ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଶ ଧୁମ ଧାମ ରେ କାମାକ୍ଷାନଗର ରେ ପ୍ରଥମ ଥର ରାହାଗିରି ବା ପଥୋତ୍ସବ ଅନୁଷ୍ଠିତ 

କାମାକ୍ଷାନଗର ( ମ ନି ସ)୦୮/୦୧_ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାହାଗିରୀ ବା ପଥୋତ୍ସବ ବେଶ ଧୁମଧାମ ରେ ପାଳିତ ହୋଇ ଯାଇଛି |ଏହି ଉତ୍ସବ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ଓ ଏନଏସି ର ମିଳିତ ସହଯୋଗରେ ହୋଇଥିବା ବେଳେ, କାମାକ୍ଷାନଗର ର ବିଭିନ୍ନ ଶିକ୍ଷାନଷ୍ଠାନ ଗୁଡ଼ିକୁର ଛାତ୍ର ଛାତ୍ରୀ ଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ଏହି ପଥ ଉତ୍ସବ ରେ ନିଜ ନିଜ ର କଳା ପ୍ରଦର୍ଶନ କରିଥିଲେ l ତେବେ ସକାଳ ୭ ରୁ ଏହି ଉତ୍ସବ ଆରମ୍ଭ ହୋଇ ଦୀର୍ଘ ତିନି ଘଣ୍ଟା ପର୍ଯ୍ୟନ୍ତ ଆୟୋଜିତ ଗୀତ, ନାଚ, କ୍ରୀଡା ସହ ବିଭିନ୍ନ କଳା ସଂସ୍କୃତି କାର୍ଯ୍ୟକ୍ରମ କୁ ଉପଭୋଗ କରିବାକୁ ହନୁମାନ ବଜାର ଠାରୁ ଜଗନ୍ନାଥ ବଜାର ପର୍ଯ୍ୟନ୍ତ, ସହର ବାସୀଙ୍କ ମଧ୍ୟରେ ବେଶ୍ ଭିଡ ଦେଖିବାକୁ ମିଳିଥିଲା| ସେପଟେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପଳ ଜ୍ୟୋତିଷଙ୍କର ସାହୁ ଙ୍କ ସମେତ ସ୍ଥାନୀୟ ବିଡ଼ିଓ, ତହସିଲଦାର, ଏନଏସି ଅଧକ୍ଷ, ବ୍ଲକ ଅଧକ୍ଷ ଙ୍କ ସହ ହାସ୍ୟ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତି ରହି ଉପସ୍ଥିତି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ | କାମାକ୍ଷାନଗର ରେ ପ୍ରଥମ ଥର ଏହି ଉତ୍ସବ ହୋଇ ଥିବା ବେଳେ,ଛାତ୍ର ଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟ ରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା|ତେବେ ଏହି ପଥୋତ୍ସବ ନୂଆ ନୂଆ ପ୍ରତିଭାକୁ ସାମ୍ନାକୁ ଆଣିବ ବୋଲି ବୁଦ୍ଧିଜବୀମାନେ ଆଶା ରଖିଛନ୍ତି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅଣ୍ଟାମଡା ଗାଁରେ ପୁନର୍ବାର ୪ ଜଣ ଖ୍ରୀଷ୍ଟିଆନ ପରିବାରଙ୍କ କୁଡ଼ିଆ ଘର ପୁଡ଼ାଇଲେ , ଗାଁ ରୁ ତଡା ଖାଇ ଥାନାର ଦ୍ୱାରସ୍ଥ ହେଲେ, ଗାଁରେ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି ହେଉଛି 

Sunil Chandra Nayak

ସ୍କୁଲ ଛାତ୍ରଛାତ୍ରୀଙ୍କୁ ମହାକାଶ ଦେଖାଉଛନ୍ତି ବିଜ୍ଞାନ ଛାତ୍ର

Sunil Chandra Nayak

ନର୍ଲାର ବୟୋଜ୍ୟେଷ୍ଠା ମହିଳା ମୃତ୍ୟୁ

masiha

Leave a Comment

error: Content is protected !!