ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା କୃଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଠିତ

ବାଲେଶ୍ଵର,୬୦/୦୧/୨୩- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଜାମଶୁଳୀ ଡାକବଙ୍ଗଳା ପରିସରରେ ବସ୍ତା କୃଷକ ଉତ୍ପାଦକ କମ୍ପାନୀର ବୈଠକ ଅନୁଷ୍ଟିତ ହୋଇଯାଇଛି । ଏଥିରେ ନାବାର୍ଡର ବାଲେଶ୍ଵର ଜିଲ୍ଳା ଉନ୍ନୟନ ପ୍ରାବନ୍ଧକ ତାପସ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । କୃଷକଂକ ସର୍ବାଙ୍ଗୀନ ଉନ୍ନତି ପାଇଁ ସଂଘବଦ୍ଧଭାବେ ଏକତ୍ରିତ ହୋଇ କାର୍ଯ୍ୟକଲେ କୃଷକଂକ ସାମଗ୍ରିକ ବିକାଶ ହୋଇ ପାରିବ ବୋଲି ସେ ପ୍ରକାଶ କରିବା ସହିତ ସରକାରଙ୍କ ଦ୍ଵାରା ଅନୁମତିପ୍ରାପ୍ତ ବସ୍ତା କୃଷକ ଉତ୍ପାଦକ କମ୍ପାନୀର ଜଣେ ଜଣେ ଅଂଶୀଦାର ହେବାପାଇଁ ଉପସ୍ଥିତ କୃଷକ ମାନଙ୍କୁ ସଚେତନ କରାଇଥିଲେ । ଏହି ବୈଠୋକରେ ସ୍ଥାନୀୟ ସମାଜସେବୀ ଭଜ ହରି ପରିଡ଼ା ଅତିଥି ଭାବରେ ଯୋଗ ଦେଇ କୃଷକ ମାନେ ଏକ ଜୁଟ ହେଲେ ସେମାନଙ୍କର ବିକାଶ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ବୈଠକରେ ଅନ୍ୟତମ ଅତିଥି ଭାବେ ଅର୍ଥନୈତିକ ପରାମର୍ଶଦାତା ଦନାର୍ଦ୍ଦନ ପ୍ରଧାନ ଯୋଗ ଦେଇଥିଲେ । ବସ୍ତା କୃଷକ ଉତ୍ପାଦକ କମ୍ପାନୀର ଡାଇରେକ୍ଟର ଦିଲ୍ଲୀପ କୁମାର ଦାସ, ନିମାଇଁ ଚରଣ ପ୍ରଧାନ, ଅବଦୁଲ ଶୋଭାନ ସହିତ କମ୍ପାନୀର ନିର୍ବାହୀ ଅଧିକାରୀ ରାଜେଶ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ବୈଠକରେ ପୁଟୁରା, ନାବରା, ସିଂଗ୍ଲା, କରୁଆ, ରଘୁନାଥପୁର, କଇଁନଗରୀ ପଞ୍ଚାୟତର ଶତାଧିକ ଚାଷୀ ଯୋଗ ଦେଇ ବସ୍ତା କୃଷକ ଉତ୍ପାଦକ କମ୍ପାନୀର ଅଂଶୀଦାର ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମାନ୍ୟବର ମନ୍ତ୍ରl, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶାଶକ୍ତି କରଣ ବିଭାଗ,ଓଡିଶାଙ୍କ ଦୁଇଦିଆ ରାୟଗଡ ଜିଲ୍ଲା ଗସ୍ତ 

masiha

କଳାହାଣ୍ଡି ଜିଲ୍ଲାରେ ଗ୍ରୀଷ୍ମ ଅବକାଶ ସମୟରେ ୦୧ ରୁ ୧୦ ମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କ ପାଇଁ ଗୃହ କାର୍ଯ୍ୟ ପାଠ ସହାୟତା କେନ୍ଦ୍ର

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା

masiha

Leave a Comment

error: Content is protected !!