ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା l l ସମୟ l l

        ସମୟ 

ସମୟ ଚକ୍ରରେ ଭାଗ୍ୟରେଖା ସବୁ
କେମିତି ବଦଳି ଯାଏ
କିଏ ରାଜା ହୁଏ କିଏତ ଭିକାରୀ
ସମୟତ ଦେଖୁ ଥାଏ
ସମୟ ଚକ୍ରରେ ……………….୧ 
ରାତି ପାହିଗଲେ ରାମ ରାଜା ହେବେ
ହୋଇଗଲେ ବନବାସୀ
ଜୁଆ ଖେଳ ଖେଳି ପାଣ୍ଡବ ନିଜର
ରାଜ୍ଯକୁ ଦେଲେତ ନାଶି
ସମୟ ଅଟଇ ବଳବାନ ଏଠି
ତା ପାଖରେ ବଡ଼ କିଏ
ସମୟ ଚକ୍ରରେ ……………….୨ 
ଚାଲିବାକୁ ହେବ ପଥ ବହୁଦୂର
ସମୟକୁ ସାଥେ ଧରି
ଛାଡ଼ିବାକୁ ହେବ ଏ ଭବ ସଂସାର 
ସମୟ ଯାଉଛି ସରି
ଆଶୀର୍ବାଦ କର ଆହେ ଜଗନ୍ନାଥ
ତୋ ନାମକୁ ଜପୁ ଥାଏ
ସମୟ ଚକ୍ରରେ ଭାଗ୍ୟରେଖା ସବୁ
କେମିତି ବଦଳି ଯାଏ…………..୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଧର୍ମରାଜ ପ୍ରଧାନ ଙ୍କ କବିତା l l  ପ୍ରଭୁ ନିରପେକ୍ଷ l l

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା l l ଚଳିତ ବରଷ ଅନ୍ତିମ  ଦିବସ l l

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ଦୁଷ୍ଟ ବୟସ 

Sunil Chandra Nayak

Leave a Comment

error: Content is protected !!