ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା 

ବାଲେଶ୍ଵର,୦୬/୦୧/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଫିତାକାଟି ଉଦଘାଟନ କରିଥିଲେ । ବିଡ଼ିଓ ପର୍ଶୁରାମ ପଣ୍ଡାଙ୍କ ସଭାପତିତ୍ବରେ ଉକ୍ତ କ୍ରୀଡ଼ା ଉତ୍ସବରେ ଭଲିବଲ ଓ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ବ୍ଲକର ୩୭ ଗୋଟି ପଞ୍ଚାୟତ ଓ ୪ ଗୋଟି ଜୋନରୁ ବଛାବଛା ଖେଳାଳି ମାନଙ୍କୁ ନେଇ ବ୍ଲକ ସ୍ତରୀୟ କ୍ରୀଡ଼ା ମ୍ଯାଚ ଅନୁଷ୍ଠିତ ହୋଇଥିଲା । କ୍ରୀଡ଼ାର ବିକାଶ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଉପରେ ମୁଖ୍ୟ ଅତିଥି ବକ୍ତବ୍ୟରେ କହିଥିଲେ । ବ୍ଲକ ଉପାଧ୍ୟକ୍ଷା ଅନୁପସ୍ଥିତ ଥିବା ବେଳେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଜିଲ୍ଲାପରିଷଦ ସଭ୍ୟ ଉପସ୍ଥିତ ଥିଲେ । କ୍ରିକେଟ ଓ ଭଲିବଲ ମ୍ଯାଚକୁ ବିଡ଼ିଓ ଶ୍ରୀ ପଣ୍ଡା ବଲ ଓ ବ୍ଯାଟ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ପ୍ରତ୍ୟେକ ଟିମ୍ ଖୁବ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ । ଏହି ଖେଳ ଦେଖିବା ପାଇଁ ଖେଳ ପଡିଆରେ ବହୁ ଦର୍ଶକଙ୍କ ଭିଡ ଜମିଥିବାର ପରିଲକ୍ଷିତ ହୋଇଥିଲା । କ୍ରିକେଟରେ ୩ ନମ୍ବର ଜୋନ ଟିମ୍ ଉଇନର ହୋଇଥିବା ବେଳେ ୫ ନମ୍ବର ଜୋନ ଟିମ୍ ରନରସ ଅପ୍ ହୋଇଥିଲେ । ସେହିପରି ଭଲିରେ ୬ ନମ୍ବର ଜୋନ ଟିମ୍ ଉଇନର ହୋଇଥିବା ବେଳେ ୫ ନମ୍ବର ଜୋନ ଟିମ୍ ରନରସ ଅପ୍ ହୋଇଥିଲେ । ଶେଷରେ ବିଜେତା ମାନଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ବ୍ଳକ ସ୍ତରୀୟ ଭଲିବଲ ପ୍ରତିଯୋଗୀତା ସମାପନ

Sunil Chandra Nayak

ମାଁ ରାଏଗଡେନ୍ ସ୍ପୋଟ୍ସ କ୍ଲବ୍ ଦ୍ଵାରା ଟି-ଟେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ

Sunil Chandra Nayak

ଗୋପାଳପୁର ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ପଟାଙ୍ଗପଡାକୁ ହରାଇ ବାଗପୁର ଚମ୍ପିୟାନ  

masiha

Leave a Comment

error: Content is protected !!