ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡ଼ାରେ ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ

ଚିଲିଗୁଡା ( ମ ନି ସ )  ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁ ଥ ଅର୍ଗାନାଇଁଜେସନ ,ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ,ମୁଣ୍ଡରା ଗୁଡା ସେବା ସମବାୟ ସମିତି ଓ ମୁଣ୍ଡରା ଗୁଡା ସ୍ୱୟଂ ସହାୟକ ଗୋଷ୍ଠୀ ପଞ୍ଚାୟତ ସ୍ତରୀୟ ସଂଘର ମିଳିତ ଆନୁକୂଲ୍ୟରେ ଏକ ଗ୍ରାମୀଣ ସଚେତନତା ସମାବେଶ ମୁଣ୍ଡରା ଗୁଡା ଠାରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ସମାବେଶରେ ସ୍ଥାନୀୟ ସରପଞ୍ଚ ତାରା ଶଙ୍କର ରାୟଗୁରୁ ସଭପତିତ୍ୱ କରିଥିଲେ । ଓଡିଶା ସମାଜ ମଙ୍ଗଳ ବୋର୍ଡ ସଭାନେତ୍ରୀ କଲ୍ୟାଣି ନ।ଏକ ଅତିଥି ଭାବରେ ଯୋଗଦାନ ଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିବା ସହ ସମାଜର ସର୍ବାଙ୍ଗୀନ ବିକାଶ ପାଇଁ ମହିଳା ମାନଙ୍କ ସହଭାଗୀତା ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ କରିଥିଲେ ।କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନ ସାଧାରଣ ଙ୍କୁ ଅବଗତ କରାଇଥିଲେ । ଭବାନୀ ପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କ ଲି ର ସଭାପତି ଗିରିଶ ଚନ୍ଦ୍ର ବେହେରା ଯୋଗଦାନ କରି ଗ୍ରାମାଞ୍ଚଳରେ ଏ ଭଳି ଏକ ଆୟୋଜନ ସ୍ୱାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଶେଷ ଦେବ ପଣ୍ଡା ,ଜୁନାଗଡ଼ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ଆଇନଜୀବୀ ବିଶ୍ୱନାଥ କର ,ମୁଣ୍ଡରା ଗୁଡା ପେକ୍ସ ସଭାପତି ସୁନୀଲ କୁମାର ମେହେର ,ଅଶୋକ ପଟ୍ଟନାୟକ ଆତ୍ମ। ଅଧକ୍ଷ ଜୁନାଗଡ଼ ,ଶିକ୍ଷାବିତ ବସନ୍ତ ନ।ଏକ ,ମାଣିକ୍ୟ ନ।ଏକ ,ବିମଲ ପଣ୍ଡା ,ସଂଜୀବ ଠାକୁର ପ୍ରମୁଖ ଯୋଗଦାନ କରି ଥିଲେ ।କାର୍ଯ୍ୟକ୍ରମ କୁ ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ପରିଚାଳନା କରି ଥିବା ବେଳେ ପଦ୍ମାବତୀ ପଟେଲ ,ବିନୋଦିନି ପଟେଲ ଓ ନିରୂପମା ନ।ଏକ ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ମୁଣ୍ଡରା ଗୁଡା ,କଣ୍ଡରି ପଦର ,ଖସିଗୁଡା ଓ ଚିଲିଗୁଡା ଗ୍ରାମର ଦିବ୍ୟ।ଙ୍ଗ ,ବିଧବା ଓ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇ ଥିଲା ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଓଡିଶା ସମାଜ କଲ୍ୟାଣ ବୋର୍ଡ ସଭା ନେତ୍ରୀ କଲ୍ୟାଣି ନ।ଏକ ଏବଂ କେନ୍ଦ୍ର ସମବାୟ ସମିତି ଲି ର ଗିରିଶ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ଦାମୋଦର ବେହେରା ,ଇଶ୍ୱରୀ ପ୍ରସାଦ ନେଗି ,ସୁ ପ୍ରସନ୍ନ ଭୋଇ ,ପ୍ରସନ୍ନ ଶବର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରିଥିଲେ । ପରିଶେଷରେ ବରିଷ୍ଠ ସଦଦ୍ୟ ସଞ୍ଜୟ କୁମାର ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

masiha

Leave a Comment

error: Content is protected !!