ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

 ଡାବୁଗାଁ, ୬/୧ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ମିନି ଷ୍ଟାଡିୟମ ଠାରେ ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା ଶୁକ୍ରବାର ଉଦଘାଟିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବ ବ୍ଲକ ଅଧ୍ୟକ୍ଷା ବୀଣା ମାଝି ଯୋଗ ଦେଇ ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ | ପ୍ରତିଯୋଗୀତା ର ପ୍ରଥମ ଦିନରେ ଚଚରାଗୁଡା, ବୋରିଗାଁ, ଜୁନାପାଣି, ମେଦନା, କୋଇଲାରୀ, ଡାବୁଗାଁ, ଡ଼ଙ୍ଗରିଗୁଡା ଓ ଜବାଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଉଦଘାଟନୀ ମ୍ୟାଚ ଟି ଚଚରାଗୁଡା – ବୋରିଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଚଚରାଗୁଡା ୩-୦ ଗୋଲରେ ବିଜୟୀ ହୋଇଥିଲା | ୨ୟ ମ୍ୟାଚଟି ଜୁନାପାଣି – ମେଦନା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ମେଦନା ୧-୦ ଗୋଲରେ ବିଜୟୀ ହୋଇଥିଲା | ୩ ୟ ମ୍ୟାଚଟି କୋଇଲାରୀ – ଡାବୁଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ କୋଇଲାରୀ ୧-୦ ଗୋଲରେ ବିଜୟୀ ହୋଇଥିଲା | ଚତୁର୍ଥ ମ୍ୟାଚଟି ଡ଼ଙ୍ଗରିଗୁଡା – ଜବାଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ ଡ଼ଙ୍ଗରିଗୁଡା ୧-୦ ଗୋଲରେ ବିଜୟୀ ହୋଇଥିଲା | ଏଥିରେ ବ୍ଲକ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ | ଏଥିରେ କ୍ରିଡା ଶିକ୍ଷକ ହେମନ୍ତ କୁମାର ସାମଲ, ଉମାକାନ୍ତ ବିଶ୍ଵାଳ ଓ ରଞ୍ଜନ କୁମାର ପରିଡା ପ୍ରମୁଖ ଖେଳ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) କ୍ରିକେଟ୍ ମ୍ୟାଚରେ ଯତୀନ ୱରିଅର୍ସ ଫାଇନାଲକୁ ପ୍ରବେଶ

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ଖେଳାଳିମାନ “ଷଷ୍ଠ ତମ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା ୧୬ ଟି ସ୍ବର୍ଣ୍ଣ ପଦକ, ୪ ଟି ରୌପ୍ୟ ପଦକ ଓ ୧୨ ଟି କାଁସ୍ୟ ପଦକ ମୋଟ ୩୩ଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗୌରବ ଆଣିଛନ୍ତି

masiha

କଳାହାଣ୍ଡି କପ ପାଇଁ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

Sunil Chandra Nayak

Leave a Comment

error: Content is protected !!