାମପୁର ଥାନା କେସ, ନଂ ୧୯୩-/୨୦୨୨ ଭିର୍ତ୍ତିକରି ଭାରତୀୟ ପିଙ୍ଗଲ କୋଡ ୩୪୧. ୩୨୪.୩୨୬.୫୦୬/୩୪ ଆଇପିସି ରେ କେସ ରୁଜୁ କରି କୋର୍ଟକୁ ପଠାଯାଇଥିଲା ମାଜିଷ୍ଟ୍ରେଟ ଜାମିନ୍ କୁ ନାମଞ୍ଜୁର କରିବାରୁ ବିଚାର ବିଭାଗୀୟ ହାଜତ ଭବାନୀପାଟଣା କୁ ପଠାଗଲା। ସମ୍ପୃକ୍ତ ଜନୈକ ବ୍ଯକ୍ତି ନାମରେ ବିଭିନ୍ନ ମାମଲାରେ ଥୁଆମୂଳ ରାମପୁର ଥାନାରେ ୮ ରୁ ଉର୍ଦ୍ଧ୍ବ କେସ ଥିବା ଜଣାପଡିଛି। ଅଭିଯୁକ୍ତ ଶ୍ରୀ ଅରୁଣ ନାଏକ (ଶିକ୍ଷକ)ଙ୍କ ନାମରେ ମାରପିଟ, ଜୀବନରେ ମାରିଦେବା ପାଇଁ ଧମକ ଦେବା, ଗୁଣ୍ତା ଲଗେଇ ମାରିଦେବା, ଅସଭ୍ଯ ଭାଷାରେ ଗାଳିଗୁଲଜ୍ ଦେବା, ରକ୍ତାକ୍ତ କରି ପିଟିବା, ସରକାରୀ ଅର୍ଥକୁ ଆତ୍ମସାତ କରିବା, ହିଂସା କରିବା ଭଳି ଅନେକ ସଙ୍ଗୀନ ଦଫା ପୃଥକ୍ ପୃଥକ୍ ଭାବରେ ୮ ରୁ ଅଧିକ ମାମଲା ଥୁଆମୂଳ ରାମପୁର ଥାନରେ ରୁଜୁ ହୋଇଛି। ଆସାମୀଙ୍କ ନାମରେ ଏତେ ଗୁଡାଏ ସଙ୍ଗୀନ ଦଫା ଲାଗିଥିବା ସତ୍ତ୍ୱେ ପୋଲିସ କାହିଁକି ଚୂପ ରହିଥିଲା ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଏହାକୁ ନେଇ ବ୍ଳକ ଶିକ୍ଷାଅଧିକାରୀ ଲୋକନାଥ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲା। ତେବେ ଶିକ୍ଷାଧିକାରୀ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ। ଅନ୍ଯପକ୍ଷରେ ଅରୁଣ ନାଏକ ଗିରଫ୍ ଓ ଜେଲ ଯିବା ଘଟଣା କୁ ନେଇ ମାଳିଗାଁ ପଞ୍ଚାୟତ ବାସୀ ଟିକେ ଆଶ୍ବସ୍ତି ମନେ କରି ଜିଲ୍ଲା ଆରକ୍ଷୀଅଧିକାରୀଙ୍କୁ ପ୍ରଶଂସା କରିଥିବା ସହ ଧନ୍ୟବାଦ ଦେଇଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗ ଙ୍କ ରିପୋର୍ଟ 

Related posts

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

masiha

ଟଙ୍କା ହଡ଼ପ ଅଭିଯୋଗରେ ଫେରାର୍ ଏଲଆଈସି ଏଜେଣ୍ଟ ଗିରଫ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ 

ମେଗାଲିଫ୍ଟ କେନାଲ ରୁ ବିଭାଗୀୟ ଯନ୍ତ୍ରୀ ଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

masiha

Leave a Comment

error: Content is protected !!