ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷିବିଜ୍ଞାନ କେନ୍ଦ୍ର ରେ ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ଉଦଯାପିତ

ତିର୍ତୋଲ :- 07/01/23 ନେହେରୁ ଯୁବସଂଗଠନ ଆନୁକୂଲ୍ୟରେ ତିର୍ତ୍ତୋଲ ନିମକଣା ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପରିସରରେ ଗତ ଜାନୁଆରୀ ୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଯୁବନେତୃତ୍ୱ ଓ ସାମାଜିକ ଉନ୍ନତିକରଣ ପ୍ରଶିକ୍ଷଣ ଶିବିର ୬ ତାରିଖ ଦିନ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଏହାର ଉଦଘାଟନୀ ଉତ୍ସବ ରେ କୃଷିଵିଜ୍ଞ୍ୟାନ କେନ୍ଦ୍ରର ବୈଜ୍ଞାନିକ ଜୀବନଜ୍ୟୋତି ସେନ ମୁଖ୍ୟଅତିଥି ଓ ସମ୍ମାନିତଅତିଥି ଭାବେ ନେହେରୁ ଯୁବସଂଗଠନର ଜିଲ୍ଲାଅଧିକାରୀ ନିଖିଳକୋକୁଲା, ମଣିଜଙ୍ଗା ସରପଞ୍ଚ ଶଶୀଧର ମଲ୍ଲିକ, ସମିତିସଭ୍ୟା ନଚିକେତା ଦାସ କୋଷାଧକ୍ଷ ତପନକୁମାର ସାହୁ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଅପରାହ୍ନରେ ରାମକୃଷ୍ଣ ମିଶନର ସ୍ୱାମୀଜୀ ସୁଦର୍ଶନ ନନ୍ଦ ପରିବେଶବିତ ଉତ୍କଳରଞ୍ଜନ ମହାନ୍ତି, ଓ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଯୁବନେତୃତ୍ୱରେ ସୁସ୍ଥ ସମାଜ ଗଠନ ଓ ସାମାଜିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।ଜଗତସିଂହପୁର ଜିଲ୍ଲାର ଆଠଗୋଟି ବ୍ଲକ ଓ ଦୁଇଟି ପୌରପରିଷଦ ରୁ ୪୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ ଉଦଯାପନୀ ଉତ୍ସବ ରେ ବ୍ୟାସଫାଉଣ୍ଡେସନ ର ଅଧକ୍ଷା ସ୍ନେହମୟୀ ଆଚାର୍ଯ୍ୟ ମୁଖ୍ୟଅତିଥି, ସାରଳା ସାହିତ୍ୟ ସଂସ୍କୃତି ଓ ମହିମାପ୍ରଚାରକ ରମାକାନ୍ତ ରାଉଳ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥିଭାବେ କେବିକେ ର ବୈଜ୍ଞାନିକ ଦେବାଶିଷ ପଣ୍ଡା ମୂର୍ତ୍ତିକା ବୈଜ୍ଞାନିକ ପ୍ରଦୀପ ମାଝୀ ଓ ସର୍ବୋପରି ତିନିଦିନଧରି ପ୍ରଶିକ୍ଷଣ ଦେଉଥିବା ଶ୍ରୀ ସୋମ ଙ୍କ ସମେତ କେବିକେ ର ସମସ୍ତ ବୈଷୟିକ ଅଧିକାରୀ ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ଏହି ସଭାରେ ସଭାପତିତ୍ବ କରିଥିଲେ ମନୋଜ ରଞ୍ଜନ ସ୍ବାଇଁ ଅତିଥିମାନଙ୍କଦ୍ୱାରା ପ୍ରଶିକ୍ଷଣ ଓ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଯୁବପ୍ରତିଭା ମାନଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିବା ବେଳେ ସାମ୍ବାଦିକ ସୁମନ୍ତ କୁମାର ଦାସ ଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ଅନୁଷ୍ଠାନିକ ଭାବେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିବାର ଦେଖିବାକୁ ମିଳିଥିଲା। ସଭା ପରିଶେଷରେ ତପନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ,୮ ଗୁରୁତର,୪୦ ଉର୍ଦ୍ଧ ଆହତ,ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ , ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ

masiha

ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

masiha

ରାଇରଙ୍ଗପୁର ରେ କୌଳିକଵୃତ୍ତିଧାରୀଙ୍କ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆନୁକୁଲ୍ୟରେ ବିଶ୍ଵକର୍ମା ଯୋଜନା ଓ ଶିଳ୍ପ ସଚେତନତା ଶିବିର

masiha

Leave a Comment

error: Content is protected !!