ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ନୂତନ ବର୍ଷ ଭେଟ ଘାଟ

ଡାବୁଗାଁ, ୮/୧ (ମ.ନି.ସ.)- ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନବରଙ୍ଗପୁର ର ନୂତନ ବର୍ଷ ଭେଟ ଘାଟ କାର୍ଯ୍ୟ କ୍ରମ ଧୋଡ୍ରାର ବିଡ୍ରି ନଦୀ ନିକଟସ୍ଥ ମିଶ୍ରିତ ବଗିଚା ରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲା ସଂଘ ର ସଭାପତି ଦୟାନିଧି ଦାଶଙ୍କ ସଭାପତିତ୍ଵ କରିଥିଲେ । ସାଧାରଣ ସମ୍ପାଦକ କୈଳାଶ ସିଂ ସେଙ୍ଗର ମଞ୍ଚ ପରିଚାଳନା କରିଥିଲେ । ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ କୈଳାଶ ପାଣିଗ୍ରାହୀ, ନିତ୍ୟାନନ୍ଦ ନାୟକ, ଏ. ଡି. ପ୍ରସାଦ, ସଚ୍ଚିଦାନନ୍ଦ ତ୍ରିପାଠୀ, ଛନ୍ଦା ଚରଣ ବିଶୋୟୀ, ପ୍ରମୁଖ ସଂଘ ର ଭବିଷ୍ୟତ କାର୍ଯ୍ୟ ପନ୍ଥା, ସାଂଗଠନିକ ବ୍ୟବସ୍ଥା ଆର୍ଥିକ ବ୍ୟବସ୍ଥା ଏକତା ର ବଳ ଆଦି ସମ୍ପର୍କ ରେ ଆଲୋକ ପାତ କରିଥିଲେ । ଇତି ମଧ୍ୟରେ କାର୍ଯ୍ୟ ରୁ ଅବସର ଗ୍ରହଣ କରିଥିବା ବରିଷ୍ଠ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକ ର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ କୈଳାଶ ସିଂ ଶେଙ୍ଗର୍ ସମସ୍ତ ଙ୍କୁ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଇଗା ଜନଜାତି, ସମାଜ ସଂସ୍କୃତି ପରିବେଶ ଉପରେ ଜନ ଜାଗରଣ ସଭା ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶପଥ ପାଠ 

masiha

ଗୋରୁମହିଷାଣୀ ନୂତନ ବ୍ଳକ ଗଠନ ପାଇଁ ସର୍ବଦଳୀୟ ବୈଠକ

Sunil Chandra Nayak

Leave a Comment

error: Content is protected !!