ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଉତ୍କେଲା ରେ ସଂକୁଳ ସ୍ତରୀୟ କ୍ରିଡା ସମାରୋହ

ଉତ୍କେଲା, ଠ୮/O୧, : କେସିଙ୍ଗା ବ୍ଳକ ଉତ୍କେଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଂକୁଳ ସ୍ତରୀୟ ଖେଳ କୁଦ ଉତ୍କେଲା ମିନି ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି |ଉକ୍ତ ସମାରୋହରେ ଚାଞ୍ଚେର ସରପଞ୍ଚ ଅଞୁ କୁମାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ସମ୍ମାନିତ ଅତିଥି ରୂପେ କେସିଙ୍ଗା ସଂକୁଳ ପ୍ରମୁଖ ମୋହନ ପୁଟେଲ, ସଂକୁଳ ସଂଯୋଜକ ପ୍ରବିଣ ବେହେରା , ଜିଲ୍ଲା କୃଷକ ମୋର୍ଚା ସଭାପତି ବସନ୍ତ ପୁରୋହିତ,କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଭ୍ୟ ସୁରେଷ ଚୌଧୁରି ପ୍ରମୁଖ ମଞ୍ଚାଷିନ ହୋଇ ଉପସ୍ଥିତ ରହି ଥିଲେ । ବିଦ୍ୟାଲୟ ର ପରିଚାଳନା କମିଟି ସଭାପତି ଜୟହରି ପୁଟେଲ, ସଂପାଦକ କୁଶଚନ୍ଦ୍ର ସାହୁ, କୋଶାଧ୍ୟକ୍ଷ ଶଙ୍କର ପ୍ରସାଦ ସାହୁ,ସଦସ୍ୟ ଅଜୟ କୁମାର ସାହୁ, କାର୍ଯ୍ୟକ୍ରମରେ ସାମିଲ ହୋଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ l କ୍ରିଡା ସମାରୋହ ରେ ୧୬୧ ଜଣ ପ୍ରତିଭାଗି ଯୋଗ ଦେଇଥିଲେ l ବିଦ୍ୟାଲୟ ର ଶାରିରିକ ପ୍ରମୁଖ ଶିକ୍ଷକ ସଂଜିବ କୁମାର ବୁଦ୍ଧିଆ ଓ ସଂକୁଳ ପ୍ରମୁଖ ସମସ୍ତ ଖେଳ ପରିଚାଳନା ରେ ସହଯୋଗ କରିଥିଲେ I ପ୍ରଧାନ ଶିକ୍ଷକ ପଞ୍ଚାନନ ମହାପାତ୍ର ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ.ଶିକ୍ଷକ ପ୍ରଦୁମ୍ନ କୁମାର ଭୋଇ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଜ୍ଜାପିତ

masiha

ବିଶ୍ୱ ସ୍କୁଲ୍ ଚେସ୍ ଚ୍ୟାମ୍ପିଅନ୍‌ଶିପ୍‌ରେ ଭାରତୀୟ ଅଣ୍ଡର-୧୪ ଦଳର ଚମତ୍କାର ବିଜୟ

Sunil Chandra Nayak

ଆନ୍ତଃ ଜିଲ୍ଲା ଏକଦିବସୀୟ ବିଦ୍ୟାଳୟ କ୍ରିକେଟ ମ୍ୟାଚ ନିମନ୍ତେ ନବରଙ୍ଗପୁର ଜିଲ୍ଲା ଦଳ ଚୟନ

masiha

Leave a Comment

error: Content is protected !!