ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

କୋକସରା,୬/୧- କୋକସରା ବ୍ଲକ ଟେମରା ପଂଚାୟତରେ ଗୁରୁବାର ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସଵ ଆୟୋଜିତ ହୋଇଯାଇଛି। ଟେମରା ସରପଞ୍ଚ କ୍ଷିତିରାମ ପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ସୁଧୀର କୁମାର ପାତ୍ର, ସମିତି ସଭ୍ୟା ଅନୁସୂୟା ମାଝୀ, ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ନାଏବ ସରପଞ୍ଚ ପୂର୍ଣ୍ଣମୀ ମାଝୀ ଉପସ୍ଥିତ ରହିଥିଲେ। ଟେମରା ଗ୍ରାମର ଆରାଧ୍ୟ ଦେବୀ ମା ବସ୍ତରେନ ମାଉଳିଙ୍କ ମନ୍ଦିରରୁ ମଶାଲ ଯାତ୍ରା ବାହାରି ସାଂସ୍କୃତିକ କଳାକାରଙ୍କ ନାଚଗୀତରେ ଟେମରା ଗ୍ରାମକୁ ପରିକ୍ରମା କରିବା ପରେ ବଜାର ପଡ଼ିଆରେ ଅତିଥିମାନେ ମଶାଲକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଉତ୍ସଵ ପଡ଼ିଆ ଠାରେ ମଞ୍ଚ ଉଦଘାଟନ କରିବା ପରେ ଅତିଥିମାନେ କଳାହାଣ୍ଡି ଉତ୍ସଵ ଲୋକ ମହୋତ୍ସବ ଗ୍ରାମାଞ୍ଚଳରେ ଲୁକ୍କାୟିତ ପ୍ରତିଭାକୁ ଆଗକୁ ଆଣିବା ଦିଗରେ ବଳିଷ୍ଠ ଉଦ୍ୟମ ବୋଳି ମତ ଦେଇଥିଲେ। ପରେ ସ୍କୁଲ ଛାତ୍ରଛାତ୍ରୀ ଓ ଲୋକ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗୌତମ ନାଗ ଓ ଟେମରା ଗ୍ରାମର ଦୁଷ୍ମନ୍ତ କୁମାର ପାତ୍ର, ହେମନ୍ତ ବାଣୁଆ, ଜଗବନ୍ଧୁ ମାଝୀ, ରୋହିତ କୁମାର ପାଣିଗ୍ରାହୀ, ଚୌବନ ରଣା, ପ୍ରେମଲାଲ ମାଝୀ, କେଶର ପୁଝାରି, କୃଷ୍ଣଚନ୍ଦ୍ର ବାଗ, ଲଳିତ ସତନାମୀ, ବୃନ୍ଦାବନ ସତନାମୀ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି

masiha

ଇସ୍ପାତ ନଗରୀ ରେ ପହିଲିରଜ ଧୁମଧାମରେ ପାଳିତ

masiha

ଚିତ୍ରଶିଳ୍ପୀଙ୍କ ରଙ୍ଗ ତୁଳୀରେ ଫୁଟି ଉଠିବ ଚିର ସବୁଜ ଶିମିଳିପାଳ ବିଶାଳ ପେଣ୍ଟିଙ୍ଗକୁ ଆଙ୍କିବାକୁ ଏକାଠି ହେବେ ଚିତ୍ର ଶିଳ୍ପୀ ପିଲାଙ୍କ ସହ ମିଶି ଆଙ୍କିବେ ଶିମିଳିପାଳର ଚିତ୍ର

Sunil Chandra Nayak

Leave a Comment

error: Content is protected !!