ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ବବୃ ବାହାନ ଙ୍କ ଦେହାନ୍ତ ରେ ଶୋକ ର ଛାୟା

ଗୋଲାମୁଣ୍ଡା /୬/୧/୨୩/ପ୍ରଗତିଶୀଳ ମସିହା/କଳାହାଣ୍ଡି ଜିଲ୍ଲା ପର୍ଲା ଗ୍ରାମପଞ୍ଚାୟତର ଖୋଦ ପର୍ଲା ଗ୍ରାମର ସ୍ୱଗର୍ତ ବବୂବାହନଙ୍କ ଗତ ଗୁରୁବାର ଦିନ ପ୍ରାତଃ ସାତଟା ସମୟରେ କଟକ ବଡ଼ ମେଡ଼ିକାଲ ରେ ଦେହାନ୍ତ ହୋଇଯାଇଥିଲା।ତାଙ୍କୁ କଟକ ବଡ ମେଡ଼ିକାଲ ହସ୍ପିଟାଲକୁ ବ୍ରେନ ଚିକିତ୍ସା ପାଇଁ ତାଙ୍କ ବଡ଼ ପୁଅ ଅଞ୍ଜନ କୁମାର ଯାଲ ଚିକିତ୍ସା ପାଇଁ ନେଇଥିଲେ, ସେଠାରେ ତାଙ୍କୁ ସ୍ୱାସ୍ଥ୍ୟ ର ବିଭିନ୍ନ ପରୀକ୍ଷା କରିବା ପରେ ବ୍ରେନ ଅପରେସନ କରାଯାଇଥିଲା।ହେଲେ ଦୁର୍ଭାଗ୍ୟର ବିଷୟ ଯେ, ଅପରେସନର କିଛି ଦିନପରେ ଅର୍ଥାତ ଗତ ଗୁରୁବାର ଦିନ ସାତଟା ସମୟରେ ତାଙ୍କର ଦେହାନ୍ତ ହୋଇଯାଇଥିଲା,ସେହି ସମୟରେ ତାଙ୍କର ବଡ଼ପୁଅ ଅଞ୍ଜନ କୁମାର ଯାଲ ଆମ୍ବୁଲାନ୍ସ ଯୋଗେ ଶବକୁ ଅପରାହ୍ନ ୯ ଘଣ୍ଟିକା ସମୟରେ ନିଜ ଭିଟାମାଟି ପର୍ଲା ଗ୍ରାମକୁ ପହଞ୍ଚିଥିଲେ ,ଆଜି ଶୁକ୍ରବାର ଦିନ ନିଜ ପୈତୃକ ଜମି ଠାରେ ଓ ନଦୀ ତଟରେ ଥିବା ତାଙ୍କର ଶେଷକୃତ୍ୟ କରାଯାଇଥିଲା। ସବାଧାରରେ ତାଙ୍କର ଅନେକ ସମ୍ପର୍କୀୟ ବନ୍ଧୁ ବାନ୍ଧବ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲା ବେଳେ ତାଙ୍କ ବଡ ପୁଅ ଅଞ୍ଜନ କୁମାର ଯାଲ ଓ କନିଷ୍ଠ ଭାଇ ଶିରି ଯାଲ , ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ବବୂବାହନ ଯାଲଙ୍କ ଦେହାନ୍ତ ହୋଇଥିବା ବେଳେ ପରିବାର ଓ ସମ୍ପର୍କୀୟ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି,ସେ ସମାଜର ଅନେକ ଗୁଡ଼ିଏ ମଙ୍ଗଳ କାର୍ଯ୍ୟକ୍ରମ କରିଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଦୁଃଖ ପ୍ରକାଶ ପାଇଛି,ମୃତ୍ୟୁ ସମୟରେ ତାଙ୍କୁ ୭୪ ବର୍ଷହୋଇଥିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ

Related posts

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

ଗଣପତି ଫିଲ୍ଲୀଙ୍ଗ ଷ୍ଟେସନ ଉଦଘାଟିତ

Sunil Chandra Nayak

ବାଦାମ ପାହାଡ଼ ରେ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ୨୧ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣାରେ ଖାଦ୍ୟ ପୁଡିଆ ବଣ୍ଟନ 

masiha

Leave a Comment

error: Content is protected !!