ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଡିୟୁଜେ ର ନୂତନ ସଭାପତି ରୂପେ କମ୍ବୁପାଣି ମିଶ୍ର ଓ ସାଧାରଣ ସମ୍ପାଦକ ରୂପେ ସନ୍ତୋଷ ସିଂହଦେଓ ନିର୍ବାଚିତ

ଜୁନାଗଡ଼୬/୧ (ନି. ପ୍ର ) କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ଦ୍ବିତୀୟ ବାର୍ଷିକ ସାଧାରଣ ପରିଷଦ ବୈଠକ ଜୁନାଗଡ଼ ବ୍ଲକ ଡୁଡୁଙ୍ଗଗୁଡା ସ୍ଥିତ ନାୟକ ଫାର୍ମ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା l ଓୟୁଜେ ରାଜ୍ୟ ସଭାପତି ଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ଏହି ବୈଠକରେ ପୁରାତନ କମିଟି ର ଦୁଇ ବର୍ଷ ପୁରି ଯାଇଥିବା ରୁ ପୁରାତନ କମିଟି କୁ ଭଙ୍ଗ କରାଯାଇ ପୁଣି ଥରେ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା l ସର୍ବ ସମ୍ମତି କ୍ରମେ ଆଗାମୀ ଦୁଇ ବର୍ଷ ପାଇଁ କଳାହାଣ୍ଡି ଜ଼ିଲ୍ଲା ସାମ୍ବାଦିକ ୟୁନିଅନ (କେଡିୟୁଜେ ) ର ସଭାପତି ଭାବେ କମ୍ବୁପାଣି ମିଶ୍ର, କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ଜାଲ, ଉପ ସଭାପତି ଭାବେ ଲିଙ୍ଗରାଜ ମିଶ୍ର, ସୁଧୀର ସାହୁ, ଭଦ୍ରାଞ୍ଚଳ ନାୟକ, ଗଜିନ୍ଦ୍ର ସାହୁ, ଶୁଭେନ ପଟ୍ଟନାୟକ, ଉତ୍ତମ ଦାଶ ନିର୍ବାଚିତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସନ୍ତୋଷ କୁମାର ସିଂହଦେଓ,ସମ୍ପାଦକ ଭାବେ ଶିବାନନ୍ଦ ନାଏକ, ବୈଦ୍ୟନାଥ ବେହେରା, ରାଜକୁମାର ସିଂହଦେଓ, ହେମନ୍ତ ସାହୁ, ଭଜଶ୍ୟାମ ସାହୁ, ସୁଶାନ୍ତ ଦଳେଇ, ନିହାର ବେହେରା, ଶରତ ରାଉତ, ଦୀପକ ସାହୁ, ରଜନୀ ମିଶ୍ର, ସୁଶୀଲ ବାଗ କୋଷାଧ୍ୟକ୍ଷ ଭାବେ ଡମ୍ବରୁଧର ଭୋଇ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଇଙ୍ଗିତ ପଣ୍ଡା, ଖଗେଶ୍ୱର ଧଙ୍ଗଡ଼ାମାଝୀ, ଶୁଭେନ୍ଦୁ ପଣ୍ଡା ଏବଂ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ଯଯାତି ଦେଓ, ଅଂଶୁମାନ ପାତ୍ର, ପ୍ରଭାକର ପଟ୍ଟନାୟକ, ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ ହିମାଂଶୁ ବରାଡ଼, ଟ୍ରିବ୍ୟୁନାଲ ଉପାଧ୍ୟକ୍ଷ ଭାବେ ପ୍ରଦୀପ ଦାଶ ପ୍ରମୁଖ ନିର୍ବାଚିତ ହୋଇଥିଲେ l ନୂତନ ନିର୍ବାଚିତ ପ୍ରତିନିଧି ଙ୍କୁ ଜୁନାଗଡ଼ ସାମ୍ବାଦିକ ସଂଘ ର ସଭ୍ୟ ମାନେ ଅଭିନନ୍ଦନ ଜଣେଇବା ସହ ସମ୍ବର୍ଦ୍ଧିତ କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ପକ୍ଷରୁ , ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ମାନକ ଦାବି ପୂରଣ ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର

Sunil Chandra Nayak

ଶ୍ରାଦ୍ଧ ପାଳନ ବେଳେ ଦୁଃଖଦ ଘଟଣା : ଖାଦ୍ୟ ବିଷାକ୍ତ ଯୋଗୁଁ ସନ୍ଦେହଜନକ ଭାବରେ ୪ ଜଣଙ୍କ ମୃତ୍ୟୁ ଏବଂ ୧୭ ଜଣ ଅସୁସ୍ଥ

ଆଇନଜୀବୀ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!